ETV Bharat / international

ବିଦେଶରେ ମୋଦି କ୍ରେଜ: ଆମେରିକାରେ ବିଶାଳ କାର ରାଲି, ଶୁଭିଲା ଅବକି ବାର୍‌ 400 ପାର୍‌ - Modi Support Car rally in US

author img

By ETV Bharat Odisha Team

Published : Apr 1, 2024, 11:53 AM IST

Modi Support Car rally in US
Modi Support Car rally in US

Modi Support Car rally in US: ଆମେରିକାରେ ମୋଦି ସମର୍ଥନରେ ବିଶାଲ କାର ରାଲି । ଅବକି ବାର୍ 400 ପାର୍ (ଏଥର 400 ଉପରେ), ତିସରି ବାର୍ ମୋଦି ସରକାର୍ (ତୃତୀୟ ଥର ପାଇଁ ମୋଦି ସରକାର ) ନାରାରେ କମ୍ପିଲା ଆମେରିକା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ । ଲୋକସଭା ନିର୍ବାଚନରେ ମୋଦିଙ୍କ ସମର୍ଥନରେ ବିଦେଶରେ ହେଲା କାର ରାଲି । ଆମେରିକାରେ ଗତକାଲି (ରବିବାର) ଦିନ ବିଜେପି ତଥା ମୋଦିଙ୍କ ସମର୍ଥନରେ ଏକ ବିଶାଳ କାର ରାଲି ଦେଖିବାକୁ ମିଳିଛି । ଅବକି ବାର୍ 400 ପାର୍ (ଏଥର 400 ଉପରେ), ତିସରି ବାର୍ ମୋଦି ସରକାର୍ (ତୃତୀୟ ଥର ପାଇଁ ମୋଦି ସରକାର ), ମେଁ ହୁଁ ମୋଦି ପରିବାର୍ ( ମୁଁ ମୋଦି ପରିବାର) ନାରା ସହ ବିଜେପି ଓ ପ୍ଲାକାର୍ଡ ଧରି ଏକ ବିଶାଲ ରାଲି କରିଛନ୍ତି ଭାରତୀୟ ପ୍ରବାସୀ ।

ଦେଶରେ ଲୋକସଭା ନିର୍ବାଚନକୁ ନେଇ ବାଜିସାରିଛି ବିଗୁଲ । ପ୍ରମୁଖ ରାଜନୈତିକ ଦଳମାନେ ବି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି । ତେବେ କେବଳ ଦେଶରେ ମୋଦି ନାରା ନୁହେଁ ବରଂ ବିଦେଶରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଛି । ଆମେରିକାରେ ବାସ କରୁଥିବା ଭାରତୀୟମାନେ ଶିଖ ସମ୍ପ୍ରଦାୟର ଲୋକମାନେ ମାର୍ଚ୍ଚ 31 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଏକ ବିଶାଳ କାର ରାଲି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi Target Congress

ମେରିଲ୍ୟାଣ୍ଡ୍ ଓ ଜର୍ଜିଆର ରାଜଧାନୀ ଆଟ୍ଲାଣ୍ଟାରେ ଏହି କାର ରାଲି ଦେଖିବାକୁ ମିଳିଛି । ଏହି ରାଲିରେ ପାଖାପାଖି 150 କାର ସାମିଲ ହୋଇଥିବା ବେଳେ ଅବକି ବାର 400 ପାର୍ (ଏଥର 400 ଉପରେ) ନାରା ଦେଉଛନ୍ତି । ତିସରି ବାର ମୋଦି ସରକାର (ତୃତୀୟ ଥର ପାଇଁ ମୋଦି ସରକାର ), ମେଁ ହୁଁ ମୋଦି ପରିବାର ( ମୁଁ ମୋଦି ପରିବାର) ଭଳି ନାରା ଦେଇଥିଲେ । ଅନ୍ୟପଟେ ମୋଦିଙ୍କ ସମର୍ଥନରେ ବାହାରିଥିବା ଏହି କାର୍ ରାଲିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ପତାକା ସହ ବିଭିନ୍ନ ପ୍ଲାକାର୍ଡ କାରରେ ଲଗାଯାଇଛି ।

ଭାରତର ଲୋକସଭା ନିର୍ବାଚନ ଉପରେ କେବଳ ଦେଶର ନୁହେଁ ବରଂ ସାରା ବିଶ୍ୱର ନଜର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ 2 ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ତୃତୀୟ ଥର ପାଇଁ ସେ ପୁଣି ଦାୟିତ୍ୱରେ ରହୁଛନ୍ତି ନାଁ ଏଥିରେ ପରିବର୍ତ୍ତନ ଆସିବ ତାହା ଉପରେ ପୁରା ବିଶ୍ୱର ନଜର । ସୂଚନା ଯୋଗ୍ୟ, ଭାରତର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ମେ 19ରେ ଆରମ୍ଭ ହେବାକୁ ଯାଉଛି ଓ ଜୁନ 4ରେ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.