ETV Bharat / politics

ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi target congress

author img

By ETV Bharat Odisha Team

Published : Mar 31, 2024, 7:56 PM IST

‘କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ମଧ୍ୟ ବହୁମୁଲ୍ୟ ଦେବାକୁ ପଡୁଛି’
‘କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ମଧ୍ୟ ବହୁମୁଲ୍ୟ ଦେବାକୁ ପଡୁଛି’

PM Modi at Meerut: ନିର୍ବାଚନୀ ରାଜନୀତିରେ ଏଣ୍ଟ୍ରି ମାରିଲା ତାମିଲନାଡୁ ଉପକୂଳରେ ଥିବା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ । 70 ଦଶକରେ କଂଗ୍ରେସ ସରକାର ଶ୍ରୀଲଙ୍କାକୁ କରିଥିଲେ ହସ୍ତାନ୍ତର । ପ୍ରଧାନମନ୍ତ୍ରୀ କଲେ କଡା ସମାଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ/ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଏବେ ତାମିଲନାଡୁ ଉପକୂଳରେ ଭାରତ ମହାସାଗର ମଧ୍ୟରେ ଥିବା କଚ୍ଚାତିବୁ ଦ୍ବୀପ ନୂଆ ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍‌ ଆସିବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଏବେ ରାଜନୈତିକ ମୁଦ୍ଦା ଓ ଆରୋପ-ପ୍ରତ୍ୟାରୋପର ପ୍ରସଙ୍ଗରେ ବଦଳି ସାରିଲାଣି । ଟ୍ବିଟ୍‌ କରି କଂଗ୍ରେସକୁ ଟାର୍ଗେଟ କରିଥିବା ପ୍ରଧାନମନ୍ତ୍ରୀ ଆଜି ନିର୍ବାଚନୀ ସଭମଞ୍ଚରେ ମଧ୍ୟ ଏହି ଦ୍ବୀପ ପ୍ରସଙ୍ଗ ଉଠାଇ ପୁଣି କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । କଂଗ୍ରେସ ଶାସନ କାଳରେ ତାମିଲନାଡୁ ଉପକୂଳରେ ଭାରତ ମହାସାଗର ମଧ୍ୟରେ ଥିବା ଏହି କ୍ଷୁଦ୍ର ଦ୍ବୀପକୁ ଶ୍ରୀଲଙ୍କାକୁ ଦିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ଆଜି ଭାରତ- ଶ୍ରୀଲଙ୍କା ସାମୁଦ୍ରିକ ସୀମା ବ୍ୟାପାରରେ କୂଟନୈତିକ ସମସ୍ୟା ସୃଷ୍ଟି ହୋଇଥିବା ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ :-BJPରେ ମିଶିଲେ ଆକାଶ ଦାସ ନାୟକ, ଗତକାଲି BJDରୁ ଦେଇଥିଲେ ଇସ୍ତଫା - AKASH DASNAYAK JOINS BJP

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ମିରଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଦଳର ସ୍ଥାନୀୟ ଲୋକସଭା ପ୍ରାର୍ଥୀ ରାମାୟଣ ଫ୍ରେମ ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରି ମୋଦି ଏକ ବିଶାଳ ଜନସଭାକୁ ମସ୍ବୋଧିତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗ ସହ ସେ ଏହି କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗକୁ ଭାରତର ଅଖଣ୍ଡତା ସହ ଯୋଡି କଂଗ୍ରେସକୁ କଡା ସାଲୋଚନା କରିଛନ୍ତି । କଂଗ୍ରେସର ଭୁଲ ନୀତି ଓ ନିଷ୍ପତ୍ତି କାରଣରୁ ଏବେ ମଧ୍ୟ ଦେଶକୁ ବହୁମୂଲ୍ୟ ଦେବାକୁ ପଡୁଛି । ଦେଶ ସ୍ବାଧୀନ ହେବା ବେଳେ ଏହି ଦ୍ବୀପ ଭାରତର ଏକ ଅଂଶ ଥିଲା । ପରେ ଏହାକୁ କଂଗ୍ରେସ ଶାସନରେ ହିଁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇଥିବା କହି କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

କ’ଣ ଏହି କଚ୍ଚାତିବୁ ପ୍ରସଙ୍ଗ:- କଚ୍ଚାତିବୁ ହେଉଛି ଭାରତ ମହାସାଗରେ ତାମିଲନାଡୁ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଏକ କ୍ଷୁଦ୍ର ଦ୍ବୀପ । ଯାହାକି ପୂର୍ବରୁ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା । ମାତ୍ର ଏହା ଏବେ ଶ୍ରୀଲଙ୍କା ନିୟନ୍ତ୍ରଣରେ ରହିଛି । ସୂଚନା ଅଧିକାର ଅଧିନିୟମ ବଳରେ ମିଳିଥିବା ତଥ୍ୟ ଅନୁସାରେ, 1974 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଦେଇଥିଲେ । ତେବେ ନିର୍ବାଚନର ଠିକ ପୂର୍ବରୁ ତାମିଲନାଡୁ ବିଜେପି ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲାଇଙ୍କ ଦ୍ବାରା ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ସିଧା ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ସହ ଯୋଡି କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି । ଏହା ପୂର୍ବରୁ ମଧ୍ୟ କାଶ୍ମୀରରେ ଥିବା ନିୟନ୍ତ୍ରଣ ରେଖା ବିବାଦ ଓ ଅକ୍ସାଇ ଚୀନର ବିବାଦୀୟ ଅଞ୍ଚଳ ପାଇଁ ବିଜେପି ବାରମ୍ବାର କଂଗ୍ରେସ ଶାସନ ଓ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ନିଷ୍ପତ୍ତିକୁ ଦାୟୀ କରିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.