ETV Bharat / entertainment

ରେସ୍ତୋରାଁରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ ଏଲଭିସ ଯାଦବ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Feb 12, 2024, 10:38 AM IST

ରେସ୍ତୋରାଁରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ ଏଲଭିସ ଯାଦବ, ଭିଡିଓ ଭାଇରାଲ
ରେସ୍ତୋରାଁରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଲେ ଏଲଭିସ ଯାଦବ, ଭିଡିଓ ଭାଇରାଲ

Elvish Yadav Slapps a Man: ପୁଣି ବିବାଦରେ ଛନ୍ଦି ହେଲେ ବିଗ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବ । ଏଲଭିସଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରୁଥିବାର ନଜର ଆସିଛନ୍ତି । ଏହି ଘଟଣାକୁ ନେଇ ବର୍ତ୍ତମାନ ସେ ପ୍ରତିକ୍ରିୟା ଦେଇଛନ୍ତି । ପୁରା ଘଟଣା କ'ଣ? ଜାଣନ୍ତୁ,

ହାଇଦ୍ରାବାଦ: ବିଗ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବ ବର୍ତ୍ତମାନ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସାପ ବିଷ ସପ୍ଲାଇ ମାମଲାରେ ବିବାଦରେ ଛନ୍ଦି ହୋଇଥିଲେ ଏଲଭିସ । ଏବେ ପୁଣି ଆଉ ଏକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଛନ୍ତି । ସୋସିଆଲ ମିଡିଆରେ ୟୁଟ୍ୟୁବର ଏଲଭିସଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ପରେ ସେ ଏପରି କାହିଁକି କରିଛନ୍ତି, ତାହା ପ୍ରକାଶ କରିଛନ୍ତି ।

ଆଜିକାଲି ଏଲଭିସ ଯାଦବ ଜୟପୁରରେ ରହିଛନ୍ତି । ଏହି ସମୟରେ ରବିବାର ଦିନ(ଫେବୃଆରୀ ୧୧)ରେ ଏଲଭିସ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି । ଏହି ଘଟଣା ଜୟପୁରର ଏକ ରେସ୍ତୋରାଁରେ ଘଟିଥିବା ଜଣାପଡିଛି । ଝଗଡ଼ା ପରେ ଏଲଭିସଙ୍କ ସାଙ୍ଗମାନେ ଏବଂ ସୁରକ୍ଷାକର୍ମୀ ତାଙ୍କୁ ବାହାରକୁ ନେଇଯାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଘଟଣାକୁ ନେଇ ଏଲଭିସ ଯାଦବ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ବ୍ୟକ୍ତି ଜଣଙ୍କ ତାଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଉଥିବାରୁ ସେଭଳି କରିଥିଲେ । ଏଲଭିସ କହିଛନ୍ତି, ମୋତେ ଝଗଡ଼ା କିମ୍ବା କାହାକୁ ମାରିବା ପସନ୍ଦ ନୁହଁ । ମୁଁ ସବୁବେଳେ ନିଜ କାମକୁ ଧ୍ୟାନରେ ରଖିଥାଏ । ମୁଁ ଆରାମରେ ଯାଏ, ଯିଏ ଫଟୋ ଉଠାଇବାକୁ କୁହେ, ମୁଁ ତାଙ୍କ ସହ ଆରାମରେ ଫଟୋ ଉଠାଇଥାଏ । କିନ୍ତୁ ଯିଏ ମୋତେ ପଛ ପଟୁ କମେଣ୍ଟ କରନ୍ତି, ମୁଁ ତାକୁ ବରଦାସ୍ତ କରିପାରେନି ।'

ଏହା ମଧ୍ୟ ପଢନ୍ତୁ: ଥାନାରେ ହାଜର ହେଲେ ଏଲଭିସ ଯାଦବ, ୩ଘଣ୍ଟା ଯାଏଁ ନୋଏଡା ପୋଲିସର ପଚରାଉଚରା

ସେ ଆହୁରି କହିଛନ୍ତି, 'ଆପଣମାନେ ଦେଖିପାରୁଥିବେ ମୋ ସହ ପୋଲିସ ଏବଂ କମାଣ୍ଡୋ ବି ଥିଲେ । ଏମିତି ନୁହଁ କି ମୁଁ କିଛି ଭୁଲ କରିଛି । ଏହା ବ୍ୟକ୍ତିଗତ ଅଟେ । ସେହି ବ୍ୟକ୍ତି ଜଣକ ମୋ ପ୍ରତି ବ୍ୟକ୍ତିଗତ କଟାକ୍ଷ କରିଥିଲେ, ଏହିପରି ସ୍ଥିତିରେ ମୁଁ ନିଜେ ଯାଇ ତାଙ୍କୁ ଚାପୁଡ଼ା ମାରିଥିଲି । ମୁଁ ଏନେଇ କୌଣସି ଅନୁତାପ କରୁନାହିଁ । ମୁଁ ଏମିତି ହିଁ । ସେ ମୋତେ ଗାଳି ଦେଲେ ଏବଂ ମୁଁ ମୋ ଅନ୍ଦାଜରେ ତାଙ୍କୁ ପ୍ରତିକ୍ରିୟା ଦେଲି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.