ETV Bharat / entertainment

ଗୋମାଂସ ଖାଇବା ଖବର ନେଇ ତାତିଲେ କୁଇନ୍, କହିଲେ ଏପରି ରଣନୀତି କାମରେ ଆସିବନି - Kangana Reaction On Eating Beef

author img

By ETV Bharat Odisha Team

Published : Apr 8, 2024, 11:51 AM IST

Kangana Ranaut On Vijay Wadettiwar: ଅଭିନେତ୍ରୀ କଙ୍ଗନା ରାଣାୱତ ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରି ମାରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ କଂଗ୍ରେସ ନେତା ବିଜୟ ୱଡେଟିୱାର କଙ୍ଗନା ଗୋମାଂସ ଖାଇବାକୁ ପସନ୍ଦ କରୁଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ କୁଇନ ତାତିବା ସହ ବିଜୟ ୱଡେଟିୱାରଙ୍କ ଉପରେ ବର୍ଷିଛନ୍ତି ।

ଗୋମାଂସ ଖାଇବା ଖବର ନେଇ ତାତିଲେ କୁଇନ୍, କହିଲେ- 'ଏପରି ରଣନୀତି କାମରେ ଆସିବନି'
ଗୋମାଂସ ଖାଇବା ଖବର ନେଇ ତାତିଲେ କୁଇନ୍, କହିଲେ- 'ଏପରି ରଣନୀତି କାମରେ ଆସିବନି'

ହାଇଦ୍ରାବାଦ: ସର୍ବଦା ନିଜ ବୟାନକୁ ନେଇ ବିବାଦରେ ରହୁଥିବା ବଲିଉଡ କୁଇନ କଙ୍ଗନା ରାଣାୱତ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି । ଅଭିନେତ୍ରୀ ଗୋମାଂସ ପସନ୍ଦ କରୁଥିବା ଏବଂ ଏହାକୁ ଖାଇବାକୁ ଭଲପାଉଥିବା ଅଭିଯୋଗ ହୋଇଛି । ନିକଟରେ କଂଗ୍ରେସ ନେତା ବିଜୟ ୱଡେଟିୱାର କଙ୍ଗନାଙ୍କ ନାଁରେ ଏହି ଅଭିଯୋଗ କରିଥିବା ବେଳେ ଅଭିନେତ୍ରୀ ଏଭଳି ଅଭିଯୋଗକୁ ନେଇ ତାତିବା ସହ ଉଚିତ ଜବାବ ଦେଇଛନ୍ତି । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବା ପରେ କଙ୍ଗନାଙ୍କ ନାଁରେ ଏହି ଅଭିଯୋଗ କରାଯାଇଥିବା ଜଣାପଡିଛି ।

ଗୋମାଂସ ଖାଇବା ଖବର ଉପରେ କଙ୍ଗନାଙ୍କ ପ୍ରତିକ୍ରିୟା

ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ କଙ୍ଗନା ଏକ ପୋଷ୍ଟ ସେୟାର କରି ଗୋମାଂସ ଖାଇବା ଖବର ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ''ମୁଁ ଗୋମାଂସ କିମ୍ବା କୌଣସି ପ୍ରକାରର ଲାଲ ମାଂସ ଖାଏ ନାହିଁ । ଏହା ଲଜ୍ଜାଜନକ ଯେ ମୋ ବିଷୟରେ ସଂପୂର୍ଣ୍ଣ ଭିତ୍ତିହୀନ ଗୁଜବ କଥା ପ୍ରଚାରିତ ହେଉଛି । ମୁଁ ଦୀର୍ଘ ଦଶନ୍ଧି ଧରି ଯୋଗ ଏବଂ ଆୟୁର୍ବେଦିକ ଜୀବନଶୈଳୀକୁ ପ୍ରୋତ୍ସାହିତ କରିଆସୁଛି । ଏଭଳି ରଣନୀତି ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ କାମ କରିବ ନାହିଁ କାରଣ ଲୋକମାନେ ମୋତେ ଜାଣନ୍ତି ଯେ ମୁଁ ଜଣେ ଗର୍ବିତ ହିନ୍ଦୁ । ତେଣୁ ଏଭଳି କୌଣସି ଖବର ସେମାନଙ୍କୁ କେବେ ବି ବିଭ୍ରାନ୍ତ କରିପାରିବ ନାହିଁ । ଜୟ ଶ୍ରୀ ରାମ ।''

ବିଜୟ ୱଡେଟିୱାରଙ୍କ ଅଭିଯୋଗ; ବିଜେପିର ପ୍ରତିକ୍ରିୟା

କହିରଖୁଛୁ କି, କଂଗ୍ରେସ ନେତା ବିଜୟ ୱଡେଟିୱାର ଅଭିଯୋଗ କରିଥିଲେ ଯେ କଙ୍ଗନା ରାଣାୱତ ନିକଟରେ କହିଛନ୍ତି ଯେ ସେ ଗୋମାଂସ ଖାଉଛନ୍ତି । ଏକ ସାକ୍ଷାତକାରରେ ୱଡେଟିୱାର କହିଥିଲେ ଯେ ବିଜେପି ସେହି କଙ୍ଗନା ରାଣାୱତଙ୍କୁ ଟିକେଟ ଦେଇଛି, ଯିଏ ସୋସିଆଲ ମିଡିଆରେ ଲେଖିଥିଲେ, ତାଙ୍କୁ ଗୋମାଂସ ଭଲ ଲାଗେ ଏବଂ ସେ ଏହାକୁ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ଯାହା ପରେ ବିବାଦ ଜୋର ଧରିଥିଲା । ବିଜେପି ମଧ୍ୟ ଏନେଇ ଜବାବ ଦେଇଥିଲା । ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ୱଡେଟିୱାରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଏହା କଂଗ୍ରେସର "ମଇଳା ସଂସ୍କୃତି"କୁ ପ୍ରତିଫଳିତ କରିଛି । ସେ ପ୍ରସଙ୍ଗରେ ଆମ ସହ ଯୁଦ୍ଧ କରନ୍ତୁ ନାହିଁ । ଏହା ପାର୍ଟିର ପରାଜୟବାଦୀ ମାନସିକତାକୁ ଦର୍ଶାଉଛି ।

ଏହା ମଧ୍ୟ ପଢନ୍ତୁ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ନେଇ କଙ୍ଗନା ଦେଇଥିବା ବୟାନ ଭୁଲ:ସୁଗାତା ବୋଷ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.