ETV Bharat / entertainment

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ନେଇ କଙ୍ଗନା ଦେଇଥିବା ବୟାନ ଭୁଲ:ସୁଗାତା ବୋଷ - Kangana over first PM Remarks

author img

By ETV Bharat Odisha Team

Published : Apr 7, 2024, 1:27 PM IST

Kangana over first PM Remarks: ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହିବା ପରେ ଟ୍ରୋଲ ହେଉଛନ୍ତି କଙ୍ଗନା । ଐତିହାସିକ ଭାବେ ଏହା ଭୁଲ ଓ ତାଙ୍କୁ ଇତିହାସ ବହି ପଢିବା ପାଇଁ କହିଲେ ସୁବାଷଙ୍କ ଅଣନାତି ସୁଗାତା ବୋଷ । ଅଧିକ ପଢନ୍ତୁ

Kangana Ranaut
Kangana Ranaut

କୋଲକାତା: ବିବାଦୀୟ ବୟାନକୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। ଚଳିତ ଥର ଲୋକସଭା ନିର୍ବାଚନ ଲଢିବାକୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପି ତାଙ୍କୁ ଟିକେଟ ଦେଇଛି । ଏହାରି ମଧ୍ୟରେ ପୁଣି ତାଙ୍କର ବୟାନ ଚର୍ଚ୍ଚାକୁ ଆସିଛି । ଏକ ସାକ୍ଷାତକାରରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନୁହଁନ୍ତି ବରଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବୋଲି କହିଥିଲେ । ତାଙ୍କର ଏହି ବୟାନ ଐତିହାସିକ ଭାବେ ଭୁଲ ବୋଲି କହିଛନ୍ତି ସୁବାଷ ଚନ୍ଦ୍ର ବୋଷଙ୍କ ଅଣନାତି ସୁଗାତା ବୋଷ ।

ସେ କହିଛନ୍ତି ଯେ, କଙ୍ଗନାଙ୍କ ଏହି ମତ ହୁଏତ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଚିନ୍ତାଧାରାକୁ ଉତ୍ସାହିତ କରୁଛି, ଯିଏ ବିଶ୍ୱାସ କରେ ଯେ ନେହେରୁ ସ୍ୱାଧୀନତା ପରେ ଜଣେ ପ୍ରଭାବହୀନ ବ୍ୟକ୍ତି ଥିଲେ । କିନ୍ତୁ ତାଙ୍କ ବୟାନ ଇତିହାସ ଉପରେ ଆଧାରିତ ନୁହଁ, ଯାହା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ କଷ୍ଟ ଦେଇଛି । ବିନା ତଥ୍ୟରେ କଙ୍ଗନାଙ୍କ ଭୁଲ୍ ମନ୍ତବ୍ୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିବା ସହ ଟିଆରପି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ରେକର୍ଡ ଅନୁଯାୟୀ, ନେତାଜୀ ଏକ ପ୍ରାଦେଶିକ ସରକାରର ମୁଖ୍ୟ ଥିଲେ । ଯାହାକି ସେହି ସମୟରେ କିଛି ବିଶ୍ବ ଶକ୍ତି ଦ୍ବାରା ନିଜ ଉଦ୍ଦେଶ୍ୟ ପାଇଁ ଅଧିକ ଏବଂ ଭାରତର ସ୍ବାଧୀନତା ପାଇଁ କମ୍ ସମର୍ଥନ ମିଳିଥିଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ସୁଗାତା ବୋଷ, ଯିଏ କି ଜଣେ ଐତିହାସିକ, କଙ୍ଗନାଙ୍କ ମନ୍ତବ୍ୟ ଭୁଲ ଅଟେ ବୋଲି ତାଙ୍କ ମତରେ ସ୍ପଷ୍ଟ କରିଛନ୍ତି । ଲୋକେ ମାନେ ମଧ୍ୟ ଏହାକୁ ଗ୍ରହଣ କରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ-ଗଣତନ୍ତ୍ରର ସଂଜ୍ଞା ଜାଣିନାହାନ୍ତି ରାହୁଲ ଗାନ୍ଧୀ: ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା - KANGANA ATTACK RAHUL GANDHI

ସୁଗାତା ବୋଷ ଲେଖିଛନ୍ତି ଯେ, 1943 ମସିହା ଡିସେମ୍ବର ଶେଷରେ ଜାପାନୀମାନେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ହସ୍ତାନ୍ତର କରିବା ସମୟରେ ଏହା (ଆଜାଦ ହିନ୍ଦ ସରକାର) ଏକ ଭାରତୀୟ ଅଞ୍ଚଳ ଉପରେ ନିୟନ୍ତ୍ରଣ ହାସଲ କରିଥିଲା, କିନ୍ତୁ ବାସ୍ତବିକ ସୈନ୍ୟ ନିୟନ୍ତ୍ରଣ ଜାପାନୀ ନୌସେନାକୁ ଛାଡିଲା ନାହିଁ । ସମଗ୍ର ବିଶ୍ୱରେ ଆକ୍ସିସ୍ ପାଓ୍ବାର, ଯେଉଁଥିରେ ଜର୍ମାନୀ, ଇଟାଲୀ ଏବଂ ନାଜିମାନେ ସାମିଲ ଥିଲେ, ସେମାନେ ନେତାଜୀଙ୍କ ସରକାର ଭାରତର ସ୍ୱାଧୀନତା ଆନ୍ଦୋଳନର ହିରୋଙ୍କୁ ସମର୍ଥନ କରିବା ଅପେକ୍ଷା ବ୍ରିଟିଶଙ୍କୁ ବିରୋଧ କରିବା ପାଇଁ ଅଧିକ ସ୍ୱୀକୃତି ଦେଇଥିଲେ | ଏହା ସହ ଆଜାଦ ହିନ୍ଦ ସରକାର 28 ମାସ ପୂର୍ବରୁ, ଭାରତୀୟ ସ୍ୱାଧୀନତା କମିଟି (ଆଇଆଇସି) ନେତାଜିଙ୍କ ସମ୍ମାନରେ କାବୁଲରେ ଏକ ସରକାର ଗଠନ କରିଥିଲେ, ଯାହାକୁ କିଛି ସହଯୋଗୀ ଶକ୍ତି ନିଜ ସ୍ବାର୍ଥକୁ ଆଗକୁ ବଢିବାକୁ ଓ ବିଶ୍ୱ ଶକ୍ତି ରୂପରେ ଜୀବିତ ରହିବାକୁ ସମର୍ଥନ ଦେଇଥିଲେ ।

କାବୁଲ ଏକ ନିର୍ବାସିତ ସରକାର ଥିଲା, ଯେଉଁଥିରେ ରାଷ୍ଟ୍ରପତି ଭାବରେ ରାଜା ମହେନ୍ଦ୍ର ପ୍ରତାପ ଏବଂ ପ୍ରଧାନମନ୍ତ୍ରୀ ଭାବରେ ସ୍ୱାଧୀନତା ସଂଗ୍ରାମୀ ମୌଲାନା ବରକତୁଲ୍ଲା ରହିଥିଲେ । ସରକାରରେ ସେଇ ମାନେ ସାମିଲ ଥିଲେ ଯେଉଁ ମାନଙ୍କୁ ଦଶନ୍ଧି ପୂର୍ବରୁ ଭାରତରୁ ବିତାଡିତ କରାଯାଇଥିଲା । ସେମାନେ ଭାରତର ସ୍ବାଧିନତା ପାଇଁ ଅନ୍ତର୍ଜାତୀୟ ସମର୍ଥନ ଲୋଡିବାକୁ ଚେଷ୍ଟା କରୁଥିଲେ । ଶେଷରେ 1947 ମସିହାରେ ଦେଶ ସ୍ବାଧିନ ହୋଇଥିଲା । ରେକର୍ଡ ଅନୁଯାୟୀ ନେହେରୁ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ।

କଙ୍ଗନା ହୁଏତ ଅନେକ ବିଷୟରେ ଜାଣିନଥିବେ । କାହିଁକିନା ସେ ହ୍ବାଟ୍ସଆପ ବିଶ୍ବବିଦ୍ୟାଳୟ ମାଧ୍ୟମରେ ସଂଗୃହିତ ଜ୍ଞାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ । ଏଥିରୁ ଜଣାପଡୁଛି ଯେ ଲୋକଙ୍କୁ ମିଛ କହିବା ଏବଂ ଭୁଲ ଭାବନା ସୃଷ୍ଟି କରିବା କେବଳ ଭୋଟ ପାଇବା ପାଇଁ କଙ୍ଗନାଙ୍କ ଏକ ପ୍ରୟାସ । ହିମାଚଳ ପ୍ରଦେଶରୁ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଙ୍ଗନା ଭାରତୀୟଙ୍କ ମଧ୍ୟରେ ଯେଉଁ ଧାରଣା ବନାଇବାକୁ ଚେଷ୍ଟା କରୁଛନ୍ତି ତାହା ସତ ଠାରୁ ବହୁ ଦୂରରେ ଓ ଭାରତ ସ୍ବାଧିନାତର 75 ବର୍ଷର ଇତିହାସକୁ ଅସ୍ୱୀକାର କରେ ।

ଅତୀତରେ 140 କୋଟିରୁ ଅଧିକ ଆମ ଦେଶରେ କ୍ଷମତା ପାଇଁ ଛଦ୍ମ-ରାଷ୍ଟ୍ରବାଦକୁ ବୃଦ୍ଧି କରିବା ପାଇଁ ଘଟଣା ଅନେକ ଥର ଚେଷ୍ଟା କରାଯାଇଛି । କିନ୍ତୁ ବଲିଉଡ ଅଭିନେତ୍ରୀଙ୍କ ଏହି ବୟାନ ସବୁଠାରୁ ଅଲଗା । କିଛି ଭୁଲ ହୋଇ ନାହିଁ, କିଛିବି ହୋଇଯାଉ କଙ୍ଗନାଙ୍କୁ ଇତିହାସ ପୁସ୍ତକ ଗୁଡ଼ିକୁ ପୁଣି ଥରେ ପଢିବା ଉଚିତ ବୋଲି କହିଛନ୍ତି ସୁବାଷ ଚନ୍ଦ୍ର ବୋଷଙ୍କ ଅଣନାତି ସୁଗାତା ବୋଷ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.