ETV Bharat / politics

ଗଣତନ୍ତ୍ରର ସଂଜ୍ଞା ଜାଣିନାହାନ୍ତି ରାହୁଲ ଗାନ୍ଧୀ: ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା - KANGANA ATTACK RAHUL GANDHI

author img

By ETV Bharat Odisha Team

Published : Apr 1, 2024, 8:46 PM IST

KANGANA ATTACK RAHUL GANDHI: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା ରଣାୱତ । କହିଲେ ରାହୁଲ ଗଣତନ୍ତ୍ରର ପ୍ରକୃତ ସଂଜ୍ଞା କଣ ଜାଣିନାହାନ୍ତି । ଅଧିକ ପଢନ୍ତୁ

KANGANA ATTACK RAHUL GANDHI
KANGANA ATTACK RAHUL GANDHI

ଗଣତନ୍ତ୍ରର ସଂଜ୍ଞା ଜାଣିନାହାନ୍ତି ରାହୁଲ ଗାନ୍ଧୀ: ବିଜେପି ଲୋକସଭା ପ୍ରାର୍ଥୀ କଙ୍ଗନା

ସିମଲା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣତନ୍ତ୍ରର ପ୍ରକୃତ ସଂଜ୍ଞା କଣ ଜାଣିନାହାନ୍ତି । ସେ କେଉଁ ଗଣତନ୍ତ୍ରର ହତ୍ୟା ବିଷୟରେ କହୁଛନ୍ତି ? ବିଜେପି ଗଣତନ୍ତ୍ର ଭିତରେ ରହି କାର୍ଯ୍ୟ କରୁଛି ଓ ନିର୍ବାଚନ ଲଢୁଛି । ହିମାଚଳ ପ୍ରଦେଶ ମଣ୍ଡି ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ତଥା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ରାହୁଲଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି । କଂଗ୍ରେସ ଅନେକ ଦିନ ଧରି ଏହି ସମାନ ଅଭିଯୋଗ ଆଣୁଥିବା ବେଳେ ନିକଟରେ କଂଗ୍ରେସକୁ ଆୟକର ନୋଟିସ ଆସିବା ପରେ ବିଜେପି ବିରୋଧରେ ସମାନ ଅଭିଯୋଗ ଦୋହରାଇଥିଲେ ରାହୁଲ ଗାନ୍ଧୀ ।

ଏହା ବି ପଢନ୍ତୁ- ମଣ୍ଡିରେ କଙ୍ଗନାଙ୍କ ବିଶାଳ ରୋଡ ସୋ', କହିଲେ ବିକାଶ ମୋର ପ୍ରାଥମିକତା

ଆଜି (ସୋମବାର) ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ମଣ୍ଡିରେ ଆୟୋଜିତ କାର୍ଯ୍ୟକର୍ତ୍ତୀ ସମ୍ମିଳନୀରେ ଯୋଗ ଦେଇଥିଲେ । ଭୀମକାଳି ମନ୍ଦିର ସଭାଗୃହରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଥିଲେ । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କଙ୍ଗନା କହିଥିଲେ, " ରାହୁଲ ଗାନ୍ଧୀଙ୍କୁ ଗଣତନ୍ତ୍ରର ପରିଭାଷା ଜଣାନାହିଁ । ସେ କେଉଁ ଗଣତନ୍ତ୍ରର ହତ୍ୟା ସମ୍ପର୍କରେ କହୁଛନ୍ତି ? ଆମେ ଗଣତନ୍ତ୍ର ଭିତରେ ରହି ନିର୍ବାଚନ ଲଢୁଛୁ । ଆଉ ଏହାକୁ ହିଁ ପ୍ରକୃତ ଲୋକତନ୍ତ୍ର କୁହାଯାଏ ।" ଏହାପରେ କଙ୍ଗନା କଂଗ୍ରେସ ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ।

ଏହା ବି ପଢନ୍ତୁ- ଆପତ୍ତିଜନକ ମନ୍ତବ୍ୟ ମାମଲା: ସୁପ୍ରିୟା ଓ ଦିଲ୍ଲୀପଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ଏନେଇ କଙ୍ଗନା କହିଥିଲେ, "ସୁପ୍ରିୟା ଶ୍ରୀନେତ ମୋ ବିରୋଧରେ କରିଥିବା ଟିପ୍ପଣୀ ଉପରେ ମୁଁ କିଛି କହିବାକୁ ଚାହୁଁନାହିଁ । ମଣ୍ଡିର ଭୋଟରମାନେ ନିଜ ମତ ମାଧ୍ୟମରେ ଏହାର ଉତ୍ତର ରଖିବେ । ମତଦାତା ତାଙ୍କୁ କଡ଼ା ଜବାବ ଦେବେ । କଂଗ୍ରେସ ନେତ୍ରୀଙ୍କ ଏଭଳି ବୟାନ ଦ୍ବାରା ମଣ୍ଡି ଅଧିବାସୀ ଆଘାତପ୍ରାପ୍ତ ହୋଇଛନ୍ତି ।" ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନାଙ୍କ କିଛି ଫଟୋ ପୋଷ୍ଟ କରାଯାଇଥିବା ବେଳେ ଆପତ୍ତିଜନକ କ୍ୟାପସନ ଲେଖାଯାଇଥିଲା । ଯାହାକୁ ବିଜେପି ତୀବ୍ର ବିରୋଧ କରିଥିଲା । ତେବେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲର ଅପବ୍ୟବହାର ହୋଇଛି, ସେ ଏପରି କରିନାହାନ୍ତି ବୋଲି ସୁପ୍ରିୟା ସ୍ପଷ୍ଟୀକରଣ ରଖିଥିଲେ ।

ସୂଚନା ଥାଉ କି ହିମାଚଳ ପ୍ରଦେଶରେ 4ଟି ଲୋକସଭା ଆସନ ହେଉଛି ହମିରପୁର, ମଣ୍ଡି, ସିମଲା ଓ କାଙ୍ଗରା । ଗତ 2019 ନିର୍ବାଚନରେ ବିଜେପି 4ଟି ଯାକ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ମଣ୍ଡିରେ ନିର୍ବାଚନ ଜିତିଥିବା ବିଜେପି ନେତା ରାମ ସ୍ବରୂପ ଶର୍ମାଙ୍କ ମୃତ୍ୟୁ ପରେ 2021ରେ ଉପନିର୍ବାଚନ ହୋଇଥିଲା । ଯେଉଁଥିରେ ବାଜି ମାରିଥିଲେ କଂଗ୍ରେସ ନେତ୍ରୀ ପ୍ରତିଭା ସିଂ । ବିଜେପି କଙ୍ଗନାଙ୍କୁ ପ୍ରାର୍ଥୀ କରିବା ପରେ ପୁଣି ଥରେ ମଣ୍ଡିରୁ ନିର୍ବାଚନ ଲଢିବାକୁ ଦଳର ହାଇକମାଣ୍ଡକୁ ନିଜ ନାଁ ସୁପାରିଶ କରିଛନ୍ତି କଂଗ୍ରେସ ସାଂସଦ ପ୍ରତିଭା ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.