ETV Bharat / politics

ମଣ୍ଡିରେ କଙ୍ଗନାଙ୍କ ବିଶାଳ ରୋଡ ସୋ', କହିଲେ ବିକାଶ ମୋର ପ୍ରାଥମିକତା - Kangana Ranaut in Mandi

author img

By ETV Bharat Odisha Team

Published : Mar 29, 2024, 5:54 PM IST

Kangana Ranaut in Mandi: ବିଜେପି ଟିକେଟ ପାଇବା ପରେ ମଣ୍ଡିରେ ଅଭିନେତ୍ରୀ କଙ୍ଗନାଙ୍କ ବିଶାଳ ରୋଡ ସୋ' । ମଣ୍ଡିକୁ ନିଜର ପରିବାର କହିଲେ ଅଭିନେତ୍ରୀ । ବିକାଶ ଉପରେ ଦେବେ ପ୍ରାଥମିକତା । ଅଧିକ ପଢନ୍ତୁ

Kangana Ranaut in Mandi
Kangana Ranaut in Mandi

ସିମଲା: କଙ୍ଗନାକୁ ଷ୍ଟାର କି ଅଭିନେତ୍ରୀ ଭାବନ୍ତୁନି । ମୋତେ ନିଜର ଝିଅ ଭାବନ୍ତୁ, ଭଉଣୀ ଭାବନ୍ତୁ । ମଣ୍ଡିର ଅଧିବାସୀ ମୋର ପରିବାର । ଲୋକସଭା ନିର୍ବାଚନ ଲାଗି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଟିକେଟ ଦେଇଛି ବିଜେପି । ଏହାପରେ ପ୍ରଚାର ମୈଦାନରେ ଅଭିନେତ୍ରୀ । ଆଜି (ଶୁକ୍ରବାର) ମଣ୍ଡିରେ କଙ୍ଗନାଙ୍କ ଏକ ବିଶାଳ ରୋଡ ସୋ' ଦେଖିବାକୁ ମିଳିଥିବା ବେଳେ ସେ ବିକାଶକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।

କଙ୍ଗନା ଜନସଭାକୁ ସମ୍ବୋଧିତ କରି କହିଛନ୍ତି, "ଆଜି ସାରା ଦେଶ ଦେଖିଲା ମୋତେ ମୋ ରାଜ୍ୟର ଲୋକେ କେତେ ପ୍ରେମ କରନ୍ତି । ମୋ ରାଜ୍ୟବାସୀ ତାଙ୍କର ଝିଅକୁ କିପରି ସ୍ବାଗତ କରନ୍ତି । ମୋ ଜେଜେ ମଣ୍ଡିରୁ ବିଧାୟକ ଥିବା ବେଳେ ସ୍ଥାନୀୟ ବାସୀଙ୍କ ସେବା କରିଥିଲେ । ଯଦି ମୁଁ ନିର୍ବାଚନ ଜିତେ, ତେବେ ମଣ୍ଡିବାସୀଙ୍କ ସେବାରେ ଟିକିଏ ବି ଉଣା କରିବି ନାହିଁ । ମଣ୍ଡିର ଅଧିବାସୀ ମୋର ପରିବାର । ଆପଣ ଭାବନ୍ତୁନି କଙ୍ଗନା ହେଉଛି ଜଣେ ଷ୍ଟାର ଓ ଅଭିନେତ୍ରୀ, ବରଂ ଏହା ଭାବନ୍ତୁ ମୁଁ ଆପଣଙ୍କର ଭଉଣୀ । ମୋତେ ଆପଣଙ୍କ ଝିଅ ବୋଲି ଭାବନ୍ତୁ ।"

ଏହା ବି ପଢନ୍ତୁ- 5ମ ପର୍ଯ୍ୟାୟରେ 17 ରାଜ୍ୟରେ 111 ପ୍ରାର୍ଥୀ ଘୋଷଣା କଲା ବିଜେପି; କଙ୍ଗନା, ନବୀନ ଓ ଅରୁଣଙ୍କୁ ଟିକେଟ

ସେ ଆହୁରି କହିଛନ୍ତି, "ମୋ ଦଳ ଓ ମୋ ପାଇଁ ସବୁଠୁ ବଡ଼ କଥା ହେଉଛି ବିକାଶ । ଏହା ମଧ୍ୟ ମୋର ପ୍ରାଥମିକତା । ତେବେ ମଣ୍ଡିବାସୀଙ୍କ ହୃଦୟରେ ଯାହା ଅଛି ଆଗାମୀ ଦିନରେ ସେ ତାକୁ ପ୍ରତିପାଦିତ କରିବେ ।" ବିଜେପି କଙ୍ଗନାଙ୍କୁ ଟିକେଟ ଦେବା ପରେ ସେ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛନ୍ତି । ପ୍ରତିଭା 2021 ଉପ ନିର୍ବାଚନ ବେଳେ ମଣ୍ଡି ଆସନରୁ ବିଜୟୀ ହୋଇଥିଲେ । ଯଦି ଦଳର ଶୀର୍ଷ ନେତୃତ୍ବ ସୁଯୋଗ ଦିଅନ୍ତି ସେ କଙ୍ଗନାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚନ ଲଢିବାକୁ ଇଚ୍ଛୁକ ବୋଲି କହିଛନ୍ତି ।

ଏନେଇ କଂଗ୍ରେସ ପୂର୍ବତନ ସାଂସଦ ପ୍ରତିଭା ସିଂ କହିଛନ୍ତି, "ଯଦି ଦଳର ଶୀର୍ଷ ନେତୃତ୍ବ ମୋ ନାଁ ଘୋଷଣା କରନ୍ତି, ତେବେ ମୁଁ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ । ମଣ୍ଡି ସଂସଦୀୟ କ୍ଷେତ୍ରର ପ୍ରାୟ ସମସ୍ତ ଅଞ୍ଚଳ ମୁଁ ସାଂସଦ ଭାବେ ବୁଲିଛି । ଗତକାଲି ବସିଥିବା ବୈଠକରେ ମଣ୍ଡି ପାଇଁ ମୁଁ ଯୋଗ୍ୟ ପ୍ରାର୍ଥୀ ବୋଲି ଦଳକୁ ଜଣାଇଛି । ତେବେ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ମୁଁ ସମ୍ମାନ ଜଣାଇବି ।" ସୂଚନା ଥାଉ କି ହିମାଚଳ ପ୍ରଦେଶରେ 4ଟି ଲୋକସଭା ଆସନ ରହିଛି । ସେଗୁଡ଼ିକ ହେଉଛି ହମିରପୁର, ମଣ୍ଡି, ସିମଲା ଓ କାଙ୍ଗରା । ଗତ 2019 ନିର୍ବାଚନରେ ବିଜେପି 4ଟି ଯାକ ଆସନରେ ବିଜୟୀ ହୋଇଥିଲା । ମାତ୍ର ମଣ୍ଡିରେ ନିର୍ବାଚନ ଜିତିଥିବା ବିଜେପି ନେତା ରାମ ସ୍ବରୂପ ଶର୍ମାଙ୍କ ମୃତ୍ୟୁ ପରେ 2021ରେ ଉପନିର୍ବାଚନ ହୋଇଥିଲା । ଏଥିରେ ବାଜି ମାରିଥିଲେ କଂଗ୍ରେସ ନେତ୍ରୀ ପ୍ରତିଭା ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.