ETV Bharat / politics

5ମ ପର୍ଯ୍ୟାୟରେ 17 ରାଜ୍ୟରେ 111 ପ୍ରାର୍ଥୀ ଘୋଷଣା କଲା ବିଜେପି; କଙ୍ଗନା, ନବୀନ ଓ ଅରୁଣଙ୍କୁ ଟିକେଟ - BJP releases fifth candidates list

author img

By ETV Bharat Odisha Team

Published : Mar 24, 2024, 10:50 PM IST

BJP releases fifth list of candidates: 5ମ ତାଲିକାରେ 111 ପ୍ରାର୍ଥୀ । ବରିଷ୍ଠଙ୍କ ସହ ଚର୍ଚ୍ଚିତ ନବାଗତଙ୍କୁ ମଧ୍ୟ ଟିକେଟ । ଅଧିକ ପଢନ୍ତୁ

5ମ ପର୍ଯ୍ୟାୟରେ 17 ରାଜ୍ୟରେ 111 ପ୍ରାର୍ଥୀ ଘୋଷଣା କଲା ବିଜେପି, କଙ୍ଗନା, ନବୀନ ଓ ଅରୁଣଙ୍କୁ ଟିକେଟ
5ମ ପର୍ଯ୍ୟାୟରେ 17 ରାଜ୍ୟରେ 111 ପ୍ରାର୍ଥୀ ଘୋଷଣା କଲା ବିଜେପି, କଙ୍ଗନା, ନବୀନ ଓ ଅରୁଣଙ୍କୁ ଟିକେଟ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି 5ମ ପର୍ଯ୍ୟାୟରେ 17 ରାଜ୍ୟର 111 ସଂସଦୀୟ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏକାଧିକ କେନ୍ଦ୍ରମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ସାଂସଦଙ୍କୁ ଟିକେଟ ମିଳିଥିଲା ବେଳେ କିଛି ଚର୍ଚ୍ଚିତ ଚେହେରା ମଧ୍ୟ ବିଜେପି ଟିକେଟରେ ଚଳିତ ନିର୍ବାଚନୀ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବିବାଦୀୟ ଓ ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାଣାଓ୍ବାତ ନିଜ ଗୃହରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସେହିପରି ରମାୟଣ ଧାରାବାହିକର ଲୋକପ୍ରିୟ ଷ୍ଟାର ଅରୁଣ ଗୋଭିଲ ମଧ୍ୟ ଟିକେଟ ପାଇଛନ୍ତି । ସଂଧ୍ୟାରେ ପ୍ରାର୍ଥୀ ଘୋଷଣାର କିଛି ମିନିଟ ପୂର୍ବରୁ ଦଳରେ ସାମିଲ ହୋଇଥିବା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ କଂଗ୍ରେସ ସମୟର ନିଜ ପୂର୍ବ ଆସନ ହରିୟାଣାର କୁରୁକ୍ଷେତ୍ରରୁ ପ୍ରାର୍ଥୀ ଭାବେ ଘୋଷଣା ହୋଇଛନ୍ତି । ନିକଟରେ ନ୍ୟାୟିକ ସେବାରୁ ଅବସର ନେଇ ବିଜେପିରେ ସାମିଲ ହୋଇଥିବା କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ମଧ୍ୟ ଟିକେଟ ମିଳିଛି । ନିକଟରେ ବିଜେପିରେ ସାମିଲ ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ରାଜ୍ୟଓ୍ବାରୀ ପ୍ରାର୍ଥୀ ସଂଖ୍ୟା:- ଏହି ତାଲିକାରେ ବିଜେପି ଆନ୍ଧ୍ର ପ୍ରଦେଶର 6ଜଣ ପ୍ରାର୍ଥୀ, ବିହାରର 17 ଜଣ, ଗୋଆର ଜଣେ, ଗୁଜୁରାଟର 6ଜଣ, ହରିୟାଣାର 4, ହିମାଚଳ ପ୍ରଦେଶର 2 ଜଣ, ଝାଡଖଣ୍ଡର 3ଜଣ, କର୍ଣ୍ଣାଟକର 4ଜଣ, କେରଳର 4ପ୍ରାର୍ଥୀ ସାମିଲ ରହିଛନ୍ତି । ସେହିପରି ମହାରାଷ୍ଟ୍ରରୁ 3, ମିଜୋରାମରୁ ଜଣେ, ଓଡିଶାରେ 18 ଲୋକସଭା ଆସନ, ରାଜସ୍ଥାନରେ 7, ସିକ୍କିମରେ ଜଣେ, ତେଲେଙ୍ଗାନାରେ 2, ଉତ୍ତର ପ୍ରଦେଶରେ 13 ଏବଂ ପଶ୍ଚିମବଙ୍ଗରେ 19 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- 5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ - BJP releases 5th list

ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ, ଜେନେରାଲ ବି.କେ ସିଂ,ଅନନ୍ତ ହେଗଡେଙ୍କୁୁ ଦଳ ଏଥର ଟିକେଟ ଦେଇନାହିଁ । ଟିକେଟ ଘୋଷଣା ପରେ ଜେନେରାଲ ବି.କେ ସିଂ କହିଛନ୍ତି, ସେ ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଅନ୍ୟତମ ଚର୍ଚ୍ଚିତ ଯୁବନେତା ବରୁଣ ଗାନ୍ଧୀଙ୍କୁ ଚଳିତଥର ଟିକେଟ ମିଳିନି । ମା ମାନେକା ଗାନ୍ଧୀ ସୁଲତାନପୁରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.