ETV Bharat / entertainment

ମ୍ୟାଚ୍ ବେଳେ କେକେଆର ପାଇଁ ଏମିତି ଚିଅର କରିଥିଲେ ଅନନ୍ୟା ପାଣ୍ଡେ - ananya cheers for kkr

author img

By ETV Bharat Odisha Team

Published : Apr 21, 2024, 10:27 PM IST

Ananya Panday Cheers For KKR: କାମର ବ୍ୟସ୍ତତା ଭିତରେ ବି ମ୍ୟାଚ୍ ଦେଖିବା ସହ କେକେଆରକୁ ସମର୍ଥନ ଜଣାଇଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଅନନ୍ୟାଙ୍କ ଏଭଳି ନିଆରା ଅନ୍ଦାଜକୁ ପସନ୍ଦ କରିଛନ୍ତି ଫ୍ୟାନ୍ସ ।

Ananya Panday
Ananya Panday

ମୁମ୍ବାଇ: କୋଲକାତା ନାଇଟ୍ ରାଇଡର୍ସ ପାଇଁ ନିଆରା ଅନ୍ଦାଜରେ ଚିଅର କଲେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । କାମର ବ୍ୟସ୍ତତା ଭିତରେ ବି ମ୍ୟାଚ୍ ଦେଖିବା ସହ କେକେଆରକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବି ଷ୍ଟାଟସ ଅପଡେଟ୍ କରିଛନ୍ତି । ସୁଟିଂ ପାଇଁ ମେକ୍ଅପ୍ ନେଉଥିବା ସମୟରେ ସେ ମିରର୍ ସେଲଫି ନେଇ ଏକ ପୋଷ୍ଟ କରିଛନ୍ତି । ପାଖରେ ଥିବା ଆଉ ଏକ ମୋବାଇଲରେ ମ୍ୟାଚ୍ ଚାଲିଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ସେୟାର କରି ଅନନ୍ୟା କ୍ୟାପସନରେ ଲେଖିଛନ୍ତି, "ଏହା ହେଉଛି ରିଏଲ କମିଟମେଣ୍ଟ, କାମରେ ବି କରି ଦେଖାଇବ କୋଲକାତା ନାଇଟ ରାଇଡର୍ସ ।"

ଇଡେନ୍‌ ଗାର୍ଡେନ୍ସରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହୋଇଥିଲା ରୋମାଞ୍ଚକର ମୁକାବିଲା । ଏଭଳି ହାଇସ୍କୋରିଂ ମ୍ୟାଚ୍‌ରେ ମାତ୍ର ଗୋଟିଏର ରନରେ ଜିତିଛି କୋଲକାତା । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୨୨୨ ରନ କରିଥିଲା । ଜବାବରେ ୨୨୧ ରନରେ ଅଲ୍‌ଆଉଟ୍‌ ହୋଇଛି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଯାହାକୁ ନେଇ କେକେଆର ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହର ମାହୋଲ ଖେଳିଯାଇଛି ।

ଏହା ବି ପଢନ୍ତୁ...ଆଦିତ୍ୟ କପୁରଙ୍କ ସହ ନଜର ଆସିଲେ ଅନନ୍ୟା, ଚିଅରଅପ କଲେ ରଣବୀର

ଏହା ବି ପଢନ୍ତୁ...ଆଇପିଏଲ୍‌ ୨୦୨୪: ୧ ରନରେ ଜିତିଲା କୋଲକାତା, ଶେଷ ବଲ୍‌ରେ ହାରିଲା ଆର୍‌ସିବି - IPL 2024

ଏଥିରୁ ବାଦ୍ ପଡ଼ିନାହାନ୍ତି ସିନେ ତାରକା । ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୁଟିଂ ପୂର୍ବରୁ ମେକ ଅପ୍ ନେବା ସମୟରେ ମଧ୍ୟ ଏଭଳି ରୋମାଞ୍ଚକର ମ୍ୟାଚର ମଜା ନେବାକୁ ଭୁଲି ନାହାନ୍ତି । ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢି ସେ କୋଲକାତା ନାଇଟ୍ ରାଇଡର୍ସ ଟିମକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଫଟୋ ବେଶ ଭାଇରାଲ ହେଉଥିବାବେଳେ ଏହାକୁ ବେଶ ପସନ୍ଦ କରିଛନ୍ତି ୟୁଜର୍ସ । ଗତ କିଛି ଦିନ ତଳେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବେଶ ଚର୍ଚ୍ଚାକୁ ଆସିଥିଲେ । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ଅନନ୍ୟାଙ୍କ ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାାହକି ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ଥିବାବେଳେ ଅନନ୍ୟା ରୋମାଣ୍ଟିକ ପୋଜରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.