ETV Bharat / entertainment

ଆଦିତ୍ୟ କପୁରଙ୍କ ସହ ନଜର ଆସିଲେ ଅନନ୍ୟା, ଚିଅରଅପ କଲେ ରଣବୀର

author img

By ETV Bharat Odisha Team

Published : Mar 4, 2024, 2:24 PM IST

Ananya Panday-Aditya Roy Kapur Dating: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ଏକାଠି ରୋମାଣ୍ଟିକ ପୋଜରେ ନଜର ଆସିଛନ୍ତି । ଏହି ଫଟୋ ଭାଇରାଲ ପରେ ଉଭୟଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଦିତ୍ୟ କପୁରଙ୍କ ସହ ନଜର ଆସିଲେ ଅନନ୍ୟା, ଚିଅରଅପ କଲେ ରଣବୀର
ଆଦିତ୍ୟ କପୁରଙ୍କ ସହ ନଜର ଆସିଲେ ଅନନ୍ୟା, ଚିଅରଅପ କଲେ ରଣବୀର

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଦୀର୍ଘ ଦିନରୁ ଉଭୟଙ୍କ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ଲାଇମଲାଇଟକୁ ଆସିଛନ୍ତି ଆଦିତ୍ୟ ଏବଂ ଅନନ୍ୟା । ନିକଟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ଉଭୟ ସାମିଲ ହୋଇଥିବା ବେଳେ ଏଠାରେ ଉଭୟଙ୍କୁ ଏକାଠି ପୋଜ ନେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ସହ ରଣବୀର କପୁର ମଧ୍ୟ ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଭାଇରାଲ ଫଟୋରେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ରୋମାଣ୍ଟିକ ପୋଜରେ ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଆଦିତ୍ୟ ଅନନ୍ୟାଙ୍କ ସହ ରଣବୀର କପୁର ନଜର ଆସିଛନ୍ତି । ଏହି ଫଟୋରେ ସେ ଉଭୟଙ୍କୁ ଚିଅରଅପ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଫଟୋ ଭାଇରାଲ ପରେ ଫ୍ୟାନ୍ସ ଉଭୟଙ୍କ ବିବାହ କେବେ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କହିରଖୁଛୁ କି, ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ନିଜ ସମ୍ପର୍କକୁ ଏପର୍ଯ୍ୟନ୍ତ ଅଫିସିଆଲି ଘୋଷଣା କରିନାହାନ୍ତି ।

ସୂଚନା ଥାଉ କି, ଦୁହେଁ ଏକାଠି କ୍ରିତି ସାନନଙ୍କ ଦିୱାଲି ପାର୍ଟିରେ ଯୋଗଦେବା ପରଠାରୁ ଆଦିତ୍ୟ ଏବଂ ଅନନ୍ୟାଙ୍କ ଡେଟିଂ ନେଇ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦୁହେଁ ଏକାଠି ମନୀଷ ମଲହୋତ୍ରାଙ୍କ ଲାକ୍ମି ଫ୍ୟାଶନ ସପ୍ତାହରେ ରାମ୍ପ୍‌ ୱାକ୍‌ କରିଥିଲେ । ଫିଫା ବିଶ୍ୱକପ୍‌ର ସେମିଫାଇନାଲରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏଥିସହ କିଛି ମାସ ପୂର୍ବେ ସ୍ପେନରେ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠାରେ ଉଭୟଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ ହୋଇଥିଲା । ଏହା ପରେ ଉଭୟଙ୍କ ମୁଭି ଡେଟ ଏବଂ ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ଭ୍ୟାକେସନରେ ଗଲେ ଆଦିତ୍ଯ-ଅନନ୍ୟା ! ଏୟାରପୋର୍ଟରେ ଆସିଲେ ନଜର

କହିରଖୁଛୁ କି, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ଅନନ୍ୟା ପାଣ୍ଡେ, ସାରା ଅଲ୍ଲି ଖାନ, ଜାହ୍ନବୀ କପୁର ଏବଂ ଖୁସି କପୁର, ମନୀଷ ମଲହୋତ୍ରାଙ୍କ ସହ ଏକାଠି ପରଫର୍ମ କରିଥିଲେ । ଏମାନେ 'କଭି ଖୁସି କଭି ଗମ' ଫିଲ୍ମର ଲୋକପ୍ରିୟ 'ବୋଲେ ଚୁଡିଆଁ' ଗୀତରେ ପ୍ରଦର୍ଶନ କରି ମଞ୍ଚରେ ନିଆଁ ଲଗାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.