ETV Bharat / business

ଭାରତରେ ଅଟୋମୋବାଇଲ୍ ଖୁଚୁରା ବିକ୍ରି 13 ପ୍ରତିଶତ ବୃଦ୍ଧି ପାଇଛି: FADA

author img

By ETV Bharat Odisha Team

Published : Mar 7, 2024, 2:25 PM IST

ଭାରତରେ ଅଟୋମୋବାଇଲ୍ ଖୁଚୁରା ବିକ୍ରି 13 ପ୍ରତିଶତ ବୃଦ୍ଧି ପାଇଲା
ଭାରତରେ ଅଟୋମୋବାଇଲ୍ ଖୁଚୁରା ବିକ୍ରି 13 ପ୍ରତିଶତ ବୃଦ୍ଧି ପାଇଲା

Automobile Retail sales Increase 13 percent: ଭାରତରେ ଅଟୋମୋବାଇଲର ଖୁଚୁରା ବିକ୍ରି 13% ବୃଦ୍ଧି ପାଇଛି । ଯାହାର ସୂଚନା ଫେଡେରେସନ ଅଫ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ ଦେଇଛନ୍ତି । ଯାତ୍ରୀବାହୀ ଯାନ ଏବଂ ଦୁଇ ଚକିଆ ଯାନ ସମେତ ସମସ୍ତ ବିଭାଗରେ ଭଲ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତରେ ଅଟୋମୋବାଇଲର ଖୁଚୁରା ବିକ୍ରିରେ 13% ବୃଦ୍ଧି ପାଇଛି । ଯାହାର ସୂଚନା ଫେଡେରେସନ ଅଫ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ ଦେଇଛନ୍ତି । ଯାତ୍ରୀବାହୀ ଯାନ ଏବଂ ଦୁଇ ଚକିଆ ଯାନ ସମେତ ସମସ୍ତ ବିଭାଗରେ ଭଲ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ଗତ ମାସରେ ମୋଟ ଖୁଚୁରା ବିକ୍ରି 20,29,541 ୟୁନିଟ ହୋଇଥିଲା, ଯାହା ପୂର୍ବ ବର୍ଷ 17,94,866 ୟୁନିଟ ଥିଲା । ଫେବୃଆରୀ 2023ରେ 2,93,803 ୟୁନିଟ ବିକ୍ରି ହୋଇଥିଲା । ଯାହା ତୁଳନାରେ ଏ ବର୍ଷ 12 ପ୍ରତିଶତ ବୃଦ୍ଧି ପାଇ 3,30,107 ୟୁନିଟ ବିକ୍ରି ହୋଇଛି । ଅନ୍ୟପଟରେ ଯାତ୍ରୀବାହୀ ଯାନଗୁଡିକ ଫେବୃଆରୀ ମାସରେ ସର୍ବାଧିକ ବିକ୍ରିର ରେକର୍ଡ କରିଛି ।

FADAର ସଭାପତି ମନୀଷ ରାଜ ସିଙ୍ଗାନିଆ ଏକ ବିବୃତ୍ତିରେ କହିଛନ୍ତି ଯେ ‘‘ନୂତନ ଉତ୍ପାଦ ଏବଂ ଯାନ ଉପଲବ୍ଧତା କାରଣରୁ ଦୁଇ ଚକିଆ ବିକ୍ରି 13% ବୃଦ୍ଧି ହୋଇ 14,39,523 ୟୁନିଟରେ ପହଞ୍ଚିଛି । ଯାହା ଗତବର୍ଷ ସମାନ ଅବଧିରେ 12,71,073 ୟୁନିଟ ଥିଲା। ବିବାହ ସିଜିନ ଏବଂ ଆର୍ଥିକ ସ୍ଥିତି ସୃଦୃଢ଼ ଥିବା କାରଣରୁ ଏହି ସକରାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଛି।’’ ଚଳିତ ବର୍ଷ ଫେବୃଆରୀରେ କମରସିଆଲ ଭେଇକିଲ ବିକ୍ରି 88,367 ୟୁନିଟକୁ ବୃଦ୍ଧି ପାଇଛି । ଯାହା ଗତବର୍ଷ ତୁଳନାରେ 5 ପ୍ରତିଶତ ଅଭିବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..... ବ୍ୟବସାୟରେ ଭାରତୀୟ ଡେଭଲପର୍ସଙ୍କୁ ବଡ଼ ଝଟକା, Appsକୁ ପ୍ଲେ ଷ୍ଟୋରରୁ ହଟାଇବା ପରେ ଫେରାଇଲା ଗୁଗଲ

ତିନି ଚକିଆ ଯାନର ଖୁଚୁରା ବିକ୍ରି ଗତ ବର୍ଷ ତୁଳନାରେ 24 ପ୍ରତିଶତ ବୃଦ୍ଧି ପାଇଛି । ଯାହା ଗତ ମାସରେ 94,918 ୟୁନିଟରେ ପହଞ୍ଚିଛି। ସେହିଭଳି ଟ୍ରାକ୍ଟର ବିକ୍ରି ଗତ ବର୍ଷ ଫେବୃଆରୀରେ 69,034 ୟୁନିଟରୁ 11 ପ୍ରତିଶତ ବୃଦ୍ଧି ହୋଇ 76,626 ୟୁନିଟରେ ପହଞ୍ଚିଛି । ବିକ୍ରୟ ଦୃଷ୍ଟିକୋଣରୁ ସିଙ୍ଗାନିଆ କହିଛନ୍ତି ଯେ ଗ୍ରାମାଞ୍ଚଳରୁ ବିକ୍ରିରେ ସକରାତ୍ମକ ସଙ୍କେତ ମିଳିବା ସହିତ ପ୍ରିମିୟମ ଏବଂ ଏଣ୍ଟ୍ରି ଲେଭଲ୍ ସେଗମେଣ୍ଟର ଚାହିଦା ଦୁଇ ଚକିଆ ବଜାରକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ସେହିଭଳି ତିନି ଚକିଆ ଏବଂ ବ୍ୟବସାୟିକ ଯାନ ବିଭାଗରେ ବିକ୍ରିରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ଆର୍ଥିକ ବର୍ଷ ଶେଷରେ କ୍ରୟ ପ୍ରୋତ୍ସାହନ ସାଙ୍ଗକୁ ବିବାହ ସିଜନ କାରଣରୁ ବିକ୍ରିରେ ବୃଦ୍ଧି ଘଟିବ ବୋଲି ଆଶା କରିଛନ୍ତି ସିଙ୍ଗାନିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.