ETV Bharat / bharat

ଝାଡଖଣ୍ଡରେ ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରେନ: ଏକାଧିକ ମୃତାହତ ସୂଚନା

author img

By ETV Bharat Odisha Team

Published : Feb 28, 2024, 8:32 PM IST

Updated : Feb 28, 2024, 10:00 PM IST

ଝାଡଖଣ୍ଡରେ ମାଡିଗଲା ଟ୍ରେନ: 12 ମୃତ, ଏକାଧିକ ମୃତ
ଝାଡଖଣ୍ଡରେ ମାଡିଗଲା ଟ୍ରେନ: 12 ମୃତ, ଏକାଧିକ ମୃତ

Jamtara Train Accident: ଝାଡଖଣ୍ଡରେ ଯାତ୍ରୀଙ୍କ ଉପରେ ଟ୍ରେନ ମାଡିଯିବାରୁ ଏକାଧିକ ମୃତ । ଦୁଇ ମୃତଦେହ ଉଦ୍ଧାର । ଏକାଧିକ ଆହତ ସୂଚନା । ଉଦ୍ଧାର ଅପରେସନ ଜାରି । ଅଧିକ ପଢନ୍ତୁ

ରାଞ୍ଚି: ଝାଡଖଣ୍ଡର ଜାମତରାରେ ଏକ ବଡଧରଣ ଟ୍ରେନ୍ ଦୁର୍ଘଟଣା ଘଟିଛି । ଯାତ୍ରୀଙ୍କ ଉପରେ ଟ୍ରେନ ମାଡିଯିବାରୁ ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏବେ ସୁଦ୍ଧା 2 ମୃତଦେହ ଉଦ୍ଧାର କରାଯାଇଛି । ଅନ୍ଧାରରେ ଉଦ୍ଧାର ଅପରେସନ ଜାରି ରହିଛି । ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ଆଜି ସଂଧ୍ୟାରେ ଜାମତଡା ଷ୍ଟେସନ ନିକଟରେ ଅଟକିଥିବା ଏକ ‘ଅଙ୍ଗ ଏକ୍ସପ୍ରେସ’ରୁ ଓହ୍ଲାଇବା ପରେ ଯାତ୍ରୀମାନେ ରେଳଧାରଣା ପାର ହେଉଥିବା ବେଳେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ଆସୁଥିବା ଏକ ପାସେଞ୍ଜର ଏକ୍ସପ୍ରେସ ସେମାନଙ୍କ ଉପରେ ମାଡିଯାଇଥିଲା । ଏଥିରେ ଘଟଣାସ୍ଥଳରେ ପ୍ରାୟ 2 ଜଣଙ୍କ ମୃତ୍ୟୁ ହୋଇଥିବା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇଛି । ଅନେକ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଆରପିଏଫ ଟିମ୍‌ ସମେତ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି ।

ଜାମତାଡା ଜିଲ୍ଲାର ବିଦ୍ୟାସାଗର ଓ କାଲା ହାରିଆ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଭାଗଲପୁରରୁ ଯଶୋବନ୍ତପୁର ଯାଉଥିବା ଅଙ୍ଗ ଏକ୍ସପ୍ରେସ କୌଣସି ଯାନ୍ତ୍ରିକ ତ୍ରୁଟି କାରୁଣରୁ ଅଟକି ରହିଥିଲା । ସେତେବେଳେ ଯାତ୍ରୀମାନେ ତଳକୁ ଓହ୍ଲାଇ ଧାରାଣା ପାର କରୁଥିଲେ । ନିକଟବର୍ତ୍ତୀ ଟ୍ରାକରେ ଆସାନସୋଲରୁ ବୈଦ୍ୟନାଥଧାମ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ ଏହି ଯାତ୍ରୀମାନଙ୍କ ଉପରେ ମାଡିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ମାର୍ଚ୍ଚ 13 ପର୍ଯ୍ୟନ୍ତ ସମନ ଜାରି କରିପାରିବନି ED

ଘଟଣାସ୍ଥଳରେ ଉପସ୍ଥିତ ‘ଇଟିଭି ଭାରତ’ ଟିମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନ ଓ ରେଳବାଇ ଟିମର ମିଳିତ ଅପରେସରେ ଉଦ୍ଧାର ଅପରେସନରେ ଜାରି ରହିଛି । ଏବେ ସୁଦ୍ଧା 2 ମୃତକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି । ଡାକ୍ତରୀ ଟିମ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚିଛି । କିଛି ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ କେତେ ସଂଖ୍ୟକ ଯାତ୍ରୀ ଆହତ ହୋଇଛନ୍ତି, ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ଅନ୍ଧାର କାରଣରୁ ସର୍ଚ୍ଚ ଓ ଉଦ୍ଧାର ଅପରେସନରେ ସମସ୍ୟା ହେଉଛି । ଆଜି ରାତିରେ ଉଦ୍ଧାର ଅପରେସନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଘଟଣାସ୍ଥଳରେ ରେଳବାଇର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ସୁଦ୍ଧା ମୃତାହତଙ୍କ ସଂଖ୍ୟା ଓ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରେ । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇପାରେ ରେଳବାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 28, 2024, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.