ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ'କୁ ମାଡ୍ରାସ ହାଇକୋର୍ଟଙ୍କ ଅନୁମତି, ପୂର୍ବରୁ ମନା କରିଥିଲା ଜିଲ୍ଲା ପୋଲିସ

author img

By ETV Bharat Odisha Team

Published : Mar 15, 2024, 9:08 PM IST

Coimbatore Roadshow: ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ'କୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ । ପୂର୍ବରୁ ଅନୁମତି ଦେବାକୁ ମନା କରିଥିଲା ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ

Coimbatore Roadshow
Coimbatore Roadshow

ଚେନ୍ନାଇ: ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ'କୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ । ଆସନ୍ତା ୧୮ ତାରିଖରେ ତାମିଲନାଡୁର କୋଏମ୍ବାଟୁରରେ ହେବ ବିଶାଳ ରାଲି। ଏଥିପାଇଁ ଜିଲ୍ଲା ପୋଲିସଠୁ ଅନୁମତି ଲୋଡିଥିଲା ଭାରତୀୟ ଜନତା ପାର୍ଟି । ହେଲେ ବିଭିନ୍ନ କାରଣ ଦର୍ଶାଇ ଅନୁମତି ଦେବାକୁ ମନା କରିଥିଲା ଜିଲ୍ଲା ପୋଲିସ । କୋଏମ୍ବାଟୁରର ସାମ୍ପ୍ରଦାୟିକ ଇତିହାସ ଦୃଷ୍ଟିରୁ ଅନୁମତି ଦିଆଯିବ ନାହିଁ ଜିଲ୍ଲା ପୋଲିସ କାରଣ ଦର୍ଶାଇଥିଲା । ଏହାସହ ରୋଡ୍ ଶୋ' କାରଣରୁ ସାଧାରଣ ଜନତାଙ୍କ ସମେତ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା ରହିଥିବା କହିଥିଲା ଜିଲ୍ଲା ପୋଲିସ।

ଏପରିକି ଆସନ୍ତା ୧୮ ଓ ୧୯ ତାରିଖରେ ବୋର୍ଡ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଗମନାଗମନରେ ବାଧା ସୃଷ୍ଟି ହେବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଥିଲା । ଗୋଟିଏପଟେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାବେଳେ ଅନ୍ୟପଟେ ଏହି ୪ କିଲୋମିଟରର ରୋଡ୍ ଶୋ' ଯୋଗୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଥିଲା । ଏସବୁ କାରଣ ଦର୍ଶାଇ ଅନୁମତି ଦେବାକୁ ମନା କରିଦେଇଥିଲେ ପୋଲିସ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ...ତାମିଲନାଡୁରେ ଗର୍ଜିଲେ ମୋଦି, 'ଡିଏମକେ-କଂଗ୍ରେସର ଦୁର୍ନୀତି ସୂଚୀ ଲମ୍ବା'

ତାମିଲନାଡୁ ପୋଲିସ ଏହି ରୋଡ୍ ଶୋ'କୁ ଅନୁମତି ଦେବାକୁ ମନା କରିଥିବାବେଳେ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ରାଜ୍ୟ ବିଜେପି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏନ ଆନନ୍ଦ ଭେଙ୍କଟେଶ ଭାଜପା ସମର୍ଥନରେ ରାୟ ଶୁଣାଇଛନ୍ତି । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ୍ ଶୋ'କୁ ମିଳିଛି ଅନୁମତି । ପ୍ରାୟ ୪ କିଲୋମିଟର ଧରି ବିଜେପି ନେତା ଓ ସମର୍ଥକମାନେ ଶୋଭାଯାତ୍ରାରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ...କେରଳର ଜନସଭାରେ ବର୍ଷିଲେ ମୋଦି, କହିଲେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ଜନତାଙ୍କ ସହ ପ୍ରତାରଣା କରିଛନ୍ତି

ସୂଚନା ଅନୁସାରେ, ୧୯୮୮ ମସିହାରେ କୋଏମ୍ବାଟୁର ଯେଉଁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିଲା ସେହିଠାରେ ହିଁ ହେବ ଏହି ରୋଡ୍ ଶୋ' । ଏହି ବିସ୍ଫୋରଣରେ ୫୮ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ । ଏହାକୁ ନଜରରେ ରଖି ସମ୍ପୃକ୍ତ ଅଞ୍ଚଳ ବମ୍ ଡିଟଟେକ୍ସନ ଆଣ୍ଡ ଡିଫ୍ୟୁଜାଲ୍ ସ୍କ୍ବାଡ୍ (BDDS) ଦ୍ବାରା ତଦାରଖ କରାଯିବ । ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ (SPG) ସହ Z+ ସୁରକ୍ଷା ଦିଆଯିବ । ତେବେ ବିଜେପି ସପକ୍ଷରେ ରାୟ ଆସିବା ପରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.