ETV Bharat / bharat

ତାମିଲନାଡୁରେ ଗର୍ଜିଲେ ମୋଦି, 'ଡିଏମକେ-କଂଗ୍ରେସର ଦୁର୍ନୀତି ସୂଚୀ ଲମ୍ବା'

author img

By ETV Bharat Odisha Team

Published : Mar 15, 2024, 2:49 PM IST

PM Modi in Kanniya kumari: ଡିଏମକେକୁ ତାମିଲନାଡୁର ଶତ୍ରୁ କହିଲେ ପ୍ରଧାନମନ୍ତ୍ରୀ । ଟାର୍ଗେଟ କରିବା ସହିତ ସ୍କାମ ପେଡ଼ି ଖୋଲିଲେ ମୋଦି । ଅଧିକ ପଢନ୍ତୁ,

ନରେନ୍ଦ୍ର ମୋଦି
ନରେନ୍ଦ୍ର ମୋଦି

ଚେନ୍ନାଇ: ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ଏକ ଜନସଭାକୁ ସମ୍ବୋଧିକ କରିବା ସମୟରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି ମୋଦି । ଡିଏମକେ(ଦ୍ରାବିଡ ମୁନେତ୍ରା କାଜାଗାମ) ଏବଂ କଂଗ୍ରେସ ଅନେକ ଘୋଟାଲା କରିଛନ୍ତି ଏବଂ ସେମାନଙ୍କର ତାଲିକା ବହୁଲ ଲମ୍ବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, "ଆଜି ଦେଶର ଏହି ଦକ୍ଷିଣ ଭାଗରେ ଥିବା କନ୍ୟାକୁମାରୀରୁ ଉଠିଥିବା ତରଙ୍ଗ ବହୁତ ଦୂର ପର୍ଯ୍ୟନ୍ତ ପହଞ୍ଚିବ । 1991 ମସିହାରେ ଏକତା ଯାତ୍ରା ସମୟରେ ମୁଁ କନ୍ୟାକୁମାରୀରୁ କାଶ୍ମୀର ଯାଇଥିଲି । ଏଥର କିନ୍ତୁ ମୁଁ କାଶ୍ମୀରରୁ କନ୍ୟାକୁମାରୀ ଯାଉଛି । ଯେଉଁମାନେ ଦଶ ଭଙ୍ଗ ସ୍ବପ୍ନ ଦେଖୁଛନ୍ତି ସେମାନଙ୍କୁ ପ୍ରତ୍ୟାଖାନ କରିଛନ୍ତି ଜମ୍ମୁ କାଶ୍ମୀର ବାସୀ । ବର୍ତ୍ତମାନ ତାମିଲନାଡୁ ଲୋକେ ମଧ୍ୟ ଏହା କରିବାକୁ ଯାଉଛନ୍ତି । ମୁଁ ତାମିଲନାଡୁ ମାଟିରେ ଏକ ବଡ ପରିବର୍ତ୍ତନ ଦେଖିପାରୁଛି । ତାମିଲନାଡୁରେ ବିଜେପିର ପ୍ରଦର୍ଶନ ଏଥର ଡିଏମକେ ଏବଂ କଂଗ୍ରେସର ସମସ୍ତ ଗର୍ବକୁ ଭଙ୍ଗ କରିବ ।"

ଘୋଟାଲାର ଲମ୍ବା ଲିଷ୍ଟ: ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଅପ୍ଟିକାଲ ଫାଇବର ଏବଂ 5ଜି ଦେଇଛୁ । ଆମ ନାମରେ ଡିଜିଟାଲ ଇଣ୍ଡିଆ ସ୍କିମ ରହିଛି । ଇଣ୍ଡିଆ ମେଣ୍ଟ ନାଁରେ ଲକ୍ଷଲକ୍ଷ କୋଟିର 2ଜିର ସ୍କାମ ରହିଛି । ଜିଏମକେ ସେହି ଲୁଟର ବଡ ଅଂଶୀଦାର । ସେହିପରି ଆମ ନାଁରେ ଉଡାନ୍ ସ୍କାମ୍ ରହିଛି କିନ୍ତୁ ଇଣ୍ଡିଆ ମେଣ୍ଟ ନାଁରେ ହୋଲିକପ୍ଟର ସ୍କାମ ରହିଛି । ଆମର ଖେଲୋ ଇଣ୍ଡିଆ ଏବଂ TOPS ଯୋଜନା ଦେଶର କ୍ରୀଡା କ୍ଷେତ୍ରରେ ଏନେକ ସଫଳତା ହାସଲ କରିଛି । କିନ୍ତୁ ତାଙ୍କ ନାଁରେ କମନ ଓ୍ବେଥ ଗେମ୍‌ର ସ୍କାମ ରହିଛି ।"

ଏହା ମଧ୍ୟ ପଢନ୍ତୁ: ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକାର କଡ଼ା ଜବାବ, ମାଣ୍ଡାରିନରେ ଷ୍ଟାଲିନଙ୍କୁ ବିଜେପିର ଶୁଭେଚ୍ଛା

ଇଣ୍ଡିଆ ମେଣ୍ଟ କଦାପୀ ତାମିଲନାଡୁର ବିକାଶ କରିପାରିବ ନାହିଁ । ଘୋଟାଲା ଏମାନଙ୍କର ଇତିହାସରେ ରହିଛି । ଲୋକମାନଙ୍କୁ ଲୁଟିବା ପାଇଁ କ୍ଷମତାକୁ ଆସିବା ସେମାନଙ୍କ ରାଜନୀତିର ଆଧାର ଅଟେ । ଗୋଟିଏ ପଟେ ବିଜେପିର କଲ୍ୟାଣମୂଳକ ଯୋଜନା ରହିଥିବା ବେଳେ ସେମାନଙ୍କ କୋଟି କୋଟି ଟଙ୍କାର ସ୍କାମ ରହିଥିବା ନେଇ ଅଭିଯୋଗ କରିଛି ବିଜେପି ।

ଡିଏମକେକୁ ଟାର୍ଗେଟ: ଡିଏମକେକୁ ତାମିଲନାଡୁର ଶତ୍ରୁ ବୋଲି ବିବେଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଡିଏମକେ କେବଳ ତାମିଲନାଡୁର ଭବିଷ୍ୟତର ଶତ୍ରୁ ନୁହେଁ, ସେମାନେ ଅତୀତର ଶତ୍ରୁ । ଜାଲିକାଟୁ ନିଷେଧ ହୋଇଥିବା ସମୟରେ ମଧ୍ୟ ଡିଏମକେ ଏବଂ କଂଗ୍ରେସ ଚୁପ ହୋଇ ବସିଥିଲେ । ଏମାନେ ତାମିଲ ସଂସ୍କୃତିକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ଇଣ୍ଡିଆ ମେଣ୍ଟର ପ୍ରତିନିଧୀ ତାମିଲନାଡୁର ଲୋକଙ୍କ ଜୀବନ ସହ ଖେଳିବା ପାଇଁ ଦାୟୀ ଅଟନ୍ତି । ଯେତେବେଳେ ଆମର ମତ୍ସ୍ୟଜୀବୀ ଭାଇମାନଙ୍କୁ ଶ୍ରୀଲଙ୍କାରେ ମୃତ୍ୟୁଦଣ୍ଡ ପାଇଁ ଘୋଷଣା ହୋଇଥିଲା ସେତେବେଳେ ମୋଦି ସରକାର ଚୁପ ରହିଲେ ନାହିଁ । ସମସ୍ତ ଉପାୟରେ ଚାପ ପ୍ରୟୋଗ କରି ସମସ୍ତ ମତ୍ସଜୀବୀଙ୍କୁ ଫେରାଇ ଆଣିଥିଲେ ।

ତାମିଲନାଡୁରେ ବିକାଶ ବର୍ତ୍ତା: ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ବିକାଶ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ସଂଯୋଗୀକରଣ ବିକାଶ ପାଇଁ ସେ ରେଳବାଇ ଏବଂ ରାଜପଥର ଏକ ନେଟୱାର୍କ ପ୍ରସ୍ତୁତ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ 50,000 କୋଟି ଟଙ୍କା କାମ ଶେଷ ହୋଇଛି । 70,000 କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପର କାର୍ଯ୍ୟ ଏବେବି ଜାରି ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.