ETV Bharat / bharat

କେରଳର ଜନସଭାରେ ବର୍ଷିଲେ ମୋଦି, କହିଲେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ଜନତାଙ୍କ ସହ ପ୍ରତାରଣା କରିଛନ୍ତି

author img

By ETV Bharat Odisha Team

Published : Mar 15, 2024, 5:49 PM IST

PM Modi In Kerala
PM Modi In Kerala

PM Modi In Kerala: କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଉଭୟ ରାଜ୍ୟ ସରକାର ଓ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଉଭୟ ରାଜ୍ୟ ସରକାର ଓ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ବିଜେପି କେରଳରେ ବାଜିମାତ୍ କରିବ ଓ ଲୋକଙ୍କୁ ଭ୍ରଷ୍ଟାଚାରରୁ ମୁକ୍ତ କରିବ ବୋଲି ମୋଦି କହିଛନ୍ତି । ବର୍ତ୍ତମାନ କ୍ଷମତାରେ ଥିବା ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (LDF) ଏବଂ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, "ରାଜ୍ୟରେ ଉଭୟ ଦଳ କେବଳ ବିରୋଧୀ ହେବାର ଅଭିନୟ କରୁଛନ୍ତି । ଯେତେବେଳେ କି ଦିଲ୍ଲୀରେ ସେମାନେ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି ।"

ଏକ ରାଲିରେ ଜନସାଧାରଣକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଜନତା ସେମାନଙ୍କ ସତ ଜାଣି ସାରିଛନ୍ତି । ଗତ ନିର୍ବାଚନରେ ବିଜେପି ଦୁଇ ଅଙ୍କ ବିଶିଷ୍ଟ ଭୋଟ୍ ପ୍ରତିଶତ ପାଇଥିବା ବିଜେପି ଆସନ୍ତା ନିର୍ବାଚନରେ ଦୁଇ ଅଙ୍କ ବିଶିଷ୍ଟ ସିଟ୍ ସଂଖ୍ୟାରେ ପହଞ୍ଚିବ । LDF ଓ UDF ଏହି ଦୁଇ ଦଳ ପରସ୍ପରର ବିରୋଧୀ ବୋଲି ଦର୍ଶାଉଥିଲେ ବି ସେମାନେ ଏକ । କଂଗ୍ରେସ ଏବଂ କମ୍ୟୁନିଷ୍ଟ ଉଭୟ ଚୋର । ସେମାନେ କେରଳର ଜନସାଧାରଣଙ୍କ ସହ ପ୍ରତାରଣା କରିଛନ୍ତି । ହେଲେ କେରଳର ଲୋକେ ବିଶେଷ କରି ଯୁବବର୍ଗ, ମହିଳାମାନେ ଏହି କଥା ବୁଝିସାରିଛନ୍ତି ।"

ଏହା ବି ପଢନ୍ତୁ...ତାମିଲନାଡୁରେ ଗର୍ଜିଲେ ମୋଦି, 'ଡିଏମକେ-କଂଗ୍ରେସର ଦୁର୍ନୀତି ସୂଚୀ ଲମ୍ବା'

ଖାଲି ସେତିକି ନୁହେଁ ପଥାନାମଥିଟ୍ଟା ଜନସଭାକୁ ସମ୍ବୋଧିତ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଥାନାମଥିଟ୍ଟାର ଉତ୍ସାହରୁ ଜଣାପଡୁଛି ଯେ, ଏଥର ପଦ୍ମ ହିଁ ଫୁଟିବ । ଗତ ନିର୍ବାଚନରେ କେରଳର ଜନତା ଆମକୁ ଦୁଇ ଅଙ୍କ ବିଶିଷ୍ଟ ଭୋଟ ଦେଇଥିଲେ । ଚଳିତ ନିର୍ବାଚନରେ ଦୁଇ ଅଙ୍କ ବିଶିଷ୍ଟ ଆସନ ହାତେଇବ ଦଳ । ରାଜ୍ୟରେ ଶାସନ କରୁଥିବା ଦୁର୍ନୀତିଗ୍ରସ୍ତ ତଥା ଅକ୍ଷମ ସରକାର ଯୋଗୁଁ କେରଳର ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି । ଏହାସହ କେରଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । LDF ସରକାରକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଠାକାର ଆଇନ ସ୍ଥିତି ଏପରି ଯେ, ଖୋଦ ଚର୍ଚ୍ଚର ପାଦ୍ରୀ ମଧ୍ୟ ଏଠାରେ ସୁରକ୍ଷିତ ନୁହନ୍ତି । ସୂଚନା ଅନୁସାରେ, କେରଳରେ ସାଧାରଣତଃ LDF ଓ UDF ଦଳ କ୍ଷମତାରେ ରହିଆସିଛି । ଏହି ଦକ୍ଷିଣ ରାଜ୍ୟରେ ବିଜେପିର ପ୍ରଦର୍ଶନ ସେତେଟା ସନ୍ତୋଷଜନକ ରହିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.