ETV Bharat / bharat

NEET UG ପରୀକ୍ଷା ଦେଉଛନ୍ତି କି ? ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ - NEET UG 2024

author img

By ETV Bharat Odisha Team

Published : May 4, 2024, 10:57 AM IST

Updated : May 4, 2024, 11:42 AM IST

NEET UG 2024
NEET UG 2024 (etv bharat odisha)

NEET UG 2024: ରବିବାର ହେବ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା । ତେବେ ପରୀକ୍ଷା ଦେବାକୁ ଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ । ଅଧିକ ପଢନ୍ତୁ

ଭାରତ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅର୍ଥାତ ରବିବାର ଅନୁଷ୍ଠିତ ହେବ । ମେଡିକାଲ ପାଠ୍ୟକ୍ରମ BAMS, BUMSରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ରବିବାର ଅପରାହ୍ନ 2ଟାରୁ 5ଟା 20 ମିନିଟ ପର୍ଯ୍ୟନ୍ତ ପରୀକ୍ଷା ହେବ । ସାରା ଦେଶର ମେଡିକାଲ, ଡେଣ୍ଟାଲ, ଆୟୁଷ, ଭେଟେନାରୀ ତଥା ମନୋନୀତ ନର୍ସିଂ କଲେଜରେ ପ୍ରାୟ 2 ଲକ୍ଷ 10 ହଜାର ସିଟରେ ଆଡମିଶନ ମିଳିବ ।

NEET UG
NEET UG (etv bharat odisha)

ଆନୁମାନିକ 24 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଛନ୍ତି । ପୂର୍ବ ବର୍ଷର ଛାତ୍ରଛାତ୍ରୀଙ୍କ ସଂଖ୍ୟାଠାରୁ ଚଳିତ ବର୍ଷ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ କରିଛନ୍ତି । ପରୀକ୍ଷା କେନ୍ଦ୍ରରେ 11ଟାରୁ ପ୍ରବେଶ ଆରମ୍ଭ ହୋଇ ଅପରାହ୍ନ 1.30 ଯାଏଁ ଚାଲିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ରିପୋଟିଂ ସମୟ ଦିଆଯାଇଛି । ତେବେ 1.30 ପରେ କୌଣସି ପରିସ୍ଥିତିରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ତେଣୁ ଆଡମିଟ୍ କାର୍ଡରେ ରିପୋର୍ଟିଂ ଟାଇମ୍ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି ।

NEET UG
NEET UG (etv bharat odisha)

ଏହା ମଧ୍ୟ ପଢନ୍ତୁ: ଆଜି NEET UG ପରୀକ୍ଷା, ରାଜ୍ୟରେ ପରୀକ୍ଷା ଦେବେ 56,889 ପରୀକ୍ଷାର୍ଥୀ

ଏହି ଆଇଡି କାର୍ଡ ବାଧ୍ୟତାମୂଳକ: ପରୀକ୍ଷାର୍ଥୀମାନେ ଅରିଜିନାଲ ଆଇଡି କାର୍ଡ ଯେପରିକି ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କାର୍ଡ, ଦ୍ୱାଦଶ ଶ୍ରେଣୀ ବୋର୍ଡ ଆଡମିଟ୍ କାର୍ଡ କିମ୍ବା ରେଜିଷ୍ଟ୍ରେସନ୍ କାର୍ଡ, ପାସପୋର୍ଟ ଭଳି ଆଇଡି କାର୍ଡ ନେଇ ଆସିପାରିବେ । ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଆଧାର କାର୍ଡକୁ ବିଶେଷ ପ୍ରାଧାନ୍ୟ ଦେଇଥାଏ । ତେବେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ କଲମ ଦିଆଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ନେଇ ଆସିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଡିଭାଇସ୍, ମୋବାଇଲ୍ ଫୋନ୍, ବ୍ଲୁଟୁଥ୍ ଡିଭାଇସକୁ ବାରଣ କରାଯାଇଛି ।

ପରୀକ୍ଷାର୍ଥୀଙ୍କ ପାଇଁ ଟିପ୍ସ: ଗାଇଡଲାଇନ୍ସ ଅନୁସାରେ, ପ୍ରଥମେ ଆଡମିଟ୍ କାର୍ଡ ଡାଉନଲୋଡ କରିବା ପରେ ସେଥିରେ ନିଜର ଫଟୋ ଛପାଇବା ଆବଶ୍ୟକ । ଏକ ପୋଷ୍ଟକାର୍ଡ ସାଇଜ ଏବଂ ପାସପୋର୍ଟ ସାଇଡ ଫଟୋ ନେଇ ଆସିବେ ଛାତ୍ରଛାତ୍ରୀ । ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଦସ୍ତଖତ ଚେକ୍ କରିପାରିବେ । ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ବ୍ଲାକଆଣ୍ଡ ହ୍ବାଇଟ୍ କିମ୍ବା କଲର ପ୍ରିଣ୍ଟ କରିପାରିବେ ।

ଡ୍ରେସ କୋର୍ଡ: ପ୍ରାର୍ଥୀମାନେ ହାଲୁକା ରଙ୍ଗର ପୋଷାକ ପିନ୍ଧିପାରିବେ । ମେଟାଲ ବଟମ୍ ନଥିବା ପ୍ୟାଣ୍ଟ ପିନ୍ଧିବେ । ଜୋତା ଚପଲରେ କୌଣସି ପ୍ରତିବନ୍ଧକ ଦିଆଯାଇ ନାହିଁ । ଯଦି ଜଣେ ପରୀକ୍ଷାର୍ଥୀ ପାରମ୍ପରିକ ପୋଷକ ପିନ୍ଧି ଆସିବାକୁ ଚାହୁଁଛନ୍ତି ତେବେ 11.30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଚେକିଂ ପରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

Last Updated :May 4, 2024, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.