ETV Bharat / bharat

ମହାକାଶକୁ ଗଲା ‘ନଟି ବୟ’: ପାଣିପାଗ ଉପଗ୍ରହ INSAT-3DS ର ସଫଳତାପୂର୍ବକ ଉତକ୍ଷେପଣ କଲା ଇସ୍ରୋ

author img

By ETV Bharat Odisha Team

Published : Feb 17, 2024, 7:05 PM IST

ମହାକାଶକୁ ଗଲା ‘ନଟିବୟମହାକାଶକୁ ଗଲା ‘ନଟିବୟ’: INSAT-3DS ଉପଗ୍ରହର ସଫଳତାପୂର୍ବକ ଉତକ୍ଷେପଣ କଲା ଇସ୍ରୋ
ମହାକାଶକୁ ଗଲା ‘ନଟିବୟ’: INSAT-3DS ଉପଗ୍ରହର ସଫଳତାପୂର୍ବକ ଉତକ୍ଷେପଣ କଲା ଇସ୍ରୋ

ISRO's GSLV Rocket 'Naughty Boy' Carrying INSAT-3DS Meteorological Satellite Lifts-Off: ସଫଳତାର ସହ ହେଲା ଉତକ୍ଷେପଣ । ପ୍ରଭାବୀ ହେବ ପାଣିପାଗ ପୂର୍ବାନୁମାନ ଓ ବିପର୍ଯ୍ୟୟ ମୁକାବିଲା । ବର୍ଷ 2024 ରେ ଇସ୍ରୋର ଦ୍ବିତୀୟ ଉତକ୍ଷେପଣ । ଅଧିକ ପଢନ୍ତୁ

ମହାକାଶକୁ ଗଲା ‘ନଟିବୟ’: INSAT-3DS ଉପଗ୍ରହର ସଫଳତାପୂର୍ବକ ଉତକ୍ଷେପଣ କଲା ଇସ୍ରୋ

ଅମରାବତି: ମହାକାଶକୁ ଗଲା ‘ନଟି ବୟ’ । ପାଣିପାଗ ଉପଗ୍ରହ INSAT-3DS କୁ ସଫଳତାର ସହ ଉତକ୍ଷେପଣ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆଜି ନିର୍ଦ୍ଧାରିତ ସଂଧ୍ୟା 5ଟା 35 ମିନିଟରେ ଆନ୍ଧ୍ର ଉପକୂଳରେ ଥିବା ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହକୁ ଉତକ୍ଷେପଣ କରିବା ପାଇଁ GSLV ରକେଟ ବ୍ୟବହାର କରାଯାଇଥିଲା । ଏହି ଉପଗ୍ରହର ନାମ ରଖାଯାଇଛି ‘ନଟି ବୟ’ । ଜାନୁଆରୀ ପହିଲା ପରେ ଏହା ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଦ୍ବିତୀୟ ଉତକ୍ଷେପଣ ।

ନିର୍ଦ୍ଧାରିତ ସମୟରେ ଲଞ୍ଚିଂ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା । ସଂଧ୍ୟା 5.35 ମିନିଟରେ ଏହା ସଫଳତାର ସହ ଉତକ୍ଷେପିତ ହେବା ପରେ ପର୍ଯ୍ୟାୟକ୍ରମେ ରକେଟର ବିଭିନ୍ନ ଅଂଶର ପୃଥକୀକରଣ ମଧ୍ୟ ଶେଷ ହୋଇଥିଲା । ପରେ ଏହା ମାତ୍ର କିଛି ମନିଟ ମଧ୍ୟରେ ପୃଥିବୀର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପିତ ହୋଇଛି । କକ୍ଷପଥରେ ସ୍ଥାପିତ ହେବାର କିଛି ସମୟ ମଧ୍ୟରେ ଏହି ଉପଗ୍ରହ କାର୍ଯ୍ୟ ଆରମ୍ଭ କରିବ । ଏହି ଉପଗ୍ରହର ଓଜନ ରହିଛି 2,274 କିଲୋଗ୍ରାମ । ଏଥିରେ ଏକାଧିକ ପେ-ଲୋଡ ବ୍ୟବହୃତ ହୋଇଛି ।

ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକାଧିକ ବିଭାଗ ଏହି ଉପଗ୍ରହ ମାଧ୍ୟମରେ ସେବା ପାଇବେ । ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ମୁଖ୍ୟ ବିଭାଗ ଭାବେ ଏହା ଦ୍ବାରା ଲାଭବାନ ହେବାକୁ ଯାଉଛି । ବିଶେଷ ଭାବେ ପାଣିପାଗ ସମ୍ପର୍କିତ ପୂର୍ବାନୁମାନ ଓ ସୂଚନା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏହି ଉପଗ୍ରହ କାର୍ଯ୍ୟପ୍ରଣାଳୀର ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ବ୍ୟତୀତ ଏହି ଉପଗ୍ରହ ଜାତୀୟ ସମୁଦ୍ର ପ୍ରାଦୌଗିକୀ ସଂସ୍ଥା (ଏନଆଇଓଟି), ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଓ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରକୁ ମଧ୍ୟ ସେବା ଯୋଗାଇବାକୁ ଯାଉଛି । ଉତକ୍ଷେପଣ ସଫଳ ହେବା ପରେ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଇସ୍ରୋ ଟିମକୁ ସମ୍ବୋଧିତ କରିଛନ୍ତି । ମିଶନରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ବୈଜ୍ଞାନିକଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜି INSAT- 3DS ଲଞ୍ଚ କରିବ ଇସ୍ରୋ, ପ୍ରାକୃତିକ ବିପର୍ଯ୍ୟୟ ଓ ପାଣିପାଗ ନେଇ ମିଳିବ ସୂଚନା

2023 ରେ ‘ଇସ୍ରୋ’ ଚନ୍ଦ୍ରପୃଷ୍ଠରେ ମହାକାଶଯାନ ଅବତରଣ କରିବାରେ ସଫଳ ହୋଇଥିଲା । ଏହା ପରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ସୌର ଅଧ୍ୟୟନ ମିଶନ ‘ଆଦିତ୍ୟ ଏଲ-1’ ମଧ୍ୟ ସଫଳତାର ସହ ଉତକ୍ଷେପିତ ହୋଇଥିଲା । ଯାହା ଏବେ କାର୍ଯ୍ୟ ଜାରି ରଖିଛି । ଏବେ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଇସ୍ରୋ ଆଉ ଏକ ସଫଳ ଉତକ୍ଷେପଣ କରିଛି । ବହୁଚର୍ଚ୍ଚିତ ଭାରତର ମାନବ ମହାକାଶ ମିଶନ ‘ଗଗନଯାନ’ର ପର୍ୟ୍ୟାୟକ୍ରମିକ ଗବେଷଣା ମଧ୍ୟ ଜାରି ଇସ୍ରୋ ଜାରି ରଖିଛି । ଏହି ବହୁଚର୍ଚ୍ଚିତ ମିଶନର ହ୍ୟୁମାନ ମଡ୍ୟୁଲର ପ୍ରଥମ ଟ୍ରାଏଲ ମଧ୍ୟ ଗତବର୍ଷ ଶେଷରେ ସଫଳତାର ସହ ଶେଷ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.