ETV Bharat / bharat

ଜାନୁଆରୀ 26 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 26, 2024, 6:01 AM IST

Horoscope
Horoscope

26th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେଷ: ଆଜି ଆପଣ ଟିକିଏ କଥାରେ ଚିଡଚିଡା ହେବେ କିମ୍ୱା ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜକୁ ଜଗିରଖି ଚଳିବା ଉଚିତ । ଜଣେ ବନ୍ଧୁଙ୍କର ଅପ୍ରତ୍ୟାଶିତ ଖରାପ ବ୍ୟବହାର ଆପଣଙ୍କୁ ଆଘାତ ଦେଇପାରେ । ସେଇ ପରିସ୍ଥିତିରେ ଆପଣ ନିଜକୁ ସଞ୍ଜତ ରଖିବା ଉଚିତ । ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ । ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ମାନସିକ ଶାନ୍ତି ଲାଭ କରିବା ପାଇଁ ଯୋଗ ଏବଂ ଧ୍ୟାନରେ ସମୟ ବିନିଯୋଗ କରନ୍ତୁ । ବିଦ୍ୟାର୍ଥୀମାନେ ଏହି ସମୟରେ କ୍ଲାନ୍ତି ଅନୁଭବ କରିବେ ।

ବୃଷ: ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଗତକାଲି ପରି ଆଜି ଦିନଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ଆପଣ ସୁଖ ନଦେଖି ପର ବିଷୟରେ ଚିନ୍ତା କରନ୍ତୁ ନାହିଁ । କୌଣସି ଚିନ୍ତା ଆପଣଙ୍କ ମନକୁ କେବେ ଛୁଇଁବାକୁ ଚେଷ୍ଟା ବି କରିନି । ଆପଣ ଖୁସି, କଳ୍ପନାପ୍ରିୟ, ସୃଜନଶୀଳ ଅନୁଭବ କରିବେ । ଆପଣଙ୍କ ସୃଜନଶୀଳତା କିଛି କରିବାକୁ ପ୍ରବର୍ତ୍ତାଇପାରେ । ନିଜ ପ୍ରିୟଜନମାନଙ୍କୁ ରାନ୍ଧି ଖୁଆନ୍ତୁ । ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ କିମ୍ବା ଆର୍ଥିକ ସମସ୍ୟା ଦେଖା ଦେଇପାରେ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜିର ଏ ମଧୁର ଦିନଟି ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଖୁସିରେ ଖୁସିରେ କାଟିବେ । ବିବାହ କିମ୍ବା ନିର୍ବନ୍ଧ ପାଇଁ ଆମନ୍ତ୍ରିତ ହୋଇଥିଲେ, ସେହି ଉତ୍ସବରେ ଯୋଗ ଦିଅନ୍ତୁ । ଆର୍ଥିକ ସ୍ଥିତିରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହେବ । ତେଣୁ ବ୍ୟସ୍ତ ବା ବିବ୍ରତ ହେବା ଉଚିତ ନୁହେଁ । ବୃତ୍ତିଜୀବୀଙ୍କ ପାଇଁ ଶୁଭ ଦିନ ଅଟେ । ବ୍ୟକ୍ତିଗତ ଜୀବନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।

କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ଶୁଭ ଦିନ ହେବ ନାହିଁ । ଆପଣ ଆଜି ଦିନଟି ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଚାହା ପାନ ସମୟରେ ଖୁସିଗପରେ ମସଗୁଲ୍ ରହିବେ, ଉପହାର ଆଦାନପ୍ରଦାନ କରି ଅତ୍ୟଧିକ ଉଲ୍ଲସିତ ହେବେ । ନିଜ ମନ କଥା ଯଦି କାହା ଆଗରେ କହିବାକୁ ଇଚ୍ଛା କରନ୍ତି, ତା ହେଲେ ବର୍ତ୍ତମାନ କୁହନ୍ତୁ । ପରିଭ୍ରମଣ ଅତି ଆମୋଦଦାୟକ ହୋଇପାରେ । ସ୍ୱାଦିଷ୍ଟ ଭୋଜନରେ ଆତ୍ମ ସନ୍ତାଷ ବୃଦ୍ଧି ପାଇପାରେ । କୌତୁକପୂର୍ଣ୍ଣ ଖେଳରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରେମରେ ସାଥୀଙ୍କ ସହ ଚମତ୍କାର ସମ୍ପର୍କ ରହିବ ।

ସିଂହ: ଆଜି ଆପଣଙ୍କ ବୁଦ୍ଧିଭ୍ରଷ୍ଟ ହୋଇପାରେ । କୌଣସି ସିଦ୍ଧାନ୍ତରେ ନ ପହଞ୍ଚି ପାରିବା ଯୋଗୁଁ ଆପଣ ବ୍ୟଥିତ ହୋଇପାରନ୍ତି । ବିକ୍ଷିପ୍ତଭାବରେ ନିୟମିତ କାମ କରିବାକୁ ଥିବାରୁ ଏହା ଆପଣଙ୍କୁ ବିଚଳିତ କରିପାରେ । ନିଜର କ୍ରୋଧ ଏବଂ ବାର୍ତ୍ତାଳାପ ଶୈଳୀକୁ ନିୟନ୍ତ୍ରଣରେ ରଖନ୍ତୁ । ଆଇନଗତ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ । ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ । ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯେହେତୁ ଆପଣ ଦୁର୍ବଳ ଅଛନ୍ତି ଏବଂ କେହି ଆପଣଙ୍କୁ କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରରୋଚିତ କରିପାରେ, ଯେଉଁଥିପାଇଁ ଆପଣ ପରେ ଅନୁତାପ କରିବେ । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ । ବିଦେଶରୁ କିଛି ଖବର ମିଳିପାରେ ।

କନ୍ୟା: ଆଜି ଦିନଟି ଶୁଭ ରହିବ କହି ପୂର୍ବାନୁମାନ କରାଯାଉଛି । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ଏବଂ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ, ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ । ଅର୍ଥ ସଂକ୍ରାନ୍ତରେ ନକ୍ଷତ୍ରମାନେ ବଦାନ୍ୟ ହେବେ, ପରିଣାମସ୍ୱରୂପ ପାଣ୍ଠି ବଢ଼ିବ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।

ତୁଳା: ଆଜି ଆପଣଙ୍କୁ ପ୍ରତିଟି କାମରେ ଆତ୍ମସନ୍ତୋଷ ଏବଂ ତୃପ୍ତି ମିଳିବ । ଆପଣ ନିଜ ପ୍ରିୟତମାଙ୍କୁ ଯେକୌଣସି ସ୍ଥିତିରେ ଦେଖା କରିବେ, ଦୂରତା ବାଧକ ସାଜିବ ନାହିଁ । ଯଦି ସୌଭାଗ୍ୟବଶତଃ ଆପଣ ଆଜି ତାଙ୍କ ସହ ଏକାଠି ଥାନ୍ତି, ଘନିଷ୍ଠତା ଆହୁରି ବଢ଼ିବ । ଆପଣ ଭାବପ୍ରବଣ ଅଛନ୍ତି, ଏବଂ ନିଜ ପ୍ରେମ ପ୍ରତି ଉତ୍ସର୍ଗ କରିବା ପାଇଁ କବିତାର କିଛି ପଂକ୍ତି ଲେଖିପାରନ୍ତି । ବୃତ୍ତିଗତ ଏବଂ ଆର୍ଥିକ ବିଷୟଗୁଡ଼ିକ ପାଇଁ ମଧ୍ୟ ଭଲ ସମୟ ଅଟେ । ମାଆଙ୍କଠାରୁ ସ୍ନେହଶ୍ରଦ୍ଧା ମିଳିବ । ନିଜ ସ୍ୱପ୍ନର କାମ ପାଇପାରନ୍ତି, କିମ୍ବା କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ସମ୍ପତ୍ତି ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଫଳପ୍ରଦ ହେବ ଏବଂ ବ୍ୟବସାୟରେ ଉନ୍ନତି ହେବ ।

ବିଛା: ଆଜି ଦିନଟି ଆପଣ ବିଭିନ୍ନ ଚିନ୍ତାରେ ମଗ୍ନ ରହିବେ । ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ଦିନଟି ଉତଥାନ ପତନର ଦିନ, ଏବଂ ଆପଣ ଏଥିାପଇଁ ହଡବଡେଇ ପାରନ୍ତି । ଯଦି ଆପଣ ଜଣେ ଲେଖକ କିମ୍ବା ଜୀବନଜୀବିକା ପାଇଁ ସୃଜନଶୀଳ କାମ କରୁଛନ୍ତି, ଏହି ସମୟ ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ତେବେ ବ୍ୟବସାୟୀମାନେ ଅପ୍ରତ୍ୟାଶିତ ବାଧାର ସମ୍ମୁଖୀନ ହୋଇ ପାରନ୍ତି କିମ୍ବା ପେଶା ମାନ୍ଦା ହୋଇପାରେ । କର୍ତ୍ତୃପକ୍ଷ ଗୋଟିଏ ମୁହୂର୍ତ୍ତରେ ଖୁସି ଏବଂ ଅନ୍ୟ ମୂହୁର୍ତ୍ତରେ ଅସନ୍ତୁଷ୍ଟ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଈର୍ଷ୍ୟାନ୍ୱିତ ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରୁହନ୍ତୁ । ଏପରିକି ହଇରାଣ କରୁଥିବା ଛୋଟ ପିଲାଙ୍କଠାରୁ ମଧ୍ୟ ଦୂରରେ ରୁହନ୍ତୁ । ଯାତ୍ରା ଯୋଗ ରହିଛି, ଖର୍ଚ୍ଚ ବଢ଼ିପାରେ ।

ଧନୁ: ବହୁଦିନ ଧରି ଆପଣ ଯନ୍ତ୍ରଣାରେ ପେଷି ହେଉଥିବା ବେଳେ ଏଥିରେ ଉପଶମ ମିଳିବ । ଭାବପ୍ରବଣ ନହୋଇ ସଠିକ ଭାବେ କାର୍ଯ୍ୟ କରନ୍ତୁ ।ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଶୁଭ ଚିନ୍ତା କରନ୍ତୁ । ଖର୍ଚ୍ଚ ବଢ଼ିଲେ, କାମ ଅଟକିଗଲେ ଏବଂ ମନ ଭାରି ହେଲେ ବିଚଳିତ ହୁଅନ୍ତୁ ନାହିଁ । ପୂର୍ବରୁ କ୍ଲାନ୍ତ ଶରୀର ଏବଂ ମନ ଉପରେ ଅଧିକ ଚାପ ପକାନ୍ତୁ ନାହିଁ । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ ।

ମକର: ଆଜି ଦିନ ଭଲରେ କଟିବ । କମିସନ ମାଧ୍ୟମରେ ବହୁତ ଆୟ ସୁଧ ଏବଂ ବ୍ୟବସାୟରେ ବୃଦ୍ଧିର ସମ୍ଭାବନା ରହିଛି । ଆପଣ ଏକ ମଜବୁତ ଆର୍ଥିକ ବୁନିଆଦି ମିଳିବାର ସମ୍ଭାବନା ରହିଛି । ସାର୍ବଜନିକ ଏବଂ ବୃତ୍ତିଗତ ଛବିଭାବେ ଏକ ଉଲ୍ଳେଖନୀୟ ସୁଧାର ହେବ । ଏକ ଛୋଟ ଭ୍ରମଣକୁ ବନ୍ଦ କରନ୍ତୁ ।

କୁମ୍ଭ: ଗ୍ରହମାନଙ୍କର ସୁପ୍ରଭାବ ଫଳରେ ଆପଣଙ୍କର ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠା ପାଇଁ ଗର୍ବିତ ହେବେ । ଯେଉଁ କାର୍ଯ୍ୟର ଦାୟିତ୍ୱ ବହନ କରିବେ, ସେଥିରେ ଆପଣଙ୍କ ସହକର୍ମୀମାନେ ଆଶା ଥିବା ଭାବରେ ସାହାଯ୍ୟ କରିବେ । ଅନ୍ୟମାନଙ୍କ ପ୍ରତି ଆପଣଙ୍କର ସ୍ନେହ ସୌହାର୍ଦ୍ଦପୂର୍ଣ୍ଣ ବ୍ୟବହାର ଯୋଗୁଁ ଆପଣ ପ୍ରିୟଭାଜନ ହେବେ । ମାତୃପକ୍ଷ ସଦସ୍ୟଙ୍କଠାରୁ ସୁଖବର ପାଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଶରୀର ସୁସ୍ଥ ରହିବ । ସବୁ ଖୁସିକୁ ଏକାଠି କରି ଆପଣ ପ୍ରକୃତିକୁ ଉପଭୋଗ କରିବା ପାଇଁ ଲାଳାୟିତ ହେବେ ।

ମୀନ: ଏହି ଦିନଟି ବହୁତ ରଚନାତ୍ମକ ହେବା ଆଶା କରାଯାଉଛି । ଆଜି ଆପଣ ଆଶାତିତ ଭାବେ ଭାବୁକତା ଏବଂ ବିଚାରଶୀଳତା ଅନୁଭବ କରିବାର ସମ୍ଭାବନା ଅଛି । କୌଣସି କାର୍ଯ୍ୟ କରିବା ପୂର୍ବରୁ ଦୁଇଥର ଭାବନ୍ତୁ । ବାହାରକୁ ଯିବା ସମୟରେ ଗୁରୁଜନଙ୍କ ଆର୍ଶିବାଦ ନିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.