ETV Bharat / bharat

ଏଥର ବି ଇଡିରେ ହାଜର ହେଲେନି କ୍ରେଜିୱାଲ, ବିକ୍ଷୋଭରେ ହେବେ ସାମିଲ୍‌

author img

By ETV Bharat Odisha Team

Published : Feb 2, 2024, 1:23 PM IST

Arvind Kejriwal to skip ED summons
Arvind Kejriwal to skip ED summons

Delhi Excise Policy: ଦିଲ୍ଲୀ ମଦ ଦୁର୍ନୀତି ମାମଲା ଆଜି ବି ଇଡିରେ ହାଜର ହେଲେନି କେଜ୍ରିଓ୍ବାଲ । ଚଣ୍ଡିଗଡ ମେୟର ନିର୍ବାଚନ ଫଳାଫଳ ବିରୋଧରେ ବିକ୍ଷୋଭରେ ଦଳର ସାମିଲ ହେବା ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର 5ମ ସମନକୁ ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ବେଆଇନ ଦର୍ଶାଇ ସମନକୁ ଏଡାଇ ଦେଇଛନ୍ତି । ଇଡିର ସମନ ବେଆଇନ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରି କୁହାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ସମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି । ଦଳ ପକ୍ଷରୁ କୁହାଯାଇଛି ଯେ, ମୋଦିଙ୍କ ଉଦ୍ଦେଶ୍ୟ କେବଳ କେଜ୍ରିଓ୍ବାଲକୁ ଗିରଫ କରିବା । ଏହା କରି ସେ ଦିଲ୍ଲୀ ସରକାରକୁ ଟପି ଯିବାକୁ ଚାହୁଁଛନ୍ତି । ଆମେ ଏହା କଦାପି ହେବାକୁ ଦେବୁ ନାହିଁ । " ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ଅଭିଯୋଗର ପୁନରାବୃତ୍ତି କରି ଏକ୍ସରେ କହିଛନ୍ତି, "ଚଣ୍ଡିଗଡ ମେୟର ନିର୍ବାଚନରେ ଭୋଟ ଚୋରି କରିଥିଲେ ମୋଦି ସରକାର । ଏହାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ଆସୁଥିବା ଲୋକଙ୍କୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଟକାଇ ଦିଆଯାଉଛି ।"

ଏହା ମଧ୍ୟ ପଢନ୍ତୁ: ହାଜର ହେଉ ନାହାନ୍ତି କେଜ୍ରିଓ୍ୱାଲ, ମଦ ଦୁର୍ନୀତି ମାମଲାରେ ଇଡିର ପଞ୍ଚମ ସମନ

ଚଣ୍ଡିଗଡ ମେୟର ନିର୍ବାଚନ ଫଳାଫଳକୁ ନେଇ ଆମ୍ ଆଦମୀ ପାର୍ଟିର କର୍ମୀ ମୋଦି ସରକାରଙ୍କ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ପ୍ରକାଶଥାଉକି, ଚଣ୍ଡିଗଡ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ବିଜେପିର ମନୋଜ ସୋନକର ଚଣ୍ଡିଗଡର ମେୟର ଭାବେ ନିର୍ବାଚିତ ହୋଇଥିଲେ । ବିଜେପି 16ଟି ଭୋଟ ପାଇଥିବା ବେଳେ ଆପ-କଂଗ୍ରେସ ମିଳିତ ମଞ୍ଚ 12ଟି ଭୋଟ ପାଇଥିଲା ଏହା ବ୍ୟତୀତ 8ଟି ଭୋଟ ପ୍ରତ୍ୟାଖାନ କରାଯାଇଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ବିରୋଧ ପ୍ରଦର୍ଶନ କରୁଛି ଆପ୍ ।

ପ୍ରକାଶଥାଉକି, ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମୟ ଜାରି କରାଯାଉଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ କହି ଇଡିରେ ହାଜର ହେଉନାହାନ୍ତି । ପୂର୍ବରୁ ନଭେମ୍ବର 2 ତାରିଖ, ଡିସେମ୍ବର 21, ଜାନୁଆରୀ 3 ଏବଂ ଜାନୁଆରୀ 18 ତାରିଖ ପରେ ଆଜି ଅର୍ଥାତ ଫେବୃଆରୀ 2 ତାରିଖ ପାଇଁ ସମନ ଜାରି କରାଯାଇଥିଲା । କିନ୍ତୁ ଆଜି ମଧ୍ୟ ହାଜର ହେଲେ ନାହିଁ ଆପ ସୁପ୍ରିମୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.