ETV Bharat / bharat

'ଆସନ୍ତାକାଲି ଆସିବ ରାୟବରେଲି ଓ ଆମେଠୀ ଆସନ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ' - Amethi And Raebareli Candidate

author img

By ETV Bharat Odisha Team

Published : May 1, 2024, 10:31 PM IST

Congress Candidate
Congress Candidate

Congress Candidate Of Amethi And Raebareli: ଆସନ୍ତାକାଲି ସ୍ପଷ୍ଟ ହୋଇପାରେ ରାୟବରେଲି ଓ ଆମେଠୀ ଆସନର ଚିତ୍ର । କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବକି? ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସ୍ପଷ୍ଟ ହେବ ରାୟବରେଲି ରାଜନୀତିର ଚିତ୍ର । ଆସନ୍ତା ୨୪-୩୦ ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ । ବର୍ତ୍ତମାନସୁଦ୍ଧା ରାୟବରେଲି ଓ ଆମେଠୀ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ କଂଗ୍ରେସ । ଯାହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । କାରଣ ଏହି ଦୁଇ ଆସନରୁ ଦୁଇ ହେଭିୱେଟ୍ ପ୍ରାର୍ଥୀ ହେବାକୁ ଥିବାରୁ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଜି କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, "ଖୁବଶୀଘ୍ର AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ।"

ଗାନ୍ଧୀ ପରିବାରର ଗଡ଼ କୁହାଯାଉଥିବା ଆମେଠୀ ଓ ରାୟବରେଲି ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଏପର୍ଯ୍ୟନ୍ତ କାହାରି ନାଁ ଘୋଷଣା ହୋଇନଥିବାରୁ ଜାରି ରହିଛି ସସପେନ୍ସ । ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କଂଗ୍ରେସ କମିଟି ରାହୁଲଙ୍କୁ ଆମେଠୀରୁ ଓ ପ୍ରିୟଙ୍କାଙ୍କୁ ରାୟବରେଲୀରୁ ପ୍ରାର୍ଥୀ କରିବା ପାଇଁ କେନ୍ଦ୍ରୀୟ କମିଟିକୁ ସୁପାରିଶ କରିଥିଲେ । ଦଳର ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଓ ବିଧାୟକ ଦଳ ନେତା ଆରାଧନା ମିଶ୍ର ଓ ଅନ୍ୟ ନେତାମାନେ ଏହି ପ୍ରସ୍ତାବ ସହ ହାଇକମାଣ୍ଡ ଖଡଗେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଗତ ୨୯ ତାରିଖରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହୋଇଥିଲେ ସୁଦ୍ଧା ଦଳ ଏହି ଦୁଇ ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ । ଯାହାକୁ ନେଇ ପୁଣି ତରେ ଦ୍ବନ୍ଦ୍ବ ବଢିଛି ।

ଏହା ବି ପଢନ୍ତୁ...ଆମେଠୀ ନୁହେଁ, ରାୟବରେଲୀରୁ ରାହୁଲ, ପ୍ରିୟଙ୍କାଙ୍କ ନିର୍ବାଚନୀ ଡେବ୍ୟୁରେ ପୂର୍ଣ୍ଣଚ୍ଛେଦ ! - Raebareli Constituency

ସୋନିଆ ଗାନ୍ଧୀ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ତାଙ୍କ ପାରମ୍ପାରିକ ଆସନ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ସୂତ୍ର ଅନୁଯାୟୀ, ପ୍ରିୟଙ୍କା ଏହି ଆସନରୁ ପ୍ରାର୍ଥୀ ହୋଇନପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଏହାରି ଭିତରେ କଂଗ୍ରେସ ମହାସଚିବ ଜୟରାମ ରମେଶ ଏକ ବଡ଼ ଖୁଲାସା କରିଛନ୍ତି । ଆଉ ମାତ୍ର ୨୪ରୁ ୩୦ ଘଣ୍ଟା ଅର୍ଥାତ ଦିନକ ମଧ୍ୟରେ ଏହି ଦୁଇ ଆସନର ପ୍ରାର୍ଥୀ ସ୍ପଷ୍ଟ ହେବେ, ଏବଂ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ବୋଲି ଆଜି କହିଛନ୍ତି ଜୟରାମ ରମେଶ । ଏହି ଦୁଇ ଚର୍ଚ୍ଚିତ ଆସନ ପାଇଁ କିଏ ସେହି ଉପଯୁକ୍ତ ପ୍ରାର୍ଥୀ ତା' ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.