ETV Bharat / bharat

ମୁମ୍ବାଇରେ ଶିଶୁ ଚାଲାଣ ରାକେଟର ପର୍ଦ୍ଦାଫାସ, ୬ ମହିଳା ଗିରଫ - child trafficking

author img

By ETV Bharat Odisha Team

Published : Apr 14, 2024, 6:56 PM IST

ଶିଶୁ ବିକ୍ରି ରାକେଟର ପର୍ଦ୍ଦାଫାସ ,୬ ମହିଳା ଗିରଫ
ଶିଶୁ ବିକ୍ରି ରାକେଟର ପର୍ଦ୍ଦାଫାସ ,୬ ମହିଳା ଗିରଫ

Child Trafficking Case: ମହାରାଷ୍ଟ୍ରରରେ ସାମ୍ନାକୁ ଆସିଛି ଶିଶୁ ବିକ୍ରି ଘଟଣା । ନବଜାତଙ୍କୁ ୫ରୁ ୭ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି । ଏହି ରାକେଟରେ ଜଣେ ନର୍ସ ସାମିଲ ଥିବାବେଳେ ପୋଲିସ 6ଜଣ ମହିଳାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ମୁମ୍ବାଇ: ନବଜାତ ଚାଲାଣ ରାକେଟର ପର୍ଦ୍ଦାଫାସ । ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦଫାସ କରିଛି ମହାରାଷ୍ଟ୍ରରର ୱାକଡ ପୋଲିସ । ପିମ୍ପ୍ରି ଚିଞ୍ଚୱାଡ ସହରର ଜଗତାପ ଡେରି ଅଞ୍ଚଳରୁ 6 ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ତିନି ଦିନିଆ ରିମାଣ୍ଡରେ ନେଇଛି । ଏହି ମହିଳାମାନେ 5 ଜଣ ଶିଶୁଙ୍କୁ ବିକ୍ରି କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ପୋଲିସର ସୂଚନା ଅନୁଯାୟୀ, ପୋଲିସକୁ କୌଣସି ସୂତ୍ରରୁ ଏକ ଶିଶୁକୁ ବିକ୍ରୟ କରାଯିବା ନେଇ ଖବର ପାଇଥିଲା । ଏହାପରେ ପୋଲିସ ସେହି ରାକେଟକୁ ଧରିବା ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟି ପ୍ରସ୍ତୁତ କରିଥିଲା । ଗତ ଶୁକ୍ରବାର ଦିନ କିଛି ମହିଳା ଦୁଇଟି ରିକ୍ସାରେ ଜଗତାପ ଡେରି ଅଞ୍ଚଳକୁ ଆସିଥିଲେ । ପୋଲିସ ଯୋଜନା ବଦ୍ଧ ଭାବେ ସମସ୍ତ ମହିଳାଙ୍କୁ କାବୁ କରିଥିଲା । ପରେ ସେମାନଙ୍କ ମୋବାଇଲକୁ ଜବତ କରି ପଚାରାଉଚରା ଆରମ୍ଭ କରିଥିଲା ।

ଏହି ସମୟରେ ଅଭିଯୁକ୍ତମାନେ ୫ ଲକ୍ଷ ଟଙ୍କାରେ ଶିଶୁ ବିକ୍ରି କରୁଥିବା ସ୍ବୀକାର କରିଥିଲେ । ୱାକଡ ପୋଲିସ ଉକ୍ତ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କୋର୍ଟରେ ଚାଲାଣ କରିବା ସହ ଅଧିକ ତଦନ୍ତ ପାଇଁ ତିନି ଦିନଆ ରିମାଣ୍ଡରେ ଆଣିଛି । ସମ୍ପୃକ୍ତ ମହିଳାମାନେ ପୋଲିସ ଆଗରେ ପାଞ୍ଚ ଜଣ ଶିଶୁକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ମଧ୍ୟ ସ୍ବୀକାର କରିଛନ୍ତି । ସେପଟେ ପୋଲିସର ତଦନ୍ତ ପରେ ଜଣାପଡ଼ିଛି ଯେ, ପୁନେ ସହରର କିଛି ମହିଳା ଏକ ଡାକ୍ତରଖାନାର ନର୍ସ ସହାୟତାରେ ନବଜାତ ଶିଶୁ କାରବାର କରୁଛନ୍ତି । ଏହି ମହିଳାମାନେ 5ଜଣ ଶିଶୁଙ୍କୁ ବିକ୍ରି କରିଥିବା ବେଳେ ନର୍ସ ଆଉ ଜଣେ ଶିଶୁକୁ ବିକ୍ରି କରିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ ..... ବୋରଓ୍ୱେଲ ଟ୍ରାଜେଡି: ଜୀବନ ଯୁଦ୍ଧରେ ହାରିଗଲା ମୟଙ୍କ, 46ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ମୃତ ଅବସ୍ଥାରେ ଉଦ୍ଧାର - Madhya Pradesh Borewell Accident

ତେବେ ସମ୍ପୃକ୍ତ ମହିଳାମାନେ ଗରିବ ପରିବାରକୁ ଆର୍ଥିକ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ନବଜାତ ଶିଶୁକୁ ଆଣି ଅନ୍ୟକୁ ୫ରୁ ୭ ଲକ୍ଷ ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି । ସେପଟେ ପୋଲିସ କହିଛି ଯେ, ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.