ETV Bharat / bharat

23 ତାମିଲନାଡୁ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

author img

By ETV Bharat Odisha Team

Published : Feb 4, 2024, 11:57 AM IST

Updated : Feb 4, 2024, 1:05 PM IST

Fishermen arrested by Sri Lankan Navy: 23 ତାମିଲନାଡୁ ମତ୍ସ୍ୟଜୀବୀ ଗିରଫ କଲା ଶ୍ରୀଲଙ୍କା ନୌସେନା । ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Tamil Nadu fishermen arrested
23 ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ମାଛ ଧରୁଥିବା ବେଳେ 23 ଜଣ ତାମିଲନାଡୁ ମତ୍ସ୍ୟଜୀବୀ ଗିରଫ କଲା ଶ୍ରୀଲଙ୍କା ନୌସେନା । ଅନ୍ତର୍ଜାତୀୟ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଏଥିସହ 2ଟି ପାଓ୍ବାରବୋଟ ମଧ୍ୟ ଅଟକ ରଖିଛି ଶ୍ରୀଲଙ୍କା ନୌସେନା । ରାମନାଥପୁରମ୍ ଜିଲ୍ଲାର ରାମେଶ୍ବରମ୍ ଉପକୂଳରୁ ମାଛ ଧରିବା ପାଇଁ ବାହାରିିଥିଲେ ଏହି 23 ମତ୍ସ୍ୟଜୀବୀ ।

ଭାରତ ଓ ଉତ୍ତର ଶ୍ରୀଲଙ୍କା କଙ୍ଗେସାନ ସମୁଦ୍ର ସୀମା ନିକଟରେ ମାଛ ଧରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି । ଶ୍ରୀଲଙ୍କା ନୈସେନା ପାଟ୍ରୋଲିଂ କରୁଥିବା ସମୟରେ ସେମାନେ ମାଛ ଧରୁଥିବା ନେଇ ଦେଖିବାକୁ ପାଇଥିଲେ ଓ ସେମାନଙ୍କୁ ଗିରଫ କରିଥିଲା । ଏଥିସହ 2ଟି ପାଓ୍ବାର ବୋଟକୁ ମଧ୍ୟ ଅଟକ ରଖିଛନ୍ତି । ସେମାନଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଜାଫନା ଜିଲ୍ଲା ସ୍ଥିତ ଫିସିଂ ଡିଭିଜନ ଓ ରିଜର୍ଟ ହବ୍ କଙ୍କେସାନଥୁରାଇ ନାଭି କ୍ୟାମ୍ପକୁ ନେଇ ପଚରାଉଚା କରାଯାଉଥିବା ସୂଚନା ରହିଛି । ଶ୍ରୀଲଙ୍କାର ଜଫନା ଜିଲ୍ଲାର କାଙ୍କେସଥୁରାଇ ନାଭି କ୍ୟାମ୍ପକୁ ନେଇଯାଇଥିଲେ । ପଚରାଉଚରା ପାଇଁ ତାଙ୍କୁ ନେଇ ଯାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଅନ୍ୟପଟେ ସେମାନେ ନିର୍ଦ୍ଧାରିତ ଜଳସୀମା ଓ ରାଜ୍ୟ ଫିସିଂ ବିଭାଗ ଦେଇଥିବା ସାମୁଦ୍ରିକ ଦୂରତା ଅନୁମତି ମଧ୍ୟରେ ରହି ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ରାମେଶ୍ୱରର ଅନ୍ୟ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ରାମେଶ୍ବରମ ମତ୍ସ୍ୟଜୀବୀମାନେ ସେମାନଙ୍କୁ ମୁକ୍ତ କରିବାକୁ ଶ୍ରୀଲଙ୍କା ନୌସେନାକୁ ଅପିଲ କରିଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଗତବର୍ଷ ଡିସେମ୍ୱର 10 ତାରିଖ ଦିନ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୌସେନା । ପୂର୍ବରୁ ମଧ୍ୟ ଏକାଧିକ ଥର ସମାନ ଅଭିଯୋଗ ସହ ଶ୍ରୀଲଙ୍କା ନୌସେନା ବହୁସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବାର ନଜିର ରହିଛି । ରାମେଶ୍ବରମ ଉପକୂଳଠାରୁ ମଧ୍ୟ ଶ୍ରୀଲଙ୍କାର ଦୂରତା ପ୍ରାୟ 30 ନଟିକାଲ ମାଇଲ । ଏହା ମଧ୍ୟରେ ଉଭୟ ଦେଶର ନିର୍ଦ୍ଧାରିତ ଜଳସୀମା ରହିଛି । ଉଭୟ ଦେଶର ମତ୍ସ୍ୟଜୀବୀ ନିଜର ସୀମା ସଂଲଗ୍ନ ସମୁଦ୍ରିକ କ୍ଷେତ୍ରରେ ମାଛ ଧରୁଥିବା ବେଳେ ବାରମ୍ବାର ଶ୍ରୀଲଙ୍କା ନୌସେନା ଜଳସୀମା ଅତିକ୍ରମଣ ଆଳରେ ତାମିଲନାଡ଼ୁର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଥିବା ଅଭିଯୋଗ ହୋଇଛି । ଏବେ ଶ୍ରୀଲଙ୍କା ଜେଲ୍‌ରେ ବହୁସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 4, 2024, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.