ଓଡିଶା

odisha

World Rose Day 2023: କ୍ୟାନ୍ସର ରୋଗୀଙ୍କୁ ଗୋଲାପ ଦେଇ ବଢାନ୍ତୁ ମନୋବଳ

By ETV Bharat Odisha Team

Published : Sep 22, 2023, 6:01 AM IST

ଆଜି ବିଶ୍ବ ଗୋଲାପ ଦିବସ। ଜାଣନ୍ତୁ ଏହି ଦିବସ ସହିତ କଣ ରହିଛି କ୍ୟାନ୍ସରର ସମ୍ପର୍କ। ଅଧିକ ପଢନ୍ତୁ

World Rose Day 2023
World Rose Day 2023

ହାଇଦ୍ରାବାଦ:ଗୋଲୋପ...ନାଁ ଶୁଣିଲେ ହିଁ ମନରେ ଆସେ ସକରାତ୍ମକ ଭାବନା । ଗୋଲାପକୁ ପ୍ରେମର ପ୍ରତୀକ କୁହାଯାଉଥିବା ବେଳେ ଏହାକୁ ପରିଭାଷା ମଧ୍ୟ କୁହାଯାଏ । ତେବେ କର୍କଟ ସହିତ ଲଢୁଥିବା ଲୋକଙ୍କ ଆତ୍ମ ବିଶ୍ବାସକୁ ବୃଦ୍ଧି କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର 22 ତାରିଖରେ ବିଶ୍ବ ଗୋଲାପ ଦିବସ ପାଳନ କରାଯାଏ । ଏହି ଦିନଟି କେବଳ କର୍କଟ ରୋଗ ସହ ଲଢୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ ବା ସମର୍ଥନ କରିବା ପାଇଁ ନୁହେଁ ବରଂ ସେମାନଙ୍କୁ ଖୁସି ରଖିବା ପାଇଁ ପ୍ରୟାସ କରିବା ମଧ୍ୟ ଆବଶ୍ୟକ ।

ବିଶ୍ବ ଗୋଲାପ ଦିବସର ଇତିହାସ:ବିଶ୍ୱ ଗୋଲାପ ଦିବସର ଇତିହାସ କାନାଡାର 12 ବର୍ଷୀୟ କର୍କଟ ରୋଗୀ ମେଲିଣ୍ଡା ରୋଜ ସହିତ ଜଡିତ। ମେଲିଣ୍ଡା ଜଣେ ସାହାସୀ ଏବଂ ନିର୍ଭିକ ଥିଲେ । କିନ୍ତୁ 1994 ମସିହାରେ ବ୍ଲଡ କ୍ୟାନ୍ସରର ଏକ ବିରଳ ପ୍ରକାର ଆସ୍କିନ୍ସ ଟ୍ୟୁମରରେ ଆକ୍ରାନ୍ତ ହୋଇଥିଲେ । ହେଲେ ରୋଗ ଚିହ୍ନଟ ହେବା ବେଳେକୁ ତାଙ୍କ ହାତରେ ମାତ୍ର ଆଉ କେଇ ସପ୍ତାହ ବୋଲି ଡାକ୍ତର କୁହନ୍ତି। ଅବଶ୍ୟ, ମେଲିଣ୍ଡା ଏହି ସମସ୍ୟାକୁ ଅସ୍ୱୀକାର କରି ହସଖୁସିରେ ପ୍ରାୟ 6 ମାସ ବଞ୍ଚିଥିଲେ । ଜୀବନ ପାଇଁ ତାଙ୍କର ଉଲ୍ଲେଖନୀୟ ନିଷ୍ଠା ଏବଂ ଉତ୍ସାହ କେବଳ କର୍କଟ ରୋଗରେ ଆକ୍ରାନ୍ତ ଲୋକଙ୍କୁ ନୁହେଁ ବରଂ ତାଙ୍କ ଆଖପାଖରେ ଥିବା ସମସ୍ତଙ୍କୁ ପ୍ରେରଣା ଦେଇଥିଲା ।

ହସ୍ପିଟାଲରେ ଥିବା ସମୟରେ ମେଲିଣ୍ଡା କେବଳ ନିଜକୁ ସକରାତ୍ମକ ରଖି ନଥିଲେ ବରଂ କର୍କଟ ରୋଗୀ ଏବଂ ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ମନରେ ମଧ୍ୟ ସକରାତ୍ମକ ଭାବନା ଜାଗ୍ରତ କରିଥିଲେ । ସଂଗ୍ରାମ ମଧ୍ୟରେ ଆଶା ଏବଂ ଆନନ୍ଦ ବିସ୍ତାର କରିଥିଲେ । ଜୀବନ ପାଇଁ ମେଲିଣ୍ଡାଙ୍କ ଉତ୍ସାହ ଏବଂ ଗତ 6 ମାସରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତତା ତାଙ୍କୁ ଏକ ଆଦର୍ଶରେ ପରିଣତ କଲା । ସେ କର୍କଟ ରୋଗ ସହ ଲଢୁଥିବା ଅନ୍ୟମାନଙ୍କ ପାଇଁ ଆଶା ଏବଂ ଆନନ୍ଦର କିରଣ ହୋଇଥିଲେ । ରୋଜଙ୍କର ଏହି ଆକର୍ଷଣୀୟ ବ୍ୟକ୍ତିତ୍ବ ତଥା ତାଙ୍କ ସାହସକୁ ମନେ ପକାଇ ପ୍ରତିବର୍ଷ ସେପ୍ଟେମ୍ବର 22କୁ ବିଶ୍ବ ଗୋଲାପ ଦିବସ ବା ୱାର୍ଲଡ ରୋଜ ଡେ ଭାବେ ପାଳନ କରାଯାଏ।

ଏହା ମଧ୍ୟ ପଢନ୍ତୁ: Lung cancer Awareness Month: ସଚେତନ ରହିଲେ ଦୂରହେବ ଫୁସଫୁସ କ୍ୟାନ୍ସର

କର୍କଟ ରୋଗ ସହ ସଂଗ୍ରାମ କରୁଥିବା ଲୋକଙ୍କୁ ଆଶା ଏବଂ ଶକ୍ତି ଯୋଗାଇବା ପାଇଁ ବିଶ୍ୱ ଗୋଲାପ ଦିବସର ମହତ୍ତ୍ବ ରହିଛି । ଦିନଟି ସହାନୁଭୂତି ଏବଂ ପ୍ରେରଣା ସହିତ ପାଳନ କରାଯାଏ। ପ୍ରେମ ଏବଂ ଯତ୍ନ ମାଧ୍ୟମରେ ତାଙ୍କର ଆତ୍ମବଳକୁ ବୃଦ୍ଧି କରାଯାଇଥାଏ, ଯାହା କର୍କଟ ରୋଗୀଙ୍କୁ ସକରାତ୍ମକତା ସହିତ ସେମାନଙ୍କ ସଂଘର୍ଷର ସମ୍ମୁଖୀନ ହେବାକୁ ସକ୍ଷମ କରିଥାଏ।

କର୍କଟ ରୋଗର ମୁକାବିଲାରେ ମାନସିକ ସମର୍ଥନ ଗୁରୁତ୍ବପୂର୍ଣ୍ଣ । କ୍ୟାନ୍ସରର ଚାଲେଞ୍ଜିଂ ଅବଧିରେ ଆମର ପ୍ରିୟଜନମାନେ ଆବଶ୍ୟକ ଯତ୍ନ ସହିତ ମାନସିକ ସମର୍ଥନ କରିବା ନିହାତି ଆବଶ୍ୟ। କାରଣ ଏହା କର୍କଟ ଲଢେଇର ଯାତ୍ରାରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details