ETV Bharat / sukhibhava

Lung cancer Awareness Month: ସଚେତନ ରହିଲେ ଦୂରହେବ ଫୁସଫୁସ କ୍ୟାନ୍ସର

author img

By

Published : Nov 4, 2022, 12:06 PM IST

ଫୁସଫୁସ କ୍ୟାନ୍ସର ଭଳି ଜଟିଳ ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ, ରୋଗର ଲକ୍ଷଣ ବାବଦରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ନଭେମ୍ବର ମାସକୁ ଫୁସଫୁସ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି(Lung cancer Awareness Month) । ଅଧିକ ପଢନ୍ତୁ

Lung cancer Awareness Month: ସଚେତନ ରହିଲେ ଦୂରହେବ ଫୁସଫୁସ କ୍ୟାନ୍ସର
Lung cancer Awareness Month: ସଚେତନ ରହିଲେ ଦୂରହେବ ଫୁସଫୁସ କ୍ୟାନ୍ସର

ହାଇଦ୍ରାବାଦ: ବିଶ୍ବବ୍ୟାପୀ ପୁରୁଷ ଏବଂ ମହିଳାମାନଙ୍କଠାରେ ଦ୍ୱିତୀୟ ସାଧାରଣ ପ୍ରକାରର କର୍କଟ ଭାବରେ ଫୁସଫୁସ କ୍ୟାନ୍ସର, ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି । ଏହି କାରଣରୁ ଅଧିକାଂଶ ପୁରୁଷ ଏବଂ ମହିଳାଙ୍କର ଜୀବନ ମଧ୍ୟ ଯାଉଛି । ତେଣୁ ସମାଜରୁ ଏହି ରୋଗକୁ ପ୍ରତିହତ କରିବାର ଆବଶ୍ୟକତା ରହିଛି । ସେଥିପାଇଁ ସଚେତନ ରହିବା ଏବଂ ରୋଗର ଲକ୍ଷଣ ବାବଦରେ ନିଶ୍ଚିତ ରୂପେ ଅବଗତ ହେବା ଜରୁରୀ ।

ଏଥିପାଇଁ ବିଶ୍ବର ପ୍ରତିଟି ବ୍ୟକ୍ତଙ୍କୁ ଫୁସଫୁସ କର୍କଟ ବିଷୟରେ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ମାସକୁ ଫୁସଫୁସ କର୍କଟ ସଚେତନତା ମାସ(Lung cancer Awareness Month) ଭାବରେ ପାଳନ କରାଯାଉଛି । ଫୁସଫୁସ କର୍କଟ ଏକ ଜଟିଳ କର୍କଟ, କେବଳ ସଚେତନତା ନୁହେଁ, ପ୍ରତିରୋଧ ପାଇଁ ମଧ୍ୟ ପ୍ରୟାସ ଆବଶ୍ୟକ । ତେଣୁ ଏନେଇ ବିଶେଷଜ୍ଞ କ'ଣ କୁହନ୍ତି ନିମ୍ନରେ ବର୍ଣ୍ଣନା କରାଯାଇଛି ।

ବିଶ୍ବସ୍ତରରେ, କେବଳ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ପ୍ରାୟ 218,500 ଲୋକ ଫୁସଫୁସ କର୍କଟରେ ଆକ୍ରାନ୍ତ ହୁଅନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ 142,000 ଜଣ ପ୍ରାଣ ହରାନ୍ତି । କେବଳ ଯୁକ୍ତରାଷ୍ଟ୍ରରେ ନୁହେଁ, ଭାରତ ସମେତ ବିଶ୍ବର ଅନେକ ଦେଶରେ ଏହି ରୋଗ କାରଣରୁ ମୃତ୍ୟୁସଂଖ୍ୟା ବହୁତ ଅଧିକ । ବିଶେଷଜ୍ଞ ତଥା ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ବିଶ୍ବାସ କରନ୍ତି ଯେ, ବିକାଶଶୀଳ ଦେଶମାନଙ୍କରେ ଏହା ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ।

ପ୍ରତିବର୍ଷ ନଭେମ୍ବରକୁ ଫୁସଫୁସ କର୍କଟ ମାସ ଭାବରେ ପାଳନ କରାଯାଏ, ଯାହା ଫୁସଫୁସ କର୍କଟ ରୋଗର ଗମ୍ଭୀରତା ଏବଂ ଏହାର ଲକ୍ଷଣ ବୁଝାଇବା ଏବଂ ଠିକ୍ ସମୟରେ ଏହାର ପ୍ରତିରୋଧ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପାଳନ କରାଯାଏ । ଏହି ବର୍ଷ, ଅନ୍ୟାନ୍ୟ ଘଟଣାଗୁଡ଼ିକ ମଧ୍ୟରେ, ଲୋକମାନଙ୍କୁ ସେମାନଙ୍କର ଅନୁଭୂତି ବାଣ୍ଟିବାକୁ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସଚେତନତା ଅଭିଯାନର ଏକ ଅଂଶ ହେବାକୁ #LungCancerAwarenessMonth ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି ।

ଭାରତରେ ଫୁସଫୁସ କର୍କଟର ପରିସଂଖ୍ୟାନ:-

ଏକ ରିପୋର୍ଟ ଅନୁଯାୟୀ, ଆମ ଦେଶରେ ପ୍ରତିବର୍ଷ ପ୍ରାୟ 67 ହଜାର ନୂତନ ପ୍ରକାରର ଫୁସଫୁସ କର୍କଟ ରୋଗ ଦେଖାଯାଏ । ଯେଉଁଥିରେ 48 ହଜାରରୁ ଅଧିକ ପୁରୁଷ ଏବଂ 19 ହଜାରରୁ ଅଧିକ ମହିଳା ରୋଗୀ ଚିହ୍ନଟ ହୋଇଛନ୍ତି । ଚିନ୍ତାର ବିଷୟ ହେଉଛି ଏହି ପୀଡିତମାନଙ୍କ ମଧ୍ୟରୁ ପ୍ରାୟ 63 ହଜାର ବ୍ୟକ୍ତି ମୃତ୍ୟୁର ଶିକାର ହୁଅନ୍ତି ।

ସାରା ବିଶ୍ୱରେ ଫୁସଫୁସ କର୍କଟ ଯୋଗୁଁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବିଷୟରେ କହିବାକୁ ଗଲେ ଏହା ସମସ୍ତ ପ୍ରକାରର କର୍କଟ କାରଣରୁ ମୃତ୍ୟୁର 18.2% । ଏଥି ସହିତ, ଜାତୀୟ କର୍କଟ ରେଜିଷ୍ଟ୍ରିର ତଥ୍ୟ ଅନୁଯାୟୀ, 2020 ମସିହାରେ ପୁରୁଷଙ୍କ ମଧ୍ୟରେ ଭାରତରେ ଫୁସଫୁସ କର୍କଟ ରୋଗୀଙ୍କ ଆନୁମାନିକ ସଂଖ୍ୟା 679,421 ଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା 712,758 ଥିଲା ।

ବିପଦ କାରଣଗୁଡ଼ିକ କ’ଣ(Cause of Lung cancer) ?

ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଯଦିଓ ଏହି ଫୁସଫୁସ କର୍କଟ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟ ଚିହ୍ନଟ କରିବା କଷ୍ଟସାଧ୍ୟ, କିନ୍ତୁ ଯଦି ଏହାର ଲକ୍ଷଣ ଠିକ୍ ସମୟରେ ଚିହ୍ନଟ ହୁଏ ଏବଂ ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୁଏ, ତେବେ ଏହାର ବିପଦକୁ ବହୁ ପରିମାଣରେ ଏଡାଇ ଦିଆଯାଇପାରେ । ସାଧାରଣତଃ ଲୋକମାନେ ଭାବନ୍ତି ଯେ, କେବଳ ଧୂମପାନ ଏବଂ ପ୍ରଦୂଷଣ ଫୁସଫୁସ କର୍କଟର କାରଣ ଅଟେ ।

ଏହା ସତ୍ୟ ଯେ, ପ୍ରଦୂଷଣ ବ୍ୟତୀତ ଅଧିକାଂଶ କ୍ଷେତ୍ରରେ ଫୁସଫୁସ କର୍କଟ ରୋଗର କାରଣ ହେଉଛି ସିଗାରେଟ୍, ହୁକ୍କା ଅତ୍ୟଧିକ ବ୍ୟବହାର କିମ୍ବା ଦୀର୍ଘ ଦିନ ଧରି ଉତ୍ପାଦିତ ଧୂଆଁର ସଂସ୍ପର୍ଶରେ ଆସିବା । କିନ୍ତୁ ଅନ୍ୟାନ୍ୟ କାରଣରୁ ଫୁସଫୁସ କର୍କଟ ମଧ୍ୟ ହୋଇପାରେ, ଯେଉଁଥିରେ ବଂଶଗତ କାରଣ ମଧ୍ୟ ରହିଛି । ଏହା ବ୍ୟତୀତ ବିକିରଣ ଚିକିତ୍ସା କିମ୍ବା କେତେକ ପ୍ରକାରର ଜଟିଳ ଚିକିତ୍ସା କିମ୍ବା ରୋଗର ପାର୍ଶ୍ୱ ପ୍ରତିକ୍ରିୟା, କର୍କିନୋଜେନ ପଦାର୍ଥ, ବୃଦ୍ଧାବସ୍ଥା ଏବଂ ମୋଟାପଣ ଇତ୍ୟାଦି ମଧ୍ୟ ଏହି ରୋଗ ପାଇଁ ଦାୟୀ ହୋଇପାରେ ।

ଫୁସଫୁସ କର୍କଟ ରୋଗର ଲକ୍ଷଣ(Lung cancer Symptoms):-

ଫୁସଫୁସ କର୍କଟ ରୋଗର ପ୍ରାରମ୍ଭିକ ଅବସ୍ଥାରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଇପାରେ

  • ସ୍ଥାୟୀ କାଶ
  • ନିଶ୍ୱାସ ନେବାରେ ଅସୁବିଧା
  • କଣ୍ଠସ୍ବର ବସିଯିବା
  • ଛାତି ଏବଂ ପେଟ ଯନ୍ତ୍ରଣା
  • କାଶରେ ରକ୍ତ
  • ଓଜନ ହ୍ରାସ
  • ହାଡ ଯନ୍ତ୍ରଣା
  • ମୁଣ୍ଡବିନ୍ଧା

ଡାକ୍ତରମାନେ କହିଛନ୍ତି ଯେ, କୌଣସି ରୋଗ କିମ୍ବା ସମସ୍ୟା ସହିତ ଜଡିତ ସାମାନ୍ୟ ଲକ୍ଷଣକୁ ମଧ୍ୟ ଅଣଦେଖା କରାଯିବା ଉଚିତ୍ ନୁହେଁ । ଯଦି ଏହି ଲକ୍ଷଣଗୁଡିକ ଦୀର୍ଘ ସମୟ ପାଇଁ କିମ୍ବା ସାଧାରଣ ଚିକିତ୍ସା ପରେ ମଧ୍ୟ ଦୃଶ୍ୟମାନ ହୁଏ, ତେବେ ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ଆବଶ୍ୟକ ।

ଫୁସଫୁସ କର୍କଟ ସଚେତନତା ମାସ:-

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଫୁସଫୁସ କର୍କଟ ସଚେତନତା ମାସ ପାଳନ କରାଯାଉଛି ଏବଂ ଏହା ସହିତ କେବଳ ଦେଶ ତଥା ବିଦେଶରେ ପ୍ରତିଷ୍ଠିତ ଫୁସଫୁସ କ୍ୟାନ୍ସର ସମ୍ବନ୍ଧୀୟ ସଂଗଠନ ନୁହେଁ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଜଡିତ । ଏହା ଏକ ବିଶ୍ବବ୍ୟାପୀ ଅଭିଯାନ, ଯାହା ଏହି ପ୍ରସଙ୍ଗରେ ସଚେତନତା ବିସ୍ତାର କରିବା ସହିତ ରୋଗର ନିରାକରଣ ବିଷୟରେ ଆଲୋଚନା ଏବଂ ନୂତନ ସହଯୋଗ ପ୍ରତିଷ୍ଠା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ ।

ଉଲ୍ଲେଖନୀୟ କଥା ହେଉଛି, ଏହି ରୋଗରେ ପୀଡ଼ିତ ବହୁ ସଂଖ୍ୟକ ଲୋକ, ସେମାନେ ଠିକ୍ ସମୟରେ ସେମାନଙ୍କର ଚିକିତ୍ସା ଆରମ୍ଭ କରିବାକୁ ସକ୍ଷମ ନୁହଁନ୍ତି, କାରଣ ଅଧିକାଂଶ କ୍ଷେତ୍ରରେ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଅତି ସାଧାରଣ ଥାଏ । ଫଳରେ ରୋଗ ଚିହ୍ନଟ ହେବା ପୂର୍ବୁର ସମସ୍ୟା ଗମ୍ଭୀର ହୋଇଯାଇଥାଏ ।

ଭାରତରେ ଫୁସଫୁସ କର୍କଟ ସହ ଜଡିତ କିଛି ପରିସଂଖ୍ୟାନ ଅନୁଯାୟୀ, ଏଠାରେ ପ୍ରତି 68 ଜଣଙ୍କ ମଧ୍ୟରୁ ଜଣେ ଏଥିରେ ପୀଡିତ ହେବାର ଆଶଙ୍କା ରହିଛି । କିନ୍ତୁ ଏହି ପ୍ରକାର କର୍କଟ ରୋଗରେ ପୀଡିତ ରୋଗୀଙ୍କ ମଧ୍ୟରୁ ପ୍ରାୟ 45% ରୋଗୀ ଚତୁର୍ଥ ପର୍ଯ୍ୟାୟରେ ଏହି ରୋଗ ବିଷୟରେ ସୂଚନା ପାଆନ୍ତି । କେବଳ 10-15% ରୋଗୀ, ଏହି ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ବାବଦରେ ଜାଣିପାରିଥାନ୍ତି । ତେଣୁ ପ୍ରତିଟି ବ୍ୟକ୍ତି ସଚେତନ ରହିଲେ ଏବଂ ସଠିକ୍ ସମୟରେ ଚିକିତ୍ସା ପାଇପାରିଲେ ନିଶ୍ଚିତ ରୂପେର ଫୁସଫୁସ କ୍ରକଟକୁ ପ୍ରତିହତ କରାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.