ଓଡିଶା

odisha

Air turns silent killer: ବାୟୁ ପ୍ରଦୂଷଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

By ETV Bharat Odisha Team

Published : Oct 25, 2023, 12:14 PM IST

ବାୟୁ ପ୍ରଦୂଷଣ ଯୋଗୁଁ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ରିପୋର୍ଟରେ ଖୁଲାସା କରାଯାଇଛି। ଅଧିକ ପଢନ୍ତୁ

Air turns silent killer
Air turns silent killer

ହାଇଦ୍ରାବାଦ:ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ତେବେ ଏହା ଅନେକ ରୋଗର କାରଣ ବୋଲି ସମସ୍ତେ ଜାଣନ୍ତି । ତେବେ ବାୟୁ ପ୍ରଦୂଷଣକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ବାୟୁ ପ୍ରଦୂଷଣ କାରଣରୁ ପ୍ରତି 9 ଜଣରୁ ଜଣେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି। ସାରା ବିଶ୍ବରେ ସ୍ତନ କର୍ଟକ ରୋଗର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟର ଶୀଘ୍ର ବିସ୍ତାର ହେବାର ଅନ୍ୟତମ କାରଣ ମଧ୍ୟ ବାୟୁ ପ୍ରଦୂଷଣ ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ବାୟୁ ପ୍ରଦୂଷଣ ସ୍ତନ କ୍ୟାନ୍ସର ଭଳି ରୋଗ ବିପଦ ବୃଦ୍ଧି କରିଥାଏ, ତା ସହିତ ଶରୀରରେ ପାର୍ଟିକୁଲେଟ ମ୍ୟାଟର ବୃଦ୍ଧି ହେବାର ଆଶଙ୍କା ରହିଥାଏ (ପାର୍ଟିକୁଲେଟ ମ୍ୟାଟର 10 ବା PM 10 ଫୁସଫୁସରେ ସ୍ବାଶକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହା ଏକ ପ୍ରକାର ଧୂଳି କଣିକା ଯାହାର ବ୍ୟାସ 2.5 ମାଇକ୍ରନ କିମ୍ବା ତାଠାରୁ କମ ଥାଏ।) । ଧୂଳି କଣି ସଂସ୍ପର୍ଶରେ ଆସିବା ଦ୍ବାରା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ହୋଇଥାଏ ବୋଲି ଆମେରିକା ଏବଂ ଫ୍ରାନ୍ସରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି।

ରିସର୍ଚ୍ଚରେ ଖୁଲାସା: ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଅନେକ ରୋଗ ହୋଇଥାଏ ବୋଲି ରିସର୍ଚ୍ଚରେ ଖୁଲାସା ହୋଇଛି। ପିଏମ 2.5, ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ କେତେକ ଜୈବିକ ଗ୍ୟାସ ଯୋଗୁଁ ବାୟୁମଣ୍ଡଳରେ ଅନେକ ପ୍ରକାରର ରାସାୟନିକ ପ୍ରତିକ୍ରିୟା ହୋଇଥାଏ। ଯାହାକି ରୋଗ ଏବଂ ଅକାଳର କାରଣ ହୋଇପାରେ। ବିଶେଷକରି ସେହି ଲୋକମାନଙ୍କଠାରେ ଯେଉଁମାନଙ୍କର ହୃଦୟ କିମ୍ବା ଫୁସଫୁସ ରୋଗ ଅଛି ସେମାନଙ୍କ କ୍ଷେତ୍ରରେ ଦୂଷିତ ବାୟୁ ଗମ୍ଭୀର ରୋଗ ସୃଷ୍ଟି କରିଥାଏ।

ବାୟୁ ପ୍ରଦୂଷଣ ଏବଂ ବ୍ରେଷ୍ଟ କ୍ୟାନ୍ସର ମଧ୍ୟରେ ସମ୍ପର୍କ: ବାୟୁ ପ୍ରଦୂଷଣ ଯୋଗୁଁ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ରିପୋର୍ଟରେ ସ୍ପଷ୍ଟ ହୋଇଥିଲେ ହେଁ ଏହା ଉପରେ ଆହୁରି ଅନୁସନ୍ଧାନ ଜରୁରୀ ବୋଲି କୁହାଯାଇଛି। ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ଯେଉଁ ସ୍ଥାନରେ ପାର୍ଟିକୁଲେଟ ମ୍ୟାଟର 2.5ରୁ ଅଧିକ ରହିଥାଏ, ସେହି ସ୍ଥାନରେ ରହୁଥିବା ଲୋକଙ୍କ ଠାରେ କର୍କଟ ରୋଗର ଆଶଙ୍କା 8 ପ୍ରତିଶତ ବୃଦ୍ଧି ପାଇଥାଏ । ତେବେ 20 ବର୍ଷ ଧରି ଏହି ଅନୁସନ୍ଧାନ କରାଯାଇଥିବା ବେଳେ 5 ଲକ୍ଷ ଲୋକ ସାମିଲ ହୋଇଥିଲେ। ତେବେ ସେଥି ମଧ୍ୟରୁ 15 ହଜାର 870 ଜଣ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିଲେ । ତେବେ ଯେଉଁ ଅନୁପାତରେ ସ୍ତନ କର୍କଟ ରୋଗ ବୃଦ୍ଧି ହେଉଛି 2030 ସୁଦ୍ଧା ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା 20 ଲକ୍ଷ ଟବିବ ବୋଲି କୁହାଯାଇଛି। ପ୍ରକାଶଥାଉକି, ସ୍ତନ ଟିସୁ ଡକ୍ଟସ ଓ ଲୋବୁଲସରେ ଗଠିତ ହୋଇଥାଏ । ସ୍ତନରେ ଯେତେବେଳେ ଗୋଟିଏ କୋଷ ଭାଗଭାଗ ହୋଇ ଅସ୍ବାଭାବିକ ଭାବେ ବୃଦ୍ଧି ପାଏ, ସେତେବେଳେ ସ୍ତନ କର୍କଟ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ପୂର୍ବାନୁମାନ କରିହେବ କେଉଁ ପ୍ରକାର ସ୍ତନ କର୍କଟ ରୋଗୀଙ୍କ ପାଇଁ କେଉଁ ପ୍ରକାର ଚିକିତ୍ସା ହେବ !

ଏଭଳି ଲକ୍ଷଣ ଦେଖାଗଲେ ହୁଅନ୍ତୁ ସତର୍କ:

  • ସ୍ତନ କିମ୍ବା ଏହାର ଚାରି ପାର୍ଶ୍ବରେ ଗଣ୍ଠି ଦେଖାଯିବା
  • ସ୍ତନର କୌଣସି ଅଂଶରେ ଫୁଲା ଦେଖାଯିବା
  • ଜଳାପୋଡା ହେବା
  • ନିପଲର ରଙ୍ଗରେ ପରିବର୍ତ୍ତନ
  • ନିପଲରୁ ପାଣି ବାହାରିବା
  • ସ୍ତନର ଆକାରରେ ପରିବର୍ତ୍ତନ

ସ୍ତନରେ ବଥ: ଅନେକ କାରଣରୁ ସ୍ତନରେ ବଥ ଦେଖା ଯାଇଥାଏ । ଏହା କ୍ୟାନ୍ସରର ମଧ୍ୟ କାରଣ ହୋଇଥାଏ । କିନ୍ତୁ ଅନେକ ବଥ ସାଧାରଣ ହୋଇଥାଏ । ସାଧାରଣତଃ ସ୍ତନରେ ବଥ ଦୁଇ ପ୍ରକାରର ହୋଇଥାଏ । ଫାଇବ୍ରୋସିଷ୍ଚିକ ଏବଂ ଅନ୍ୟଟି ସିଷ୍ଟ । ଫାଇବ୍ରୋସିଷ୍ଚିକ ବଥ କ୍ୟାନ୍ସର ହୋଇନଥାଏ । ଏହି ବଥ ଯନ୍ତ୍ରଣା କିମ୍ବା କଠିନ ହୋଇନଥାଏ । ସିଷ୍ଟ ଯୁକ୍ତ ବଥରେ ତରଳ ପଦାର୍ଥ ରହିଥାଏ । ଏହା ସମୟକ୍ରମେ ବିକଶିତ ହୋଇ କ୍ୟାନ୍ସରର ରୂପ ନେଇଥାଏ ।

ABOUT THE AUTHOR

...view details