ଓଡିଶା

odisha

କୋଭିଡ ମୁକାବିଲା ପାଇଁ 5 ଲକ୍ଷ ଡୋଜ CorBEvax ବ୍ୟବସ୍ଥା କଲା ଏହି ରାଜ୍ୟ

By

Published : Apr 19, 2023, 11:20 AM IST

ଦେଶର ବିଭିନ୍ନ ପ୍ରାନ୍ତରେ ବୃଦ୍ଧି ପାଉଛନ୍ତି କୋଭିଡ ସଂକ୍ରମିତ । ସମସ୍ୟାକୁ ଏଡାଇବା ପାଇଁ CorBEvax ର 5 ଲକ୍ଷ ଡୋଜ ବ୍ୟବସ୍ଥା କଲେ ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଲେ ତେଲେଙ୍ଗାନା ସରକାର । କୋଭିଡ-19 ଟିକାର ଅଭାବ ସମୟରେ ତେଲେଙ୍ଗାନା ସରକାର 5 ଲକ୍ଷ ଡୋଜ CorBEvax ବ୍ୟବସ୍ଥା କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, "ପୃଥିବୀର ଅନେକ ଦେଶ ତଥା ଭାରତର କେତେକ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଟିକା ଡୋଜର ବ୍ୟବସ୍ଥା କରାଯାଇଛି ।"

ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ଜି ଶ୍ରୀନିବାସ ରାଓ ଘୋଷଣା କରିଛନ୍ତି ଯେ, "ଆଜି(ଅପ୍ରେଲ 19)ଠାରୁ ସମସ୍ତ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକା ଉପଲବ୍ଧ ହେବ । ହେଟେରୋଲୋଜିସ୍ ଆଡମିନିଷ୍ଟ୍ରେସନ୍(ପ୍ରଶାସନ) ଦ୍ୱାରା ଅନୁମୋଦିତ ହୋଇଥିବାରୁ CorBEvaxକୁ ସେହି ହିତାଧିକାରୀଙ୍କ ପାଇଁ ଏକ ସତର୍କତାମୂଳକ ଡୋଜ୍ ଭାବରେ ଦିଆଯାଇପାରିବ, ଯେଉଁମାନେ କୋଭାକ୍ସିନ୍ କିମ୍ବା କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।" ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରି ସରକାରୀ କୋଭିଡ ଟିକା କେନ୍ଦ୍ରରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କୋଭିଡ ଟିକା ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଥିବା ଡ.ଜି ଶ୍ରୀନିବାଶ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-India Corona: ଆଜି ୮ ହଜାର ତଳେ କୋରୋନା ସଂକ୍ରମଣ, ୧୧ ମୃତ

ରାଜ୍ୟ ସରକାର ଗତ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଚିଠି ଲେଖି ରାଜ୍ୟ ପାଇଁ ଅତିରିକ୍ତ କୋଭିଡ ବୁଷ୍ଟର ସଟ୍ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ତେବେ ଖୋଲା ବଜାରରୁ କୋଭିଡ ଟିକା ଏବଂ ବୁଷ୍ଟର ସଟ କ୍ରୟ କରିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିବା ପରେ ତେଲେଙ୍ଗାନା ସରକାର ଟୀକାକରଣ ଆରମ୍ଭ କରିବା ପାଇଁ ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ ଇ'ଠାରୁ 5 ଲକ୍ଷ ଡୋଜ୍ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ ଚଳିତ ବର୍ଷ ପହିଲାରେ ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉ ଥିବାବେଳେ କିଛିଦିନ ହେବ ପୁନର୍ବାର କୋଭିଡ୍ ମାମଲା ବଢିଛି । ଦୈନିକ 8 ହଜାରରୁ 10 ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସୋମବାର ତେଲେଙ୍ଗାନାରେ 41ଟି ନୂଆ କୋଭିଡ ମାମଲା ରିପୋର୍ଟ କରାଯାଇ ଥିବାବେଳେ 30 ଜଣ ଲୋକ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 269 ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details