ଓଡିଶା

odisha

Exercise For healthy Life: ସୁସ୍ଥ ରହିବା ପାଇଁ ସପ୍ତାହରେ 3ଦିନ ବ୍ୟାୟାମ ଜରୁରୀ

By ETV Bharat Odisha Team

Published : Sep 5, 2023, 3:41 PM IST

ସୁସ୍ଥ ଜୀବନ ପାଇଁ ବ୍ୟାୟାମ ଜରୁରୀ ଅଟେ । ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ସୁସ୍ଥ ରହିବା ପାଇଁ ସପ୍ତାହରେ ତିନି ଦିନ ବ୍ୟାୟାମ ଜରୁରୀ। ଅଧିକ ପଢନ୍ତୁ

Exercise For healthy Life
Exercise For healthy Life

ହାଇଦ୍ରାବାଦ:ଆଜିର ଦିନରେ ସମସ୍ତେ ସୁସ୍ଥ ରହିବା ପାଇଁ ଅନେକ ପ୍ରୟାସ କରୁଛନ୍ତି। କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଲାଗି ରହୁଛି। କିନ୍ତୁ ବ୍ୟାୟାମ ଦ୍ବାରା ଶରୀର ସୁସ୍ଥେ ରୁହେ ବୋଲି ସମସ୍ତେ ଜାଣନ୍ତି। ବ୍ୟାୟାମକୁ ନେଇ ନିକଟରେ ଏକ ଅନୁସନ୍ଧାନ କରାଯାଇଥିଲା। ଅଧ୍ୟୟନରେ ଏହା କୁହାଯାଛି ଯେ, ଫିଟ ରହିବା ପାଇଁ ସପ୍ତାହକୁ ଅତି କମରେ ତିନି ଦିନ ବ୍ୟାୟାମ କରିବା ଆବଶ୍ୟକ। ଯଦି ସପ୍ତାହରେ 5 ଦିନ ବ୍ୟାୟାମ କରାଯାଏ ତେବେ ସ୍ବାସ୍ଥ୍ୟ ଉପରେ ଏହାର ସୁପ୍ରଭାବ ପଡେ ବୋଲି ରିସର୍ଚ୍ଚରେ କୁହାଯାଇଛି।

ନିଷ୍କର୍ସକୁ ଜଣାପଡିଛି ଯେ, ପ୍ରତ୍ୟେକ ଦିନ ବ୍ୟାୟାମ କରୁଥିବା ବ୍ୟକ୍ତି ଶରୀରକୁ ସୁସ୍ଥ ରଖିଥାଏ। ତେବେ ଜାଣନ୍ତୁ ବ୍ୟାୟାମ ଦ୍ବାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିଥାଏ। ପଶ୍ଚିମ ଅଷ୍ଟ୍ରେଲିଆରେ ରହିଥିବା ଏଡିଥ କୋବାନ ୟୁନିଭରସିଟି (ଇସିୟୁ)ର ଅଧ୍ୟୟନ ପ୍ରମୁଖ ପ୍ରଫେସର କେନ୍ ନୋସାକା କହିଛନ୍ତି ଯେ," ଆମର ପୂର୍ବ କାର୍ଯ୍ୟ ଦର୍ଶାଇଛି ଯେ ନିୟମିତ ସ୍ବଳ୍ପ ସମୟ ବ୍ୟାୟାମ ଗୋଟିଏ କିମ୍ବା ଦୁଇଟି ଟ୍ରେନିଂ ସେସନ ଠାରୁ ଲାଭଦାୟକ ଅଟେ।" ସୁସ୍ଥ ରହିବା ପାଇଁ ନିଜକୁ ସକ୍ସେସ ପଏଣ୍ଟ ଖୋଜିବା ଆବଶ୍ୟକ ବୋଲି କୁହାଯାଇଛି।

ତେବେ ବ୍ୟାୟାମ କେତେ ମାତ୍ରାରେ ଏବଂ କିଭଳି ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ ସେନେଇ ଏକ ଅଧ୍ୟୟନ କରାଯାଇଥିଲା। ୟୁରୋପୀୟ ଜର୍ଣ୍ଣାଲ୍ ଅଫ୍ ଆପ୍ଲାଏଡ୍ ଫିଜିଓଲୋଜିରେ ପ୍ରକାଶିତ ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀମାନଙ୍କୁ ଏକ ଡମ୍ବଲ ଖେଳିବାକୁ ଦିଆଯାଇଥିଲା। ଏକ ଭାରୀ ଡମ୍ବଲ ସହିତ ତିନି ସେକେଣ୍ଡ୍ ବାଇସେପ୍ସ କରିବା ପାଇଁ କୁହାଯାଇଥିଲା। ଅଧ୍ୟୟନକେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀକୁ ପ୍ରଥମେ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: Older Person Quality Life: 60 ପରେ ଆକ୍ଟିଭନେସ୍‌ ଉପରେ ନିର୍ଭର କରେ ଜୀବନରେଖା

ପ୍ରଥମ ଗୋଷ୍ଠୀକୁ ପ୍ରତି ସପ୍ତାହରେ 2 ଥର 3 ସେକେଣ୍ଡର ଏକ୍ସରସାଇଜ ବା ବ୍ୟାୟାମ କରିବା ପାଇଁ କୁହାଯାଇଥିଲା। ଅନ୍ୟ ଏକ ଗୋଷ୍ଠୀକୁ ସପ୍ତାହରେ ତିନିଥର ବ୍ୟାୟାମ କରିବା ପାଇଁ କୁହାଯାଇଥିଲା। ଏହାପରେ ପ୍ରତି 4 ସପ୍ତାହରେ ଅଂଶଗ୍ରହଣକାରୀଙ୍କ ବାଇସ୍ପେସର ତୁଳନା କରାଯାଇଥିଲା। ଯେଉଁ ବ୍ୟକ୍ତିମାନେ ସପ୍ତାହରେ 2 ଦିନ ବ୍ୟାୟାମ କରିଥିଲେ ସେମାନଙ୍କ ଠାରେ କୌଣସି ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇନଥିଲା। ଅନ୍ୟପଟେ ସପ୍ତାହକୁ 3 ଦିନ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ଠାରେ ପରିବର୍ତ୍ତନ ଦେଖାଯାଇଥିଲା। ସପ୍ତାହରେ 5 ଦିନ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କର ମାଂସପେଶୀରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏଥିରୁ ସ୍ପଷ୍ଟ କରାଯାଇଛି ଯେ, ସୁସ୍ଥ ରହିବା ପାଇଁ ସପ୍ତାହରେ 3 ଦିନ ବ୍ୟାୟାମ ଜରୁରୀ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details