ଓଡିଶା

odisha

ଅନୁସନ୍ଧାନ: କମ୍ ବୟସରେ ଋତୁସ୍ରାବ ହୃଦୟ ସମସ୍ୟା ସହ ଜଡିତ ହୋଇପାରେ

By

Published : Mar 16, 2023, 1:02 PM IST

Early menstruation

ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ଯେଉଁ ମହିଳାମାନଙ୍କର କମ୍ ବୟସରୁ ଋତୁସ୍ରାବ ପ୍ରକ୍ରିୟା ଆରମ୍ଭ ହେଉଛି, ସେମାନଙ୍କର ହୃଦୟ ରୋଗର ବିପଦ ଅଧିକ ହୋଇପାରେ । ଅଧିକ ପଢନ୍ତୁ

ୱାଶିଂଟନ: ଆପଣଙ୍କର ପ୍ରଥମ ପିରିୟଡ୍ସ କେବେ ହୋଇଥିଲା, ଅର୍ଥାତ୍ କେତେ ବର୍ଷର ହୋଇ ଥିବାବେଳେ ଆପଣ ଋତୁସ୍ରାବ ପ୍ରକ୍ରିୟାର ସାମ୍ନା କରିଥିଲେ ? ଏ ପ୍ରଶ୍ନ ଆପଣଙ୍କୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ବା ଗାଇନେକ୍ଲୋଜିଷ୍ଟ ପଚାରିପାରନ୍ତି, ମାତ୍ର ଏ ପ୍ରଶ୍ନ ଭବିଷ୍ୟତରେ ଜଣେ ହୃଦ୍‌ରୋଗ ବିଶେଷଜ୍ଞ ମଧ୍ୟ ପଚାରିବାର ସମ୍ଭାବନା ରହିଛି । କାରଣ ପିରିୟଡ୍ସ ସହ ହୃଦ୍‌ରୋଗର ଆଶଙ୍କା ଥିବା ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ ଟିମ୍ । ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ଯେଉଁ ମହିଳାମାନଙ୍କର କମ୍ ବୟସରୁ ଋତୁସ୍ରାବ ପ୍ରକ୍ରିୟା ଆରମ୍ଭ ହେଉଛି, ସେମାନଙ୍କର ହୃଦୟ ରୋଗର ବିପଦ ଅଧିକ ।

ଆମେରିକାନ୍ ହାର୍ଟ ଆସୋସିଏସନ ଜର୍ଣ୍ଣାଲରେ ଗତ ମାସରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ଗବେଷକମାନେ ଲେଖିଛନ୍ତି ଯେ, ସେମାନେ ଜିନ୍ ମଧ୍ୟରେ ଥିବା ଏକ ଲିଙ୍କ୍ ନିଶ୍ଚିତ କରିଛନ୍ତି ଯାହା ପ୍ରଥମ ଋତୁସ୍ରାବ, ଋତୁସ୍ରାବ ସମୟରେ ଜଣେ ମହିଳାଙ୍କ ବୟସ, ପ୍ରଥମ ପିଲା ଜନ୍ମ ସମୟର ବୟସ, ହୃଦ୍‌ରୋଗ, ଷ୍ଟ୍ରୋକ ଏବଂ ଅନ୍ୟାନ୍ୟ ହୃଦୟ ସମ୍ବନ୍ଧୀୟ ଅବସ୍ଥା ସହ ଜଡିତ । ବିଶ୍ବବ୍ୟାପୀ 10 ଲକ୍ଷରୁ ଅଧିକ ମହିଳାଙ୍କ ଜେନେଟିକ୍ ତଥ୍ୟ ବ୍ୟବହାର କରି ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-PCOS ଥିଲେ ଭୁଲ୍‌ରେ ମଧ୍ୟ ଏହୁ ସବୁ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ !

ଏଥିରୁ ଜାଣିବାକୁ ପାଇଛନ୍ତି ଯେ, ବିଭିନ୍ନ ପ୍ରକାର ପ୍ରଜନନ କାରକ ଆଟ୍ରିଆଲ୍ ଫିବ୍ରିଲେସନ୍ କରୋନାରୀ ଧମନୀ ରୋଗ, ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ବିପଦ ସହ ଜଡିତ । ଯେଉଁ ମହିଳାମାନଙ୍କର ଜେନେଟିକ୍ସ ପ୍ରଥମ ଥର ପ୍ରସବ କମ୍ ବୟସର ହୋଇଥିବା ଦର୍ଶାଇଥିଲା ତାଙ୍କର ଅନ୍ୟମାନଙ୍କ ତୁଳନାରେ କରୋନାରୀ ଧମନୀ ରୋଗର ସମ୍ଭାବନା 1.49 ଗୁଣ ଏବଂ ଷ୍ଟ୍ରୋକର 1.25 ଗୁଣ ଅଧିକ । ସେହିପରି ଯେଉଁ ମହିଳାମାନଙ୍କର ଜେନେଟିକ୍ ଦୁଇରୁ ଅଧିକ ଜୀବନ୍ତ ଶିଶୁ ଜନ୍ମ ଦେଇଥିବା ଦର୍ଶାଇଥିଲା, ସେମାନେ ପ୍ରତିପକ୍ଷଙ୍କ ତୁଳନାରେ ଆଟ୍ରିଆଲ୍ ଫିବ୍ରିଲେସନ୍ ହେବାର ସମ୍ଭାବନା 2.91 ଗୁଣ ଅଧିକ ଥିଲା । ଯେଉଁମାନଙ୍କର 12 ବର୍ଷ ପୂର୍ବରୁ ପ୍ରଥମ ଋତୁସ୍ରାବ ହୋଇଥିଲା ସେମାନଙ୍କର BMI(ବଡି଼ ମାସ୍ ଇଣ୍ଡେକ୍ସ) ପ୍ରଭାବିତ ହୋଇପାରେ । ଅନୁସନ୍ଧାନରେ ମେନୋପୋଜର ବୟସ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ମଧ୍ୟରେ କୌଣସି ମିଳନ ଲିଙ୍କ୍ ଥିବା ଦେଖିବାକୁ ମିଳିନାହିଁ ।

ଡାଟାକୁ ଲକ୍ଷ୍ୟ କରି ଅନୁସନ୍ଧାନକାରୀ କହିଛନ୍ତି ଯେ, ମହିଳାମାନେ ଏହି ବିପଦକୁ ପରିବର୍ତ୍ତନ କରିପାରିବେ । ସେମାନଙ୍କ ବଡି଼ ମାସ୍ ଇଣ୍ଡେକ୍ସ, କୋଲେଷ୍ଟ୍ରଲ ସ୍ତର ଏବଂ ସିଷ୍ଟୋଲିକ ରକ୍ତଚାପକୁ ନିୟନ୍ତ୍ରଣ କରିବା ଦ୍ବାରା ଏହି ବିପଦ ହ୍ରାସ ପାଇପାରେ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରହିଲେ ଏହି ବିପଦ ଦୂର ହୋଇପାରିବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ABOUT THE AUTHOR

...view details