ଓଡିଶା

odisha

Dysthymic Disorder: ଛୋଟ ଛୋଟ କଥାରେ ରାଗ ଆସୁଛି କି ? ହୋଇଥାଇପାରେ ଏହି ରୋଗ

By

Published : Jun 12, 2023, 11:50 AM IST

ପ୍ରତ୍ୟେକ କଥାରେ ରାଗିବା ବା ମନ ପରିବର୍ତ୍ତନ ହେଉଥିଲେ ସାବଧାନ । ହୋଇଥାଇପାରେ ଏହି ରୋଗ । ଅଧିକ ପଢନ୍ତୁ

Dysthymic Disorder
Dysthymic Disorder

ହାଇଦ୍ରାବାଦ:ଦେଖିବାକୁ ଗଲେ ରାଗ ବା କ୍ରୋଧ ସମସ୍ତଙ୍କୁ ଆସିଥାଏ । ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ କ୍ରୋଧିତ ହୋଇଥାଆନ୍ତି । କହିବାକୁ ଗଲେ ଏହା ଏକ ପ୍ରକାର ଇମୋସନ ଅଟେ । ଯେତେବେଳେ ଆମେ କିଛି ପସନ୍ଦ କରିନଥାଉ, ସେତେବେଳେ ସ୍ୱାଭାବିକ ଭାବରେ ଏପରି କ୍ରୋଧିତ ପ୍ରତିକ୍ରିୟା ହୋଇଥାଏ । କିନ୍ତୁ ଯଦି ପ୍ରତ୍ୟେକ କଥାରେ କ୍ରୋଧ ବା ଚିଡିଚିଡା ଆସୁଛି ତାହେଲେ ଏହାକୁ ଅଣଦେଖା କରିବା ଠିକ ନୁହେଁ । ଏହା ମାନସିକ ସ୍ୱାସ୍ଥ୍ୟର ଦୁର୍ବଳତାକୁ ସୂଚିତ କରେ । ଏହାକୁ ଡିସଥିମିଆ କୁହାଯାଏ ।

କଣ ଏହି ଡିସଥିମିଆ:ଡାକ୍ତରୀ ଭାଷାରେ ଡିସଥିମିଆକୁ ଡିପ୍ରେସିଭ୍ ଡିସଅର୍ଡର୍ ମଧ୍ୟ କୁହାଯାଏ । ଏହା ଏକ ପ୍ରକାର କ୍ରନିକ୍ ଡିପ୍ରେସନ୍ ଅଟେ । ଯଦି ସଠିକ ସମୟରେ ଏହାର ଧ୍ୟାନ ନିଆଯାଏ ନାହିଁ, ତେବେ ବ୍ୟକ୍ତିର ଅବସ୍ଥା ଗୁରୁତର ହୋଇପାରେ । ଏହି ସମସ୍ୟାରେ ବ୍ୟକ୍ତି ସର୍ବଦା ନିରାଶା ଅନୁଭବ କରନ୍ତି । ମନ ସର୍ବଦା ଖରାପ ବା ଅସ୍ଥିର ରହିଥାଏ । ପ୍ରତ୍ୟେକ ଜିନିଷ ଉପରେ କ୍ରୋଧ ଆସିଥାଏ । ଏହି ସମସ୍ୟା ବର୍ଷ ବର୍ଷ ଧରି ରହିଥାଏ । ଏଭଳି ସମସ୍ୟାରେ ପୀଡିତ ବ୍ୟକ୍ତି କେବେ ହେଲେ ଖୁସିରେ ରହିବାକୁ ପସନ୍ଦ କରିନଥାନ୍ତି ସର୍ବଦା ଏକୁଟିଆ ରହିଥାଆନ୍ତି । ଆଚରଣରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ପ୍ରତ୍ୟେକ କଥାରେ ଚିଡିଚିଡା ଲାଗିଥାଏ ।

ଡିସଥିମିଆର ଲକ୍ଷଣ:

ମନ ଅସ୍ଥିର

ଉଦାସ ରହିବା

ମାନ୍ଦା ହୋଇ ରହିବା

ଶରୀରକୁ ଶକ୍ତି ନମିଳିବା

ନିରାଶ ଲାଗିବା

କ୍ଳାନ୍ତି

ଏକାଗ୍ରତାର ଅଭାବ

ପ୍ରତି କଥାରେ କ୍ରୋଧ ଆସିବା

କାମ କରିବା ପାଇଁ ମନ ନଲାଗିବା

ନିଷ୍ପତ୍ତି ନେବାରେ ଅସୁବିଧା

ନିଜକୁ ଦୋଷୀ ଅନୁଭବ କରିବା

ଭୋକ ନଲାଗିବା

ଡିସଥିମିଆର କାରଣ କଣ ? ଡିଷ୍ଟାଇମିଆ ସମସ୍ୟାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଯଦିଓ ଡାକ୍ତର ବିଶ୍ବାସ କରନ୍ତି ଯେ ଏହି ଅବସ୍ଥା ପାଇଁ କିଛି କାରଣ ଦାୟୀ ଅଟେ । ଯେପରିକି ଚାକିରିରେ ଅସନ୍ତୋଷ, ଚାପଗ୍ରସ୍ତ ଜୀବନ, ​​ବ୍ରେକଅପ୍, ଆର୍ଥିକ ସଙ୍କଟ, ମସ୍ତିଷ୍କର କାର୍ଯ୍ୟରେ ସନ୍ତୁଳନ ନରହିବା, ସେରୋଟୋନିନ୍ କିମ୍ବା ଡୋପାମାଇନ୍ ଅଭାବ ଦେଖାଯିବା କାରଣରୁ ମଧ୍ୟ ଏହି ରୋଗ ହୋଇପାରେ ।

ଡିସଥିମିଆର ଚିକିତ୍ସା ପ୍ରଣାଳୀ: ଯେକୌଣସି ପ୍ରକାରର ଉଦାସୀନତାର ମୁକାବିଲା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଜରୁରୀ ଅଟେ । ଡିସଥିମିଆରେ ପୀଡିତ ରୋଗୀ ପ୍ରଥମେ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା ଆବଶ୍ୟକ ଅଟେ । ମଦ୍ୟପାନ, ଧୂମ୍ରପାନ ଠାରୁ ଦୂରେଇ ରହିବା ସହ ଦୈନିକ ଶାରିରୀକ ବ୍ୟାୟାମ କରନ୍ତୁ । ଆବଶ୍ୟକ ପଡିଲେ ମନୋଚିକିତ୍ସକର ସାହାଯ୍ୟ ନେବା ଆବଶ୍ୟକ ।

Disclaimer: ଏହା ଏକ ରିପୋର୍ଟ ଅଟେ । ଏହି ଆର୍ଟିକେଲରେ ଦିଆଯାଇଥିବା ବିଦ୍ଧିକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ABOUT THE AUTHOR

...view details