ଓଡିଶା

odisha

ପାତାଳୀ ଶ୍ରୀକ୍ଷେତ୍ରରେ ନିର୍ମାଣ ହୋଇପାରୁନି ରୋପ ୱେ, ଅସନ୍ତୋଷ ଜିଲ୍ଲାବାସୀ

By

Published : Dec 1, 2022, 11:24 AM IST

ନିର୍ମାଣ ହୋଇପାରୁନି ରୋପ ୱେ ପ୍ରକଳ୍ପ
ନିର୍ମାଣ ହୋଇପାରୁନି ରୋପ ୱେ ପ୍ରକଳ୍ପ

କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ରରେ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟର ଅଗ୍ରଗତି ହେଉନଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲା କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ରରେ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟର ଅଗ୍ରଗତି ହୋଇ ପାରୁ ନଥିବା ଅଭିଯୋଗ ହେଉଛି । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିବା ପରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ । ଗତ ପ୍ରାୟ ଚାରି ବର୍ଷ ତଳେ ପାତାଳୀ ଶ୍ରୀକ୍ଷେତ୍ରରେ ରୋପ ୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ନିର୍ମାଣ ହୋଇପାରୁନି ରୋପ ୱେ ପ୍ରକଳ୍ପ

2019 ଫେବୃଆରୀ 11ତାରିଖରେ ତତ୍କାଳୀନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହି ସମୟରେ ଏହି ପ୍ରକଳ୍ପ ପାଇଁ ପ୍ରାୟ 10 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପାତାଳୀ ଶ୍ରୀକ୍ଷେତ୍ରର ଦୁଇଟି ପାହାଡ଼ ମଝିରେ ରୋପ ୱେ ନିର୍ମାଣ କରିବା ସହିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ନା ରୋପ ୱେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ନା ପାରିପାର୍ଶ୍ବିକ ଅବସ୍ଥାରେ ଉନ୍ନତି କରାଯାଇପାରିଛି । ବାରମ୍ବାର ଦାବି ଆପତ୍ତି ସତ୍ତ୍ବେ ରୋପ ୱେ ପ୍ରକଳ୍ପ ଆରମ୍ଭ କରାଯାଇପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ: ଅଧା ରହିଲା ଜଗା ଦର୍ଶନ, ସଡକ ଦୁର୍ଘଟଣାରେ ୪ ମୃତ

ତେବେ ଏହି ପ୍ରକଳ୍ପ ହେଲେ ଏହି ପାବନ ପୀଠର ବିକାଶ ହେବା ସହିତ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି ଆଶା କରାଯାଉଛି । କେବଳ ଭିତ୍ତିପ୍ରସ୍ତରରେ ପ୍ରକଳ୍ପ କାର୍ଯ୍ୟ ସୀମିତ ହୋଇ ରହି ଯାଇଥିବାରୁ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ତେବେ ବେସରକାରୀ ରୋପ ୱେ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ମିଳିଥିବା 10 କୋଟି ଟଙ୍କାର ଅନୁଦାନକୁ ବିକାଶ ପରିଷଦ କର୍ତ୍ତୃପକ୍ଷ ଫେରେଇ ନେଇଥିବା ଜଣାପଡିଛି । ପୂର୍ବରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଭୁବନେଶ୍ବରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିବା କୁହାଯାଉଥିବା ବେଳେ କୁଆଡେ ତାଙ୍କ କାର୍ଯ୍ୟାଦେଶ ପ୍ରତ୍ୟାହାର କରି ନିଆଯାଇଥିବା ଚର୍ଚ୍ଚା ହେଉଛି । ଫଳରେ ଜିଲ୍ଲାବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details