ଅଧା ରହିଲା ଜଗା ଦର୍ଶନ, ସଡକ ଦୁର୍ଘଟଣାରେ ୪ ମୃତ

author img

By

Published : Dec 1, 2022, 8:04 AM IST

Updated : Dec 1, 2022, 10:40 AM IST

ଅଧା ରହିଲା ଜଗା ଦର୍ଶନ, ସଡକ ଦୁର୍ଘଟଣାରେ ୪ ମୃତ

ଅଧା ରହିଲା ଜଗା ଦର୍ଶନ । ଆନ୍ଧ୍ରପ୍ରଦେଶରୁ ଶ୍ରୀକ୍ଷେତ୍ର ପୁରୀ ଆସୁଥିବା ବେଳେ ସଡକ ଦୁର୍ଘଟଣାରେ ୪ ମୃତ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଅଧା ରହିଲା ଜଗା ଦର୍ଶନ । ପୁରୀ ଆସୁଥିବା ବେଳେ ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ । ଆଜି ସକାଳୁ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକକୁ କାର୍ ପଛପଟୁ ଧକ୍କା ଦେବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଆନ୍ଧ୍ରପ୍ରଦେଶରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ରହିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଆଜିଠୁ କ୍ୟାପିଟାଲ ହସ୍ପିଟାଲରେ ସକାଳ 9ଟାରୁ OPD

ଅଧା ରହିଲା ଜଗା ଦର୍ଶନ

ସୂଚନା ମୁତାବକ, କାରଟି ବାଲୁଗାଁ ପଟୁ ଖୋର୍ଦ୍ଧା ଆଡକୁ ଆସୁଥିବା ବେଳେ ବଡପୋଖରିଆ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ଟ୍ରକ ଖରାପ ହୋଇ ଠିଆ ହୋଇଥିବା ବେଳେ ପଛ ପଟୁ ଆସି କାରଟି ଧକ୍କା ଦେଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Dec 1, 2022, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.