ଓଡିଶା

odisha

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

By

Published : May 17, 2022, 4:28 PM IST

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ()

ରାୟଗଡା ଜିଲ୍ଲା କୋର୍ଟ ଏବଂ ଜିଲ୍ଲାର ତାଲୁକା ସ୍ତରରେ ଥିବା ସମସ୍ତ କୋର୍ଟ ମାନଙ୍କରେ ଚଳିତ ବର୍ଷର ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ରାୟଗଡା: ରାୟଗଡା ଜିଲ୍ଲା କୋର୍ଟ ଏବଂ ଜିଲ୍ଲାର ତାଲୁକା ସ୍ତରରେ ଥିବା ସମସ୍ତ କୋର୍ଟ ମାନଙ୍କରେ ଚଳିତ ବର୍ଷର ଦ୍ବିତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜର୍ଜ ତଥା ଆଇନ ସେବା ପ୍ରାଧିକାରଣ ଅଧକ୍ଷ ବିକ୍ରମ କେଶରୀ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା, ଦେୱାନୀ, ଫୌଜଦାରୀ, ସାଲିସ ଯୋଗ୍ୟ, ବ୍ୟାଙ୍କ ଋଣ, ମୋଟର ଯାନ ଦୁର୍ଘଟଣା, ପାରିବାରିକ ବିବାଦ ଭଳି କେସର ସମାଧାନ ହୋଇପାରିଛି ।

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଉକ୍ତ ଜାତୀୟ ଲୋକ ଅଦାଲତ ଅବସରରେ ବିଭିନ୍ନ କୋର୍ଟର ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ହିମାଂଶୁ ବ୍ରହ୍ମା, ସିଜେଏମ ମନୋରଞ୍ଜନ ଦାସ, ଡିଏଲଏସଏ ସମ୍ପାଦିକା ନିବେଦିତା ପଣ୍ଡା, ସବ-ଜଜ ଶତରୁପା ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦ୍ବିତୀୟ ଜାତୀୟ ଲୋକ ଅଦାଲତରେ ଜିଲ୍ଲାର ବିଭିନ୍ନ ଅଦାଲତରେ 92ଟି କେଶର ସମାଧାନ କରି ବୀମା, ବ୍ୟାଙ୍କ ଋଣ ଓ ଜରିମାନା ବାବଦକୁ 66 ଲକ୍ଷ 9 ହଜାର 948 ଟଙ୍କା ଓ 11ଟି ପ୍ରାକ ମକଦ୍ଦମା ମାମଲାରୁ 4 ଲକ୍ଷ 66 ହଜାର 585 ଟଙ୍କା ଆଦାୟ ହୋଇଥିବା କହିଛନ୍ତି ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସମ୍ପାଦିକା ନିବେଦିତା ପଣ୍ଡା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details