ଓଡିଶା

odisha

କେବେ ଆରମ୍ଭ ହେବ କଂସାରୀ ଗୁଡା ପ୍ରକଳ୍ପ କାମ ?

By

Published : Nov 20, 2022, 11:25 AM IST

କଂସାରୀ ଗୁଡା ପ୍ରକଳ୍ପ କାମ ଆରମ୍ଭ ନ ହେଲେ ତୀବ୍ର ଆନ୍ଦୋଳନ ନେଇ ଚେତାବନୀ

କଂସାରୀଗୁଡା ଠାରେ ଶୀଘ୍ର ରିଫାଇନାରୀ ପ୍ଳାଣ୍ଟ ସହ ପାୱାର କେପଟିଭ କାରଖାନା ପାଇଁ କାମ ଆରମ୍ଭ ନ ହେଲେ ବଡ଼ ଧରଣର ଆନ୍ଦୋଳନର ଧମକ ଦେଇଛି ଆଦିତ୍ୟ ଆଲୁମିନା ଆଞ୍ଚଳିକ ବିକାଶ ପରିଷଦ । ଅଧିକ ପଢନ୍ତୁ

ରାୟଗଡା:କଂସାରୀଗୁଡା ଠାରେ ଶୀଘ୍ର ରିଫାଇନାରୀ ପ୍ଳାଣ୍ଟ ସହ ପାୱାର କେପଟିଭ କାରଖାନା ପାଇଁ କାମ ଆରମ୍ଭ ନ ହେଲେ ବଡ଼ ଧରଣର ଆନ୍ଦୋଳନର ଧମକ ଦେଇଛି ଆଦିତ୍ୟ ଆଲୁମିନା ଆଞ୍ଚଳିକ ବିକାଶ ପରିଷଦ । ଆଦିତ୍ୟ ଆଲୁମିନା ଆଞ୍ଚଳିକ ବିକାଶ ପରିଷଦ ସଂଗଠନ ତରଫରୁ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ 17ବର୍ଷର କାଳ କଂସାରୀ ଗୁଡା ବାସୀ ଜମି ଦେଇଥିଲେ ସୁଦ୍ଧା ଆଜି ଯାଏଁ ରିଫାଇନାରୀ ପ୍ଳାଣ୍ଟ ସହ ପାୱାର କେପଟିଭ କାରଖାନା ପାଇଁ କାମ ଆରମ୍ଭ ହୋଇନାହିଁ ।

କଂସାରୀ ଗୁଡା ପ୍ରକଳ୍ପ କାମ ଆରମ୍ଭ ନ ହେଲେ ତୀବ୍ର ଆନ୍ଦୋଳନ ନେଇ ଚେତାବନୀ

ଏନେଇ ସେହି ଅଞ୍ଚଳରେ ଏବେ ଅସନ୍ତୋଷ ପ୍ରକାଶ ପାଇଛି । ଅଞ୍ଚଳବାସୀ rdc, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଏବଂ ଲୋକପ୍ରତିନିଧିଙ୍କ ନିକଟରେ ଗୁହାରି କରି ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ ଅଭିଯୋଗ ହୋଇଛି । ଆଗକୁ ଓଡିଶା ସରକାରଙ୍କ ତରଫରୁ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ରହିଛି । ଯଦି କଂସାରୀ ଗୁଡ଼ା ରିଫାଇନାରୀ ପ୍ରକଳ୍ପ ତିଆରି ପାଇଁ କୌଣସି ଠୋସ ପଦକ୍ଷେପ ନିଆ ନହୁଏ ତେବେ କାରଖାନା ଦ୍ଵାରା ଅଧିକୃତ ଜମି ଫେରେଇ ଦେବା ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜମି ପ୍ରଦାନକାରୀ |

ଯଦି ଚଳିତ ମାସ 30 ତାରିଖ ସୁଦ୍ଧା କଂସାରୀ ଗୁଡା ପ୍ରକଳ୍ପ କାମ ଆରମ୍ଭ ନହୁଏ ତେବେ ଆଗକୁ ଏକ ବଡ଼ ଧରଣର ଆନ୍ଦୋଳନର ଧମକ ଦେଇଛି ଆଦିତ୍ୟ ଆଲୁମିନା ଆଞ୍ଚଳିକ ବିକାଶ ପରିଷଦ । ଦରକାର ପଡିଲେ ସମଗ୍ର କାଶୀପୁର ବ୍ଲକରେ ଅଖ ଚକ ବନ୍ଦ ସହ ରେଳ ରୋକ ଭଳି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଦିତ୍ୟ ଆଲୁମିନା ଆଞ୍ଚିଳିକ ପରିଷଦ ସଭାପତି ଦଉଲତ ରତ୍ନ ଚୌଧୁରୀ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details