ETV Bharat / state

ମହଙ୍ଗା ପଡିଲା ରାଜନୈତିକ ହିଂସା, ବଙ୍ଗାଳି ସାହି ଗୋଷ୍ଠୀ ସଂଘର୍ଷରେ 5 ଗିରଫ - Group clash

author img

By ETV Bharat Odisha Team

Published : Apr 30, 2024, 9:10 AM IST

GROUP CLASH
GROUP CLASH

Group clash in Laxmisagar: ଲକ୍ଷ୍ମୀସାଗରରେ ଦୁଇ ରାଜନୈତିକ ଦଳର ଗୋଷ୍ଠୀ ସଂଘର୍ଷ । 5 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

GROUP CLASH
ଭୁବନେଶ୍ୱର: ନିର୍ବାଚନ ସମୟରେ ଜିରୋ ଟଲେରାନ୍ସ ପଲିସି । ଆଇନକୁ ହାତକୁ ନେଲେ କଠୋର କାର୍ଯ୍ୟାନୁଷ୍ଠାନ । ଲକ୍ଷ୍ମୀସାଗରରେ ଦୁଇ ରାଜନୈତିକ ଦଳର ଗୋଷ୍ଠୀ ସଂଘର୍ଷ ଘଟଣାରେ କଠୋର ହେଲା ପୋଲିସ । ଦୁଇ ଦଳର ୫ଜଣ ଗିରଫ । ସେମାନେ ହେଲେ ପ୍ରଥମ ଆକ୍ରମଣ କାରୀ ଗୋଷ୍ଠୀର ସଞ୍ଜିବ କୁମାର ଗୁପ୍ତା ,ଆଲୋକ ଶର୍ମା ଓ ସଞ୍ଜିତା ଶର୍ମା ସେହିପରି ଆକ୍ରମଣର ଶିକାର ହୋଇଥିବା ବିକ୍ରମ ଗୁପ୍ତା ଗୋଷ୍ଠୀର ବିନୟ କୁମାର ଦାସ ଓ ଗୌତମ କୁଣ୍ଡୁ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜୋନ ୪ ଏସିପି ଏସ ଶେଖର ।



ସେ କହିଛନ୍ତି, ''ଗତ ୨୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ବିକ୍ରମ ଓରଫ ଗୁଡୁ, ନିର୍ବାଚନୀ ପତାକା ଲାଗିଥିବା କାରକୁ ନିଶାସକ୍ତ ଅବସ୍ଥାରେ ବେପାରୁଆ ଭାବେ ଚଲାଉଥିଲେ । ବଙ୍ଗାଳି ସାହିରେ ଅଭିଯୋଗକାରିଣୀ କମଳିନୀ ଗୁପ୍ତାଙ୍କ ଆଗକୁ ଗାଡି ନେଇଯିବାରୁ ଏହା ଦେଖି ଆଉ ଏକ ନିର୍ଦ୍ଦିଷ୍ଠ ରାଜନୈତିକ ଦଳର କର୍ମୀ ମାନେ ପାଟିତୁଣ୍ଡ କରିବା ସହ ଗାଡି ଭିତରୁ ବିକ୍ରମକୁ ଟାଣି ଆଣି ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ବିକ୍ରମ ତାଙ୍କ ଦଳର ଦୁଇ କର୍ମୀଙ୍କ ସହ ମିଶି ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିଥିବା ସଞ୍ଜୀବ, ଆଲୋକ, ସଞ୍ଜତି ଘର ନିକଟକୁ ଯାଇଥିଲେ । ସେଠାରେ ଗାଳି ଗୁଲଜ କରିଥିଲେ ଓ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲା ପେଲା, କଥା କଟାକଟି ଓ ଗଣ୍ଡଗୋଳ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବିକ୍ରମଙ୍କୁ ହସ୍ପିଟାଲକୁ ପଠାଇଥିଲା । ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କର ଅବସ୍ଥା ସଂକଟାପନ୍ନ ଥିଲା। ଉଭୟ ଗୋଷ୍ଠୀର ଦୁଇଟି ଅଭିଯୋଗକୁ ଆଧାର କରି ପାଞ୍ଚ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରି ଗିରଫ କରିଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ରିଫ୍ୟୁଜି କଲୋନିର । ବଙ୍ଗାଳି ସାହିରେ ଦିର୍ଘଦିନ ହେବ ସେମାନେ ବସବାସ କରୁଛନ୍ତି ।''

ଏହା ମଧ୍ୟ ପଢନ୍ତୁ-ପୂର୍ବ ଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ରଣକ୍ଷେତ୍ର ପାଲଟିଲା ଖଣ୍ଡଗିରି‌ ନୂଆ ରୋଡ

ନିର୍ବାଚନୀ ସମୟରେ ଅପ୍ରିତିକର ପରିସ୍ଥିତି ଠାରୁ ଦୂରେଇ ରହିବାକୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଆଗକୁ ନିର୍ବାଚନ ସମୟରେ ଯେପରି ମାହୋଲ ନ ବିଗିଡେ ପୋଲିସ ତାଉପରେ ନଜର ରଖିଛି । ଡିସେମ୍ବର ମାସରେ ରିଫ୍ୟୁଜି କଲୋନିରେ କେତେ ଲୋକ ରହିଛନ୍ତି ସେମାନଙ୍କ ମଧ୍ୟରେ କେତେ ରିଫ୍ୟୁଜି ରହିଛନ୍ତି ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା ପୋଲିସ । ଏପରିକି ନିର୍ବାଚନ ସମୟରେ ଏମାନେ କୌଣସି ଅପ୍ରିତିକର ପରିସ୍ଥିତ ସୃଷ୍ଟି ନକରନ୍ତି ସେନେଇ ମଧ୍ୟ ପୋଲିସ ସର୍ଭେ କରି ଡିସିପିଙ୍କୁ ରିପୋର୍ଟ ଦେଇଥିଲେ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.