ETV Bharat / state

ବଧୂ ହତ୍ୟା ଅଭିଯୋଗରେ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ଥାନାରେ ଅଟକ - Bhadrak Suspicious death

author img

By ETV Bharat Odisha Team

Published : Apr 30, 2024, 9:35 AM IST

Suspicious death of woman
Suspicious death of woman

Suspicious death of woman: ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ବଧୂ ହତ୍ୟା ! ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ କହିଥିବା ବେଳେ ମୃତକଙ୍କ ବାପଘର ଲୋକେ କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଭଦ୍ରକ : ପୁଣି ବଧୂହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ କହିଥିବା ବେଳେ ମୃତକଙ୍କ ବାପଘର ଲୋକେ କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାର ପ୍ରାଥମିକ ତଦନ୍ତ ପରେ ପୋଲିସ ମୃତା ଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି ଥାନା ପାଳିଆବିନ୍ଧା ଅନ୍ତର୍ଗତ ବେହେରା ସାହିରେ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ମୃତକ ହେଲେ ୨୪ ବର୍ଷୀୟା ଅଖିଲତା ଦଳେଇ । ସେ 4 ବର୍ଷ ତଳେ ମଧୁସୂଦନ ଦଳେଇଙ୍କୁ ବିବାହ କରିଥିଲେ । ତାଙ୍କର 3 ବର୍ଷର ପୁଅଟିଏ ମଧ୍ୟ ଅଛି । ହେଲେ ଅନେକ ସମୟରେ ପାରିବାରିକ କଳହ କୁ କେନ୍ଦ୍ର କରି ମଧୁସୂଦନଙ୍କ ମାଆ ଏବଂ ବାପା ନିୟମିତ ଭାବେ ଅଖିଲତାକୁ ଉଭୟ ମାନସିକ ସହିତ ଶାରୀରିକ ନିର୍ଯାତନା ଦେଉଥିବା ଜଣାପଡିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲେ ମଧ୍ୟ ଶାଶୁ ଶ୍ୱଶୁରଙ୍କ ସହ କଳହ ହେଉଥିବା ନେଇ ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀମାନେ ମୃତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କ ବିରୋଧରେ ବୟାନ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବଧୂ ନିର୍ଯାତନା ମାମଲା ଚାଲିଥିଲା ତଦନ୍ତ, ଅଭିଯୁକ୍ତ ଘରୁ ମିଳିଲା ବନ୍ଧୁକ ଓ ହରିଣ ଛାଲ - Police Seized Guns And Deerskins

ଗତକାଲି (ସୋମବାର) ମଧୁସୂଦନ ଘରେ ନଥିବା ସମୟରେ ଅଖିଲତା ନିଜ ଶୋଇବା ଘର ଆଲଣାରେ ଜୀବନ ହାରିଥିବା ନେଇ ଶ୍ୱଶୁର ଘର ଲୋକେ କହୁଥିବା ବେଳେ ବାପ ଘର ଲୋକେ ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଅଖିଲତାଙ୍କ ବେକରେ କୌଣସି ଚିହ୍ନ ନଥିବା ବେଳେ ଆଲଣା ଉଚ୍ଚତା ମଧ୍ୟ ଅଧିକ ନଥିବା କହିଛନ୍ତି ବାପାଘର ଲୋକେ । ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଇଛିି ।

ଏନେଇ ତିହିଡି ପୋଲିସ ସମେତ ଜିଲ୍ଲା ସାଇଣ୍ଟୋଫିକ୍ ଟିମ୍ କ୍ଷେତ୍ରୀୟ ତଦନ୍ତ କରିଥିବା ବେଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚାନାମା କରାଯାଇ ବ୍ୟବଚ୍ଛେଦ କରାଯାଇଛି। ତେବେ ଲିଖିତ ଅଭିଯୋଗ ପରେ ପୋଲିସ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିବା ସହ ମୃତାଙ୍କ ସ୍ୱାମୀ ସମେତ ଶାଶୁ ଏବଂ ଶ୍ୱଶୁରଙ୍କୁ ପୋଲିସ ଥାନାରେ ଅଟକ ରଖି ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.