ଓଡିଶା

odisha

ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା, 21ଦିନ ପରେ ବି ପୋଲିସର ହାତ ଖାଲି

By

Published : May 12, 2022, 2:03 PM IST

ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା, 21ଦିନ ପରେ ବି କାରଣ ଖୋଜି ପାଉନି ପୋଲିସ
ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା, 21ଦିନ ପରେ ବି କାରଣ ଖୋଜି ପାଉନି ପୋଲିସ ()

କଲ୍ୟାଣସିଂପୁର ଡେପୁଟି ରେଞ୍ଜେରଙ୍କ ମୃତ୍ୟୁକୁ 21 ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି । ଅଧିକ ପଢନ୍ତୁ

ରାୟଗଡା:କଲ୍ୟାଣସିଂପୁର ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା । 21 ଦିନ ବିତିଯାଇଥିଲେବି କାରଣ ଖୋଜି ପାଉନି ପୋଲିସ । କାର୍ଯ୍ୟରତ ଡେପୁଟି ରେଞ୍ଜେର ବ୍ରଜମୋହନ ଭୋଇ କାର୍ଯ୍ୟାଳୟର ଉପର ମହଲା ରହୁଥିବା ବେଳେ ଗତ 20ତାରିଖ ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ମାଜିଷ୍ଟ୍ରେଟ ସୁଧାକର ରୋଇତଙ୍କ ଉପସ୍ଥିତିରେ ମୃତଦେହକୁ ଘରୁ ଉଦ୍ଧାରକରାଯାଇ ବ୍ୟବଚ୍ଛେଦ କରାଯାଇଥିଲା । ହେଲେ ଡେପୁଟି ରେଞ୍ଜେରଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଡେପୁଟି ରେଞ୍ଜେରଙ୍କ ମୃତ୍ୟୁ ଘଟଣା, 21ଦିନ ପରେ ବି କାରଣ ଖୋଜି ପାଉନି ପୋଲିସ

ପରିବାର ଲୋକ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା କହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରକୃତ କାରଣ ଜଣାପଡିନାହିଁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ କରୁଥିଲେ ସୁଦ୍ଧା ଏହାର ଟିକିଏବି ସୁରାକ ପାଇବାରେ ପୋଲିସ ସଫଳ ହୋଇପାରିନାହିଁ । ପରିବାର ଲୋକେ ମଧ୍ୟ ଏନେଇ ମୁହଁ ଖୋଲିବାକୁ ନାରାଜ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details