ଓଡିଶା

odisha

ସନ୍ଦେହ ଘେରରେ ଜ୍ୟୋତିର୍ମୟୀଙ୍କ ମୃତ୍ୟୁ, ୫ ଅଟକଙ୍କୁ ପଚରା ଉଚୁରା

By

Published : Sep 15, 2022, 3:55 PM IST

ସନ୍ଦେହ ଘେରରେ ଜ୍ୟୋତିର୍ମୟୀଙ୍କ ମୃତ୍ୟୁ, ୫ଜଣଙ୍କୁ ଅଟକ ରଖିଛି ପୋଲିସ

ସନ୍ଦେହ ଘେରରେ ଜ୍ୟୋତିର୍ମୟୀଙ୍କ ମୃତ୍ୟୁ । ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ଘଟଣା ପରେ ସ୍ବାମୀ ଏବଂ ମାମୁଁ ଶ୍ବଶୁର ଫେରାର ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ନୟାଗଡ: ଓଡ଼ଗାଁର ଜ୍ୟୋତିର୍ମୟୀଙ୍କ ମୃତ୍ୟୁ ଘଟଣା ( Jyotirmayee Death Mystery)। ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ସନ୍ଦେହ ଘେରରେ । ଜ୍ୟୋତିର୍ମୟୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିବା ପରେ ୫ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ଘରେ କାମ କରୁଥିବା ଭଞ୍ଜନଗର ଅଞ୍ଚଳର ଜଗନ ଗୌଡ଼, ଦିଲ୍ଲୀପ କୁମାର, ଶାଶୁ, ଶ୍ବଶୁର ଏବଂ ଶାଶୁଙ୍କ ମାଆଙ୍କୁ ପଚରା ଉଚୁରା କରୁଛି ପୋଲିସ । ସେପଟେ ମହିଳାଙ୍କ ସ୍ବାମୀ ଏବଂ ମାମୁଁ ଶ୍ବଶୁର ଫେରାର ଥିବା ଜଣାପଡ଼ିଛି ।

ସନ୍ଦେହ ଘେରରେ ଜ୍ୟୋତିର୍ମୟୀଙ୍କ ମୃତ୍ୟୁ, ୫ଜଣଙ୍କୁ ଅଟକ ରଖିଛି ପୋଲିସ

ମିଳିଥିବା ସୂଚନା ଅନୁଯାୟୀ ଓଡ଼ଗାଁ ଦଲକ ରୋଡ଼ ସ୍ଥିତ ଲୁଲିଆ ମିଶ୍ରଙ୍କ ପୁଅ ଦେବାଶିଷ ମିଶ୍ର ଗଣିଆ ଥାନା କିଶୋରପ୍ରସାଦ ନିବାସୀ ପ୍ରକାଶ କୁମାର ପଣ୍ଡାଙ୍କ ଝିଅ ଜ୍ୟୋତିର୍ମୟୀକୁ ୪ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୩ ବର୍ଷର ପୁଅଟିଏ ରହିଛି । ମୃତ ଜ୍ୟୋତିର୍ମୟୀଙ୍କ ବାପା ପ୍ରକାଶ କୁମାର ପଣ୍ଡା ଅଭିଯୋଗ କରିଛନ୍ତି, "ବିବାହର କିଛିଦିନ ପରେ ସ୍ବାମୀ ଏବଂ ଶାଶୁ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ କିଛିଦିନ ତଳେ ଛାତରୁ ଡେଇଁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ଅଳ୍ପକେ ରକ୍ଷା ପାଇଥିଲେ । ଦେବାଶିଷଙ୍କର ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ମୋ ସମସ୍ତେ ମିଶି ଝିଅକୁ ପିଟି ପିଟି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନରେ ଟଙ୍ଗେଇ ଦେଇଛନ୍ତି । "

ଏହା ମଧ୍ୟ ପଢନ୍ତୁ-ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

ଗତକାଲି(ବୁଧବାର) ଦେବାଶିଷ ମିଶ୍ରଙ୍କ ଘର ଭିତରୁ ତାଙ୍କ ପତ୍ନୀ ଜ୍ୟୋତିର୍ମୟୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଓଡଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପରିବାର ଲୋକଙ୍କୁ ପଚରାଉଚୁରା କରିଥିଲା । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତନତନ କରି ଯାଂଚ କରିବା ସମୟରେ ମୃତ ଜ୍ୟୋତିର୍ମୟୀଙ୍କ ହାତର ଭଙ୍ଗା ଚୁଡ଼ି ତଳେ ପଡିଥିବା ଦେଖିବାକୁ ପାଇଥିଲା । ଜ୍ୟୋତିର୍ମୟୀଙ୍କ ମୃତଦେହ ଉଦ୍ଧାର ବେଳେ ତାଙ୍କ ପଛପଟେ ଦାଗ ଥିବା ବେଳେ ଘରେ ରକ୍ତ ଛିଟା ପଡିଥିବା ପୋଲିସ ଦେଖିବାକୁ ପାଇଥିଲା ।

ମୃତ ଜ୍ୟୋତିର୍ମୟୀଙ୍କ ବାପା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ହତ୍ୟା ଅଭିଯୋଗ ପରେ ପୋଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଦେବାଶିଷଙ୍କ ଘରେ କାମ କରୁଥିବା ଭଞ୍ଜନଗର ଅଞ୍ଚଳର ଜଗନ ଗୌଡ଼, ଦିଲ୍ଲୀପ କୁମାରଙ୍କ ସମେତ ଶାଶୁ, ଶ୍ବଶୁର ଏବଂ ଶାଶୁଙ୍କ ମାଆଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଜ୍ୟୋତିର୍ମୟୀଙ୍କ ହତ୍ୟା ପଛରେ ସ୍ବାମୀର ପରକୀୟା ପ୍ରୀତି ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ ଜ୍ୟୋତିର୍ମୟୀଙ୍କ ମୃତ୍ୟୁ କିପରି ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ମୃତଦେହ ମିଳିଥିବା ଘରକୁ ପୋଲିସ ସିଲ କରି ତଦନ୍ତ କରୁଛି ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details