ETV Bharat / state

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ; ମତଦାତାଙ୍କୁ ମିଳିବ ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକା - Essential information to voters

author img

By ETV Bharat Odisha Team

Published : Apr 30, 2024, 8:25 PM IST

Essential information to voters
Essential information to voters

Essential information to voters: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକା ଶତପ୍ରତିଶତ ମତଦାତାଙ୍କୁ ଯୋଗାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଦେଶର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ମତଦାତା ସୂଚନା ପତ୍ର ସହ ମତଦାତା ମାର୍ଗଦର୍ଶିକା ଓ ଅଂଶୁଘାତ ସଚେତନତା ସୂଚନା ପତ୍ର ବଣ୍ଟନ କରିବେ । ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକା ଶତପ୍ରତିଶତ ମତଦାତାଙ୍କୁ ଯୋଗାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ମତଦାନ ପାଇଁ ଚୂଡ଼ାନ୍ତ ମତଦାତା ତାଲିକା ଏପ୍ରିଲ ୨୫ ତାରିଖରେ ପ୍ରକାଶିତ ହୋଇଛି । ଏଥିପାଇଁ ଆବେଦନର ଯୋଗ୍ୟତା ଭିତ୍ତିକ ତାରିଖ ଭାବରେ ଏପ୍ରିଲ ୧କୁ ଗ୍ରହଣ କରାଯାଇଥିଲା । ଏହି ପର୍ଯ୍ୟାୟ ପାଇଁ ୪ଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ଜଣ ପୁରୁଷ, ୩୧ ଲକ୍ଷ ୮୯ ହଜାର ୦୬୦ ଜଣ ମହିଳା ଓ ୬୩୫ ଜଣ ତୃତୀୟଲିଙ୍ଗୀ ମତଦାତା ରହିଛନ୍ତି ।

କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ୧୭ ଲକ୍ଷ ୭୮୦ ଭୋଟର ରହିଥିବାବେଳେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ରହିଛନ୍ତି ୧୫ ଲକ୍ଷ ୧୪ ହଜାର ୧୪୦ ଜଣ ଭୋଟର । ସେହିଭଳି ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ଯଥାକ୍ରମେ ୧୫ ଲକ୍ଷ ୯୧ ହଜାର ୩୮୦ ଓ ୧୪ ଲକ୍ଷ ୮୦ ହଜାର ୯୨୨ ଜଣ ଲେଖାଏଁ ମତଦାତା ରହିଛନ୍ତି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରେ ଲିଙ୍ଗ ଅନୁପାତ ଯଥାକ୍ରମେ ୯୯୯, ୧୦୩୯, ୯୯୬ ଓ ୧୦୯୫ ରହିଛି । ଚାରୋଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ୧୮ରୁ ୧୯ ବର୍ଷ ବୟସର ୧,୭୫,୧୩୫ ଜଣ ନୂତନ ଭୋଟର ରହିଛନ୍ତି । ୨୦ରୁ ୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ଭୋଟର ରହିଛନ୍ତି । ଚାରୋଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ମୋଟ ୭,୨୮୯ଟି ବୁଥ ଓ ୧୪ଟି ଅତିରିକ୍ତ ବୁଥ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ସିଇଓଙ୍କ ପ୍ରବର୍ତ୍ତନ ସଂସ୍ଥା ସହ ଗୁରୁତ୍ୱପୂର୍ଣ୍ଣ ବୈଠକ - Odisha CEO Held Meeting

ବୁଥସ୍ତରୀୟ ଅଧିକାରୀମାନଙ୍କ ଦ୍ବାରା ଏହି ସମସ୍ତ ମତଦାତାଙ୍କୁ ମତଦାତା ସୂଚନା ପତ୍ର ଯୋଗାଇ ଦିଆଯିବ । ଏହି ସୂଚନା ପତ୍ରରେ ମତଦାତାଙ୍କ ନାମ, ପାର୍ଟ ସଂଖ୍ୟା, କ୍ରମିକ ନମ୍ବର, ପୋଲିଂ ବୁଥର ନାମ, ମତଦାନ ତାରିଖ ଆଦି ସମସ୍ତ ଜରୁରୀ ସୂଚନା ରହିଛି । ମତଦାତାଙ୍କ ସୁବିଧା ପାଇଁ ଏଥିରେ ଇପିକ୍‌ ନମ୍ବର ଏବଂ ବୁଥର ରୋଡ୍‌ ମ୍ୟାପ ମଧ୍ୟ ପ୍ରଦତ୍ତ ରହିବ । ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଏହି ମତାଦାତା ସୂଚନା ପତ୍ର ସହ ମତଦାତା ମାର୍ଗଦର୍ଶିକା ଓ ଅଂଶୁଘାତ ସଚେତନତା ସୂଚନା ପତ୍ର ବଣ୍ଟନ କରିବେ । ଏହି ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକାଗୁଡ଼ିକ ସମସ୍ତ ଶତପ୍ରତିଶତ ମତଦାତାଙ୍କୁ ଯୋଗାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.