ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

author img

By

Published : Sep 14, 2022, 9:45 PM IST

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

ନୟାଗଡ଼ ଓଡ଼ଗାଁରେ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ନୟାଗଡ଼: ସ୍ବାମୀଙ୍କ ପରକିୟା ପ୍ରୀତିକୁ ବିରୋଧ କରିବା ସ୍ତ୍ରୀଙ୍କ ପାଇଁ କାଳ ହୋଇଛି । ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । ତେବେ ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ତ୍ରୀଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁରେ ।

ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

ସୂଚନା ଅନୁସାରେ ଓଡ଼ଗାଁର ଦେବାଶିଷ ମିଶ୍ରଙ୍କ ଘର ଭିତରେ ତାଙ୍କ ପତ୍ନୀ ଜ୍ୟୋତିର୍ମୟୀ ପଣ୍ଡାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଓଡଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସେହିଭଳି ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଜ୍ୟୋତିର୍ମୟୀଙ୍କ ବାପଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ସ୍ବାମୀ ଦେବାଶିଷଙ୍କର ଥିବା ପରକୀୟା ପ୍ରୀତିକୁ ନେଇ ପତ୍ନୀପତିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏଥିପାଇଁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଜ୍ୟୋତିର୍ମୟୀଙ୍କ ପରିବାର ଲୋକ । ତେବେ ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ପାପ ଲୁଚାଇବାକୁ ଜନ୍ମ ଦେଇ ଛୁଆକୁ ହତ୍ୟା କଲା ମାଆ ! ଅଭିଯୁକ୍ତ ମହିଳା ଗିରଫ

ସେପଟେ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଓଡଗାଁ ଥାନା ଅଧିକାରୀ । ଏହି ଘଟଣା ଓଡଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଘରକୁ ସିଲ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ପରିବାର ଲୋକେ ଜ୍ବାଇଁଙ୍କ ପରକୀୟା ପ୍ରୀତି ଅଭିଯୋଗ ଆଣିଛନ୍ତି । ସେଥିପାଇଁ ଝିଅ ସହ ଅନେକ ସମୟରେ ଜ୍ବାଇଁଙ୍କର ଝଗଡା ହେଉଥିବା କହିଛନ୍ତି । ଆଜି ଘରେ ଜ୍ୟୋତିର୍ମୟୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ନେଇ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଜ୍ୟୋତିର୍ମୟୀଙ୍କ ବାପା । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.