ETV Bharat / state

ନନ୍ଦନକାନନରେ ଆତଙ୍କ ଖେଳାଇଥିବା ୨ ଦୁର୍ବୃତ୍ତ ଗିରଫ, ଆକ୍ରମଣର କାରଣ ଏଯାଏଁ ଅସ୍ପଷ୍ଟ - Nandankanan Miscreants Arrested

author img

By ETV Bharat Odisha Team

Published : Apr 30, 2024, 8:44 PM IST

ନନ୍ଦନକାନନରେ ଆତଙ୍କ ଖେଳାଇଥିବା ୨ ଦୁର୍ବୃତ୍ତ ଗିରଫ, ଆକ୍ରମଣର କାରଣ ଏଯାଏଁ ଅସ୍ପଷ୍ଟ
ନନ୍ଦନକାନନରେ ଆତଙ୍କ ଖେଳାଇଥିବା ୨ ଦୁର୍ବୃତ୍ତ ଗିରଫ, ଆକ୍ରମଣର କାରଣ ଏଯାଏଁ ଅସ୍ପଷ୍ଟ

Police Arrest 2 Miscreants: ଗତକାଲି ନନ୍ଦନକାନନରେ ଆତଙ୍କ ଖେଳାଇଥିବା ୨ ଦୁର୍ବୃତ୍ତମାନଙ୍କୁ ଗିରଫ କରିଛି ପୋଲିସ । ଘଟଣାକୁ ୨୪ ଘଣ୍ଟା ପୂରିଥିଲେ ମଧ୍ୟ ଆକ୍ରମଣର କାରଣ ବିଷୟରେ ଏ ଯାଏଁ ପୋଲିସ କିମ୍ବା ନନ୍ଦନକାନନ କର୍ତ୍ତୃପକ୍ଷ ନିରୁତ୍ତର । ଅଧିକ ପଢନ୍ତୁ

ନନ୍ଦନକାନନରେ ଆତଙ୍କ ଖେଳାଇଥିବା ୨ ଦୁର୍ବୃତ୍ତ ଗିରଫ, ଆକ୍ରମଣର କାରଣ ଏଯାଏଁ ଅସ୍ପଷ୍ଟ

ଭୁବନେଶ୍ବର: ନନ୍ଦନକାନନରେ ଆତଙ୍କ ଖେଳାଇଥିବା ୨ ଅଭିଯୁକ୍ତ ଗିରଫ । ଗତକାଲି ନନ୍ଦନକାନନ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ୨ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଏନେଇ ACF (SBG) ଫୋନ୍ ମାଧ୍ୟମରେ ନନ୍ଦନକାନନ ପୋଲିସ୍ ଷ୍ଟେସନରେ ଥିବା ଆଇଆଇସିକୁ ସୂଚନା ଦେଇଥିଲେ । ଏସମ୍ପର୍କରେ ଜୋନ-୬ର ଏସିପି ରମେଶ ବିଶୋଇ କହିଛନ୍ତି ଯେ ଆକ୍ରମଣରେ ସାମିଲ ଥିବା ୨ ଜଣ ଦୁର୍ବୃତ୍ତ ହେଲେ ଦାରୁଠେଙ୍ଗର ସନ୍ତୋଷ ପାହାଡ ସିଂହ ଓରଫ ଖୋଭା ଓ ବାରଙ୍ଗର ସନ୍ତୋଷ ସାମଲ । ଉଭୟଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ବ୍ୟବହାର କରିଥିବା ମାରଣାସ୍ତ୍ର ଜବତ କରିଛି ।

ସେମାନଙ୍କ ଅପରାଧିକ ହିଷ୍ଟ୍ରି ଖୁଲାସା କରି ୧୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ଥିବାରୁ ଖୋଭା ବିରୋଧରେ ଦଫା ୧୧୦ ରୁଜୁ କରିବାକୁ ଚିଠି ଲେଖାଯାଇଛି । ତେବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କ୍ରମେ ପୋଲିସ ଦୁଇ ଦୁର୍ବୃତ୍ତଙ୍କୁ ୧୦ ଘଣ୍ଟା ଭିତରେ ଗିରଫ କରାଯାଇଛି । ଏନେଇ ନନ୍ଦନକାନନର ସୁରକ୍ଷା ନେଇ ନନ୍ଦନକାନନ ବାହାରେ ପୋଲିସର‌ ପାଟ୍ରୋଲିଂ ଓ ଗାର୍ଡ ଡ୍ୟୁଟି ଜାରି ରହିଛି ଓ ରହିବ ବୋଲି କହିଛନ୍ତି ଏସିପି ଜୋନ ୬ । ତେବେ ସମ୍ପୂର୍ଣ୍ଣ ଘଟଣା ଭିତରେ‌ ଘଟିଥିବାରୁ ନନ୍ଦନକାନନ ଗେଟ୍ ଭିତରେ କର୍ତ୍ତୃପକ୍ଷଙ୍କ ନିଜସ୍ବ ସୁରକ୍ଷା କର୍ମଚାରୀ ରହିଛନ୍ତି ଓ ସେମାନେ କହିପାରିବେ କଣ କାରଣ ବୋଲି ଏସିପି ରମେଶ ବିଶୋଇ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ନନ୍ଦନକାନନ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ କଟୁରୀ ଦେଖାଇ ଆତଙ୍କ ଖେଳାଇଲେ ଯୁବକ, CCTVରେ ଦୃଶ୍ୟ କଏଦ - Miscreants Vandalize Properties

ଗତକାଲି ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ମାରଣାସ୍ତ୍ର ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ଡାଇରେକ୍ଟର କାର୍ଯ୍ୟାଳୟରେ ପଶି ଆକ୍ରମଣ କରିଥିଲେ । ସେମାନେ କାର୍ଯ୍ୟାଳୟ ସମେତ ଅଫିସ୍ କରିଡରରେ ଆତଙ୍କ ସୃଷ୍ଟି କରିଥିଲେ । କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର୍, ଟିଭି ଏବଂ ଆସବାବପତ୍ର ସମେତ ଅନେକ ଅଫିସ୍ ସମ୍ପତ୍ତି ନଷ୍ଟ ମଧ୍ୟ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ପୀଡିତମାନେ ହେଉଛନ୍ତି ଡ. ରାଜେଶ ମହାପାତ୍ର (ବାୟୋଲୋଜିଷ୍ଟ), ସୁଦୀପ୍ତ କୁମାର ପଣ୍ଡା (ଏସିଏଫ୍), ରଶ୍ମି ରଞ୍ଜନ ସ୍ବାଇଁ (ଏସିଏଫ) ଓ ଆଶୁତୋଷ ଚମ୍ପୁଆ (ଅଡିଟ ଅଫିସର) । ହେଲେ ଏ ଘଟଣା କେଉଁ କାରଣ ନେଇ ଘଟିଛି ସେନେଇ ମୁହଁ ଖୋଲୁ ନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଫଳରେ ଏହି ଘଟଣାଟି ଆହୁରି ରହସ୍ୟ ଘେରକୁ ଠେଲି ହୋଇଯାଇଥିବା ବେଳେ ତଦନ୍ତ ପରେ ସବୁ କଥା ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ଜାତୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଏଭଳି ଆତଙ୍କରାଜ ଘଟଣା ନୁଆ ନୁହେଁ । ପୂର୍ବରୁ ମଧ୍ୟ ନନ୍ଦନକାନନ ଭିତରେ ପଶି କିଛି ଦୁର୍ବୃତ୍ତ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ପୂର୍ବରୁ ଘଟିଥିଲା । ଏପରିକି ସୁରକ୍ଷା ବଳୟ ଭେଦ କରି ଅତି ନୃଶଂସ ଭାବେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ମଧ୍ୟ ପୂର୍ବରୁ ଘଟିଥିଲେ ମଧ୍ୟ ବାରମ୍ବାର ଏଭଳି ଘଟଣାକୁ ନେଇ ବଦନାମ ହେଉଛି ଜାତୀୟ ପ୍ରାଣୀ ଉଦ୍ୟାନ । ହେଲେ ନନ୍ଦନକାନନ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବାରୁ ଏହା ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.