ଓଡିଶା

odisha

ଶିଶୁ ମହୋତ୍ସବ ସରଗିଫୁଲରେ ପ୍ରତିଭା ଦେଖାଇଲେ ଛାତ୍ରଛାତ୍ରୀ

By

Published : Nov 16, 2022, 12:50 PM IST

Etv Bharat

କୋଟ୍ରାଗୁଡାରେ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋଟ୍ରାଗୁଡାରେ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲିକଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

ଶିଶୁ ମହୋତ୍ସବ ସରଗିଫୁଲରେ ପ୍ରତିବା ଦେଖାଇଲେ ଛାତ୍ରଛାତ୍ରୀ

ଏହି କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ବ୍ଲକର ତିନି ଗୋଟି TRW ବିଦ୍ୟାଳୟର ଛାତ୍ରୀ ମାନେ ଚିତ୍ରାଙ୍କନ, ବକୃତା, ନୃତ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ତିନି ଗୋଟି ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟରେ କୋଟ୍ରାଗୁଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିସନାହାଣ୍ଡି ଦ୍ବିତୀୟ ଓ ବିଞ୍ଜିଗୁଡା ତୃତୀୟ ସ୍ଥାନ ଅଧିକାର କରିଥିଲା ।

ଏହା ମଧ୍ୟ ପଢନ୍ତୁ-ନନ୍ଦନକାନନରେ ବଢିଲାଣି ପର୍ଯ୍ୟଟକଙ୍କ ସଂଖ୍ୟା, ଡିସେମ୍ବରରୁ ରୋପ ୱେ

ଏହି ଅବସରରେ ନନ୍ଦାହଣ୍ଡି ବ୍ଲକର ତହସିଲଦାର ବନମାଳୀ ମେହେର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ବେଳେ ଉଦଯାପନୀ ଉତ୍ସବରେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ସାଂସଦ ପ୍ରତିନିଧି ସଦାଶିବ ସାହୁ , ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହରିହର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details