ନନ୍ଦନକାନନରେ ବଢିଲାଣି ପର୍ଯ୍ୟଟକଙ୍କ ସଂଖ୍ୟା, ଡିସେମ୍ବରରୁ ରୋପ ୱେ

author img

By

Published : Nov 15, 2022, 10:05 PM IST

ନନ୍ଦନକାନନରେ ବଢିଲାଣି ପର୍ଯ୍ୟଟକଙ୍କ ସଂଖ୍ୟା, ଡିସେମ୍ବରରୁ ରୋପ ୱେ

ପର୍ଯ୍ୟଟନ ଋତୁରେ ନନ୍ଦନକାନନରେ ବଢିବାକୁ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ଏହା ଭିତରେ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର । ଡିସେମ୍ବର ମାସରେ ଆରମ୍ଭ ହେଉଛି ରୋପ ୱେ। ଆକର୍ଷଣୀୟ ନୀଳ ଜଳରାଶି କାଞ୍ଜିଆ ହ୍ରଦ ଉପରେ କରାଯାଇଛି ରୋପ ୱେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସିଲାଣି ପର୍ଯ୍ୟଟନ ଋତୁ । ସେଥିପାଇଁ ବଢିବାକୁ ଲାଗିଛି ପର୍ଯ୍ୟଟକଙ୍କ ଭିଡ। ଓଡିଶାର ଏକମାତ୍ର ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକ ମାନଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ, ଗାଁ ଠାରୁ ଆରମ୍ଭ କରି ସହର ଏବଂ ରାଜ୍ୟ ବାହାରୁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ। ଆକର୍ଷଣୀୟ ସବୁଜ ପରିବେଶ ସହିତ ପଶୁପକ୍ଷୀ ଦେଖିବାର ମଜା ନେଇଥାଆନ୍ତି ପର୍ଯ୍ୟଟକ । ଅନ୍ୟପଟେ ଡିସେମ୍ବର ମାସରେ ଆରମ୍ଭ ହେଉଛି ରୋପ ୱେ। । ଆକର୍ଷଣୀୟ ନୀଳ ଜଳରାଶି କାଞ୍ଜିଆ ହ୍ରଦ ଉପରେ ରୋପ ୱେ କରାଯାଇଛି । ଗୋଟିଏ ପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଅନ୍ୟପଟେ ବଟାନିକାଲ ଗାର୍ଡେନ ମଧ୍ୟରେ ରହିବ ରୋପ ୱେ । ଯଦି ଏହାର ବର୍ତ୍ତମାନ ସୁଧା ମୂଲ୍ୟ ନିର୍ଦ୍ଧାରଣ କରାଯାଇନାହିଁ ତଥାପି ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ମୂଲ୍ୟ ଧାର୍ଯ୍ୟ କରାଯିବ । ଏହାର ଭରପୁର ମଜା ନେଇପାରିବେ ପର୍ଯ୍ୟଟକ ।

ନନ୍ଦନକାନନରେ ବଢିଲାଣି ପର୍ଯ୍ୟଟକଙ୍କ ସଂଖ୍ୟା, ଡିସେମ୍ବରରୁ ରୋପ ୱେ

କିନ୍ତୁ ଏହାରି ଭିତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛି ଅନେକ ସମସ୍ୟା। ବର୍ତ୍ତମାନ କୌଣସି ନୂଆ ପ୍ରାଣୀ ନନ୍ଦନକାନନ କୁ ଆସିବାକୁ ନେଇ ଯୋଜନା କରାଯାଉଛି । ଏବେବି ନନ୍ଦନକାନନରେ କିଛି ଜୀବଜନ୍ତୁ ଏକାକୀ ଜୀବନ ବିତାଉଛନ୍ତି। ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକାକୀ ଥିବା ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଯୋଗୁଁ ଅନେକ ପ୍ରଜାତିର ବଂଶ ଲୋପ ପାଇଯାଇଛି । ବଂଶ ଲୋପ ପାଇଥିବା ଜୀବଜନ୍ତୁଙ୍କ ମଧ୍ୟରେ ଅଛନ୍ତି ଓରାଙ୍ଗଓଟାନ, ସିଂହଲାଞ୍ଜି ମାଙ୍କଡ଼, କାସ୍ବାରୀ ପକ୍ଷୀ, ଜାଗୁଅର, କଳା ଚିତାବାଘ, ଭାରତୀୟ ଗଣ୍ତା, ଗୁଣ୍ତୁଚି ମାଙ୍କଡ଼, ହୁଲୁକ୍ ଗିବନ, ଜେବ୍ରା ଭଳି ଅନେକ ପ୍ରାଣୀ। ଏମାନେ ସମସ୍ତେ ସାଥୀଟିଏ ଅପେକ୍ଷାରେ ରହି ମୃତ୍ୟୁବରଣ କରିଛନ୍ତି । ସେହିଭଳି ସାଥୀ ମାନଙ୍କର ମୃତ୍ୟୁ ଯୋଗୁଁ ନନ୍ଦନକାନନର ଅନେକ ଜୀବ ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି।

ତେବେ ଏନେଇ ନନ୍ଦନକାନନ ର ଉପନିର୍ଦେଶକ ଡ ସଞ୍ଜିତ କୁମାର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅନେକ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିବେ। ବିଶେଷ କରି ସ୍କୁଲ ଛାତ୍ର ଛାତ୍ରୀ ମାନେ ଦୂର ଦୁରାନ୍ତରୁ ଆସିବେ। ଏନେଇ ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ଅନେକ ଭାବରେ ସୁରକ୍ଷା ଯୋଗାଇ ଦିଆଯାଉଛି। ଆଜି 12 ଶହ ସ୍କୁଲ ପିଲାମାନେ ନନ୍ଦନକାନନ ବୁଲିବାକୁ ଆସିଛନ୍ତି। ପିଲାଙ୍କ ପାଖରେ ଶିକ୍ଷକ ମାନେ ରହୁଛନ୍ତି କିନ୍ତୁ ନନ୍ଦନକାନନ ପକ୍ଷରୁ ମଧ୍ୟ ନନ୍ଦନକାନନର ସୁରକ୍ଷା କର୍ମୀ ମାନଙ୍କୁ ନିୟୋଜିତ କରାଯାଇଛି। ଏହା ସହ ନନ୍ଦନକାନନ ଥାନା ଏବଂ ବରାଙ୍ଗ ଥାନା ପୋଲିସ ମଧ୍ୟ ଏହି ସମୟରେ ସହଯୋଗ ମଧ୍ୟ କରୁଛି। ଯେଉଁମାନେ ସ୍କୁଲ ତରଫରୁ ପିଲାମାନେ ଆସୁଛନ୍ତି ସେମାନଙ୍କୁ ଏଣ୍ଟ୍ରି ଫି 10 ଟଙ୍କା ଛାଡ କରାଯାଇଛି। ଯଦି ପିଲା ସ୍କୁଲ ଡ୍ରେସ ସମେତ ଆଇଡି କାର୍ଡ ଶହ ଶିକ୍ଷକ ମାନଙ୍କ ସହିତ ବୁଲିବାକୁ ଆସିଥିବେ ତେବେ ସେମାନଙ୍କୁ କିଛି ଟଙ୍କା ଛାଡ କରାଯିବ ବୋଲି କହିଛନ୍ତି ।

ଅନ୍ୟପଟେ ପର୍ଯ୍ୟଟକ ମାନଙ୍କ ଆକର୍ଷଣ ସାଜିବ ରୋପ ୱେ। ଏହି ରୋପ ୱେ ଡିସେମ୍ବର ସୁଧା ଆରମ୍ଭ ହେବ। ଏହାକୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏଗ୍ରୀମେଣ୍ଟ ରହିଛି। କିନ୍ତୁ ମାର୍ଚ୍ଚ ମାସ ପୂର୍ବରୁ ଆରମ୍ଭ ହେବ ରୋପୱେ। ବର୍ତ୍ତମାନ ସୁଧା ଟଏ ଟ୍ରେନ ଚାଲୁଛି। ଯାହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ସାଜୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ଆଉ କିଛି ଜୀବଜନ୍ତୁ ଆସିବାର ଯୋଜନା ମଧ୍ୟ ରହିଛି। ବର୍ତ୍ତମାନ କେବେ ଆସିବ କେତେଟା ଆସିବ ଏବଂ କେଉଁ କେଉଁ ଜୀବଜନ୍ତୁ ଆସିବେ ତାହା ବର୍ତ୍ତମାନ ଯୋଜନ କରାଯାଇନାହିଁ ।

ସେହିପରି ବର୍ତ୍ତମାନ ବଣ ଭୋଜି ର ସମୟ । ଏନେଇ ବଟାନିକାଲ ଗାର୍ଡେନକୁ କରାଯାଉଛି ପ୍ରସ୍ତୁତ। ପାଣି ଓ ଶୌଚାଳୟ ର ସମସ୍ୟା ରହିଛି ଯାହା ଏହା ଧୀରେ ଧୀରେ ସମାଧାନ ହେଉଛି । ପିଇବା ପାଇଁ ଅଧିକ ପାଣି ବ୍ୟବସ୍ଥା କରାଯାଉଥିବା ବେଳେ ବଟାନିକାଲ ଗାର୍ଡେନର ଅନେକ ସ୍ଥାନରେ ପେଣ୍ଟିଙ୍ଗ କରାଯାଇ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିବାର ଯୋଜୋନା କରାଯାଉଛି ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦେଶକ ଡ ସଞ୍ଜିତ କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.