ETV Bharat / state

କଂଗ୍ରେସ ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହେଲା ବିଜେଡି - Complaint against Congress

author img

By ETV Bharat Odisha Team

Published : Apr 29, 2024, 11:00 AM IST

BJD COMPLAINED AGAINST CONGRESS
BJD COMPLAINED AGAINST CONGRESS

Complaint against Congress: କଂଗ୍ରେସ ବିରୁଦ୍ଧରେ ଥାନାର ଅଭିଯୋଗ କଲେ ବିଜେଡି କାଉନସିଲର । ଦଳ ବିରୋଧରେ ମିଥ୍ୟା ଅଭିଯୋଗ ଆଣି କଂଗ୍ରେସ ମାଇଲେଡ ନେବାକୁ ଚେଷ୍ଟା କରୁଥିବା କହିଛନ୍ତି ବିଜେଡି ନେତା । ଅଧିକ ପଢନ୍ତୁ

BJD COMPLAINED AGAINST CONGRESS

ଭବାନୀପାଟଣା: ନିର୍ବାଚନକୁ ନେଇ ସରଗରମ ରହିଛି କଳାହାଣ୍ଡି ରାଜନୀତି । ଏହାରି ମଧ୍ୟରେ ବିଜେଡି ଓ କଂଗ୍ରେସ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି । ଏକ ଗଣ୍ଡଗୋଳ ଘଟଣାକୁ ନେଇ କଂଗ୍ରେସ ବିଜେଡି ଥାନାର ଦ୍ବାରସ୍ଥ ହୋଇଥିବା ବେଲେ ଏବେ କଂଗ୍ରେସ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛି ବିଜେଡି । ବିବାହ ଭୋଜିରେ ହୋଇଥିବା ଗଣ୍ଡଗୋଳକୁ କଂଗ୍ରେସ ରାଜନୀତି କାରଣ କରିବା ସହ ବିଜେଡିକୁ ଦୋଷ ଦେଇ ପଲିଟିକାଲ ମାଇଲେଜ୍ ନେବାକୁ ଉଦ୍ୟମ କରୁଥିବା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ୬ ନମ୍ବର ୱାର୍ଡ ବିଜେଡି କାଉନସିଲର ଭୂବନେ ନାଏକ ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଦାସଙ୍କୁ ଆକ୍ରମଣ ଅଭିଯୋଗ - Attacked On Sagar Das

ଗତ ଦୁଇଦିନ ତଳେ ଭବାନୀପାଟଣା କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସ ସହରର ବାହାଦୁର ବଗିଚା ପଢାରେ ଥିବା ଯୁବ କଂଗ୍ରେସ ନେତା ସାହେବ ଦୀପଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଦୁଇଜଣ ଯୁବକ ତାଙ୍କ କାରକୁ ଅଟକାଇ ବିନା ଅନୁମତିରେ ଏହି ୱାର୍ଡକୁ କାହିଁକି ଆସିଛି ବୋଲି ଧମକ ଦେବା ସହ ମାରଣାସ୍ତ୍ର ଦେଖାଇଥିଲେ । ଏନେଇ ସାଗର ଚରଣ ଦାସ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେଡିର ଗୁଣ୍ଡା ମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ସହରର ୬ ନମ୍ବର ୱାର୍ଡ ବିଜେଡି କାଉନସିଲର ଭୂବନେ ନାଏକ ସାମିଲ ଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । ଏହାପରେ କଂଗ୍ରେସ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଜେଡି କାଉନସିଲର ଭୂବନେ ନାଏକ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: କଟକ-ବାରବାଟୀରୁ ଲଢିବେ ସୋଫିଆ ଫିରଦୋସ, ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ - Congress Candidate List

ଭୂବନେ କହିଛନ୍ତି, ''କଂଗ୍ରେସ ନେତା ସାଗର ଚରଣ ଦାସ ମୋ ନାମରେ ମିଥ୍ୟା ଅଭିଯୋଗ କରୁଛି । ଅଯଥାରେ ପଲିଟିକାଲ ମାଇଲେଜ ନେବା ପାଇଁ ବିଜେଡି ଓ ମୋ ନାମକୁ ବ୍ୟବହାର କରୁଛି କଂଗ୍ରେସ । ବିବାହ ଭୋଜିରେ ସାଗର ଓ ମୁଁ ଯୋଗ ଦେଇଥିଲୁ। ହେଲେ ଏହି ଗଣ୍ଡଗୋଳରେ ଦଳର ଓ ମୋର କୌଣସି ଲିଙ୍କ ନାହିଁ । କଂଗ୍ରେସ କର୍ମୀ ମୋର ଘର ଉପରେ ଆକ୍ରମଣ କରିଛନ୍ତି। ଯାହାର ଉଚିତ୍ ତଦନ୍ତ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଆବଶ୍ୟକ ରହିଛି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.