ଓଡିଶା

odisha

ସୁସ୍ଥ ହେଲା ମଞ୍ଜୁଳା, ହସ୍ପିଟାଲ୍‌ରୁ ହେବ ଡିସ୍‌ଚାର୍ଜ

By

Published : Sep 21, 2021, 6:23 PM IST

ସୁସ୍ଥ ହେଲା ମଞ୍ଜୁଳା, ହସ୍ପିଟାଲ୍‌ରୁ ହେବ ଡିସ୍‌ଚାର୍ଜ

ସାପ କାମୁଡ଼ାରେ ଗୁରୁତର ହୋଇ କଟକ SCBରେ ଚିକିତ୍ସିତ ହେଉଥିବା ନବରଙ୍ଗପୁର ରାଇଘର ହଳଦୀ ଗାଁର ମଞ୍ଜୁଳା ଅନ୍ତି ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି । ଅଧିକ ପଢ଼ନ୍ତୁ...

କଟକ: ସାପ କାମୁଡ଼ାରେ ଗୁରୁତର ହୋଇ କଟକ SCBରେ ଚିକିତ୍ସିତ ହେଉଥିବା ନବରଙ୍ଗପୁର ରାଇଘର ହଳଦୀ ଗାଁର ମଞ୍ଜୁଳା ଅନ୍ତି ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି । ଗତ ଜୁଲାଇ ୧୪ ତାରିଖରେ ମଞ୍ଜୁଳାର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଆରମ୍ଭ ଚିକିତ୍ସା ହୋଇଥିଲା । ୨ଟି ପର୍ଯ୍ୟାୟରେ ସ୍କିନ୍‌ ଗ୍ରାଫଟିଂ ଓ ରିକନଷ୍ଟ୍ରକ୍ସନ ସର୍ଜରୀ ଦ୍ୱାରା ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଞ୍ଜୁଳାର ଡାହାଣ ହାତର ଚିକିତ୍ସା କରିଥିଲେ । ଆସନ୍ତାକାଲି(ବୁଧବାର) ମଞ୍ଜୁଳା ଡିସଚାର୍ଜ ହେବ ।

ସୁସ୍ଥ ହେଲା ମଞ୍ଜୁଳା, ହସ୍ପିଟାଲ୍‌ରୁ ହେବ ଡିସ୍‌ଚାର୍ଜ

ଏବେ ମଞ୍ଜୁଳାର ହାତ ଠିକ୍‌ କାମ କରୁଥିବା ବେଳେ ଫିଜିଓଥେରାପି ଆବଶ୍ୟକତା ରହଛି । ଏଥିପାଇଁ ସ୍ଥାନୀୟ ଡାକ୍ତରଖାନାରେ ତାର ଚିକିତ୍ସା ପାଇଁ ନବରଙ୍ଗପୁର CDMOଙ୍କୁ ଚିଠି ଲେଖାଯାଇଛି । ଏକମାସ ପରେ ମଞ୍ଜୁଳାକୁ ପୁଣି SCB ଆସି ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ଏହାକୁ ନେଇ SCB ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଝିଅ ନୂଆ ଜୀବନ ଫେରି ପାଇଛି ବୋଲି କହିଛନ୍ତି ମଞ୍ଜୁଳାଙ୍କ ମାଆ ସୁନାମଣି ।

ଗତ ଜୁନ ମାସରେ ୯ ବର୍ଷର ଝିଅ ମଞ୍ଜୁଳା ସାନ ଭାଇ ସହ ଖେଳୁଖେଳୁ ଏକ ଗଛରେ ପକ୍ଷୀ ଧରିବାକୁ ଚଢି ଯାଇଥିଲା । କିନ୍ତୁ ସେଠାରେ ପକ୍ଷୀ ଅଣ୍ଡା ଖାଇବାକୁ ଏକ ନାଗ ସାପ ଜଗି ରହିଥିବା ସେ ଅଜ୍ଞ ଥିଲା । ଝିଅଟି ପକ୍ଷୀକୁ ଧରିବା କ୍ଷଣି ବିଷଧର ନାଗ ସାପ ମଞ୍ଜୁଳାକୁ 3 ଥର ଚୋଟ ମାରିଥିଲା । ପରେ ଝିଅକୁ ବାପା ଓ ମାଆ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସ୍ଥାନାନ୍ତର କରିଥିଲେ ଏବଂ ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ । ଡାକ୍ତର 3 ଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବା ପାଇଁ ପରାମର୍ଶ ଦେଇଥିଲେ ।

ରାଗରେ ନାଗସାପଟିକୁ ବନ୍ଦି କରି ରଖିଥିଲେ ମଞ୍ଜୁଳାଙ୍କ ବାପା । ଯନ୍ତ୍ରଣାରେ ଜର୍ଜରିତ ମଞ୍ଜୁଳା ଖାଇବା ପିଇବା ବନ୍ଦ କରି ଦେଇଥିଲେ । ଝିଅ ଠିକ୍‌ ଭାବରେ ଖାଇବା ପିଇବା ପର୍ଯ୍ୟନ୍ତ ସାପକୁ ଛାଡ଼ିବେ ନାହିଁ ବୋଲି କହିଥିଲେ ମଞ୍ଜୁଳାଙ୍କ ବାପା । ଅର୍ଥ ଅଭାବରୁ ଝିଅ ଚିକିତ୍ସା କରାଇ ପାରିନଥିଲେ ପରିବାର ଲୋକ । ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଖବର ପାଇ କଟକ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଥିଲେ । ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ମଞ୍ଜୁଳାର ଡାହାଣ ହାତ ପାପୁଲି ପାଖରୁ କହୁଣୀ ପର୍ଯ୍ୟନ୍ତ ମାଂସ ଧୀରେ ଧୀରେ ପଚିଯାଇଥିଲା । SCBରେ ମଞ୍ଜୁଳାର ଚିକିତ୍ସା ଆରମ୍ଭ ହେବାମାତ୍ରେ ରାଇଘର ବନ ବିଭାଗ ସାପକୁ ଉଦ୍ଧାର କରିଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details