ଓଡିଶା

odisha

ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କୁଶପୁତ୍ତଳିକା ଦାହ କଲା କୁଡୁମୀ ସମାଜ

By

Published : Sep 24, 2022, 11:08 AM IST

ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କୁଶପୁତ୍ତଳିକା ଦାହ କଲା କୁଡୁମୀ ସମାଜ
ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କୁଶପୁତ୍ତଳିକା ଦାହ କଲା କୁଡୁମୀ ସମାଜ

କୁଡୁମୀ ସମ୍ପ୍ରଦାୟ ସମ୍ବନ୍ଧରେ କଟୁ ମନ୍ତବ୍ୟ ଦେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଝାଡଖଣ୍ଡ ଓ ପଶ୍ଚିମବଙ୍ଗ କୁଡୁମୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ଦାବି ନେଇ ରେଳରୋକ କରିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । କୁଡୁମୀ ସମ୍ପ୍ରଦାୟ ସମ୍ବନ୍ଧରେ କଟୁ ମନ୍ତବ୍ୟ ଦେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଝାଡଖଣ୍ଡ ଓ ପଶ୍ଚିମବଙ୍ଗ କୁଡୁମୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ଦାବି ନେଇ ରେଳରୋକ କରିଥିବା ବେଳେ ଏହି ଦାବି ଗୁଡ଼ିକୁ ନେଇ କୁଡୁମୀ ସାମ୍ପ୍ରଦାୟ ବିରୋଧରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ ।

ଗତ ୨୦ ତାରିଖ ଦିନ ଓଡ଼ିଶା ଝାଡଖଣ୍ଡ ଓ ପଶ୍ଚିମବଙ୍ଗ କୁଡୁମୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ଦାବି ନେଇ ରେଳରୋକ କରିଥିଲେ । କୁଡୁମୀ ଜାତିର ଏହି ଦାବିକୁ ନେଇ କୁଡୁମୀ ସାମ୍ପ୍ରଦାୟ ବିରୁଦ୍ଧରେ ବୈଦ୍ୟୁତିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ଏବେ ଚାରିଆଡେ ବିରୋଧର ସ୍ବର ଉଠିଛି । ଶୁକ୍ରବାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଡୁମୀ ଜାତିର ଲୋକେ ଏକଜୁଟ ହୋଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ନାରାବାଜି କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ ।

ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କୁଶପୁତ୍ତଳିକା ଦାହ କଲା କୁଡୁମୀ ସମାଜ

ଏନେଇ ଓଡିଶା ଆଦିବାସୀ କୁଡୁମୀ ସମାଜର ସଭାପତି ନିର୍ମଳ ମହାନ୍ତ କହିଛନ୍ତି, "ଗତକାଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କୁଡୁମୀ ସମ୍ପ୍ରଦାୟ ସମ୍ବନ୍ଧରେ କଟୁ ମନ୍ତବ୍ୟ ଦେଇ । ଆମ ସମ୍ପ୍ରଦାୟ ଯେତେ ଆନ୍ଦୋଳନ କଲେ ମଧ୍ୟ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହି ସେ ଆମକୁ ଧିକ୍କାର କରିଛନ୍ତି । ସେଥିପାଇଁ ଆମେ ତାଙ୍କ କୁଶ ପୁତ୍ତଳିକା ଦାହ କରିଛୁ । ତେବେ ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀଙ୍କୁ କୌଣସି କୁଡୁମି ଗ୍ରାମକୁ ପୁରାଇ ଦେବୁନାହିଁ ବୋଲି ପଣ କରିଛୁ ।"

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details