ETV Bharat / state

ଜଗତସିଂହପୁରରେ ନାମାଙ୍କନ ଭରିଲେ 19 ପ୍ରାର୍ଥୀ - Lok Sabha Election 2024

author img

By ETV Bharat Odisha Team

Published : May 14, 2024, 8:15 AM IST

Lok Sabha Election 2024: ନିର୍ବାଚନ ପାଇଁ ଜଗତସିଂହପୁରରେ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସୋମବାର ପ୍ରାର୍ଥୀପତ୍ର ଦାଖଲ କଲେ 19 ପ୍ରାର୍ଥୀ ।

CANDIDATES FILE NOMINATION
CANDIDATES FILE NOMINATION (ETV BHARAT ODISHA)

CANDIDATES FILE NOMINATION (ETV BHARAT ODISHA)
ଜଗତସିଂହପୁର: ଜୁନ 1ରେ ଜଗତସିଂହପୁରରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସୋମବାର ଜଗତସିଂହପୁର ଲୋକସଭା ଓ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି 19 ଜଣ ପ୍ରାର୍ଥୀ । ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଅନୁପମ ସାହାଙ୍କ ନିକଟରେ ଲୋକସଭା ଆସନ ପାଇଁ କମୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ରମେଶ ଚନ୍ଦ୍ର ସେଠୀ, ଉତ୍କଳ ସମାଜର ପ୍ରାର୍ଥୀ ଭାନୁମତି ଦାସ, ସୋସିଆଲିଷ୍ଟ ୟୁନିଟ ସେଣ୍ଟ୍ରାଲ ଅଫ ଇଣ୍ଡିଆର ପ୍ରାର୍ଥୀ ମହେଶ୍ୱର ଦାସ, ସ୍ଵାଧୀନ ପ୍ରାର୍ଥୀ ଶଙ୍କର ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପୂର୍ବରୁ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ସେଠୀ ଓ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ନାମାଙ୍କନ ଭରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଜିନ୍ଦାବାଦ୍ ନାରାରେ କମ୍ପିଲା କେନ୍ଦ୍ରାପଡା, ନାମାଙ୍କନ ଭରିଲେ ୯ ପ୍ରାର୍ଥୀ - kendrapara lok sabha constituency

ସେହିପରି 104 ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ନିକଟରେ ସୋସିଆଲିଷ୍ଟ ୟୁନିଟ ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ) ର ପ୍ରାର୍ଥୀ ବସନ୍ତ ମଲ୍ଲିକ, ସମୃଦ୍ଧ ଓଡିଶାର ପ୍ରାର୍ଥୀ ଯୁଧିଷ୍ଠିର ମଲ୍ଲିକ, ସ୍ଵାଧୀନ ପ୍ରାର୍ଥୀ ବ୍ରହ୍ମାନନ୍ଦ ରାଉତ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ। 101 ପାରାଦ୍ଵୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ 3 ଜଣ ପ୍ରାର୍ଥୀ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଲଲିତ ମୋହନ ବେହେରା ଙ୍କ ନିକଟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେମାନେ ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ର ପ୍ରାର୍ଥୀ ଜିନ୍ମୟୀ ସାହାଣୀ,ସ୍ଵାଧୀନ ପ୍ରାର୍ଥୀ ଅନୋଜ କୁମାର ରାଉତ୍, ସ୍ଵାଧୀନ ପ୍ରାର୍ଥୀ କୃପାସିନ୍ଧୁ ଦାସ୍।

103 ବାଲିକୁଦା -ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପରିଡା, ଶ୍ରୀୟା ବିଶ୍ଵାଳ,ସଞ୍ଜୀବ ବିଶ୍ଵାଳ,ସସ୍ମିତା ଦାସ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସମ୍ବିତ୍ ରାଉତଙ୍କ ନିକଟରେ ଓ 102 ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ବିଜୁ ଜନତା ଦଳର ପ୍ରାର୍ଥୀ ରମାକାନ୍ତ ଭୋଇ, ସମୃଦ୍ଧ ଓଡିଶା ର ପ୍ରାର୍ଥୀ ରମେଶ ଚନ୍ଦ୍ର ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.