ETV Bharat / state

ଜିନ୍ଦାବାଦ୍ ନାରାରେ କମ୍ପିଲା କେନ୍ଦ୍ରାପଡା, ନାମାଙ୍କନ ଭରିଲେ ୯ ପ୍ରାର୍ଥୀ - kendrapara lok sabha constituency

author img

By ETV Bharat Odisha Team

Published : May 14, 2024, 7:17 AM IST

KENDRAPARA LOK SABHA CONSTITUENCY: ନାମାଙ୍କନ ଭରିଲେ ପ୍ରତାପ ଦେବଙ୍କ ସମେତ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ । ଅଧିକ ପଢନ୍ତୁ

ଜିନ୍ଦାବାଦ୍ ନାରାରେ କମ୍ପିଲା କେନ୍ଦ୍ରାପଡା, ନାମାଙ୍କନ ଭରିଲେ ୯ ପ୍ରାର୍ଥୀ
ଜିନ୍ଦାବାଦ୍ ନାରାରେ କମ୍ପିଲା କେନ୍ଦ୍ରାପଡା, ନାମାଙ୍କନ ଭରିଲେ ୯ ପ୍ରାର୍ଥୀ (ETV Bharat Odisha)

ଜିନ୍ଦାବାଦ୍ ନାରାରେ କମ୍ପିଲା କେନ୍ଦ୍ରାପଡା, ନାମାଙ୍କନ ଭରିଲେ ୯ ପ୍ରାର୍ଥୀ (ETV Bharat Odisha)

କେନ୍ଦ୍ରାପଡା: ନାମାଙ୍କନପତ୍ର ଦାଖଲର ସପ୍ତମ ଦିନରେ ଆଜି କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ଦଳର ହେଭିୱେଟମାନେ ନାମାଙ୍କନ ପତ୍ର ଦାଖଳ କରିଛନ୍ତି । ଆଜି ୩ ପ୍ରମୁଖ ଦଳର ମୋଟ ୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଜନସମୁଦ୍ର ପାଲଟିଲା କେନ୍ଦ୍ରାପଡା ସହର । ହଜାର ହଜାର ସମର୍ଥକଙ୍କ ଶୋଭାଯାତ୍ରାରେ କମ୍ପିଲା କେନ୍ଦ୍ରାପଡା । ବିରାଟ ପଟୁଆରରେ ସମର୍ଥକଙ୍କ ସହ ଆସି ପ୍ରାର୍ଥୀମାନେ ନାମାଙ୍କନ ଭରିଥିଲେ ।

୩ ପ୍ରମୁଖ ଦଳର ଦଳର ଟାଣୁଆ ପ୍ରାର୍ଥୀ ଆଜି ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ଦଳୀୟ ପତାକା ସାଙ୍ଗକୁ ସ୍ଲୋଗାନ୍ ଓ ଜିନ୍ଦାବାଦ୍ ନାରା ନିର୍ବାଚନୀ ପରିବେଶକୁ ଆହୁରି ଉଷ୍ମ କରି ଦେଇଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କ ସମେତ ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥିନୀ ଡ଼ଃ ଦେବସ୍ମିତା ଶର୍ମା ଓ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସେହିପରି ରାଜନଗର ବିଜେପି ପ୍ରାର୍ଥୀ ଲଳିତ ବେହେରା, କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀ ରାଜନଗର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ପାଟକୁରା ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡା,ଆଳି ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ କେନ୍ଦ୍ରାପଡା ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସେଠୀ ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ । କେନ୍ଦ୍ରାପଡାରେ କଂଗ୍ରେସର ଲୋକସଭା ସମେତ ମୋଟ ୩ ଜଣ ପ୍ରାର୍ଥୀ ଆଜି ସପ୍ତମ ଦିନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । କଂଗ୍ରେସର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାଶ ତିନିମୁହାଣି ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ନାମାଙ୍କନ ଭରିଲେ ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା - Jajpur Parliamentary Constituency

ସେହିପରି କେନ୍ଦ୍ରାପଡା କଂଗ୍ରେସ ବିଧାୟିକା ପ୍ରାର୍ଥୀ ସିପ୍ରା ମଲ୍ଲିକ, ରାଜନଗର କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀ ଓ କଂଗ୍ରେସର ଆଳି ବିଧାୟିକା ପ୍ରାର୍ଥୀ ଡ଼ଃ ଦେବସ୍ମୀତା ଶର୍ମା ନାମାଙ୍କନପତ୍ର ଦାଖଲ କରିଥିଲେ । ନିଜ ନିଜ ଅଞ୍ଚଳର ବିକାଶ ସହିତ ପରିବର୍ତ୍ତନର ନାରା ଦେଇଥିଲେ କଂଗ୍ରେସ ପ୍ରାର୍ଥୀ । ପ୍ରାର୍ଥୀପତ୍ର ଦାଖଲର ସପ୍ତମ ଦିନ ସୁଦ୍ଧା ବିଜେଡି ଓ ବିଜେପିର ସମସ୍ତ ପ୍ରାର୍ଥୀ ନୋମିନେସନ କରି ସାରିଛନ୍ତି । ତେବେ କଂଗ୍ରେସର ମହାକାଳପଡା ବିଧାୟକ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ଆସନରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ସାରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.