ଓଡିଶା

odisha

ଜମ୍ଭୀରା ନଦୀରେ ପ୍ରଳୟଙ୍କାରୀ ବନ୍ୟା: କମୁଛି ପାଣି, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

By

Published : Sep 24, 2021, 6:27 PM IST

ଜମ୍ଭୀରା ନଦୀର ପ୍ରଳୟଙ୍କାରୀ ବନ୍ୟା: କମୁଛି ପାଣି ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜମ୍ଭୀରା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଏବେ ଛାଡିଯାଇଛି କିନ୍ତୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା। ଶୁଳିଆପଦା, ମୋରଡ଼ା, ରାସଗୋବିନ୍ଦପୁର ବ୍ଲକରେ ବନ୍ୟା ପରେ ଲୋକ ଏବେ ଭୋଗୁଛନ୍ତି ଦୁର୍ଦ୍ଦଶା। ଆସନ୍ତୁ ଦେଖିବା ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ।

ବାରିପଦା: ଗତ ୨୧ ତାରିଖ ଦିନ ଉପରମୁଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜମ୍ଭୀରା ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟା ଯୋଗୁଁ ଜିଲ୍ଲାର ଶୁଳିଆପଦା, ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗାଁ ଲୋକେ ପ୍ରଭାବିତ ହୋଇଥିଲେ। ହଠାତ ପାଣି ବଢିବାରୁ ଲୋକେ ଜୀବନ ବଞ୍ଚାଇ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ବିଗତ ତିନିଦିନ ହେବ ଲୋକଙ୍କ ଘରେ ଚୁଲି ଜଳିନାହିଁ। ଏବେ ବନ୍ୟା ଛାଡିବା ପରେ ଭଙ୍ଗା ଘରକୁ ସଜାଡୁଛନ୍ତି ଲୋକେ। ବନ୍ୟା ପାଣି ଛାଡିଯାଇଛି ସତ କିନ୍ତୁ, ଅନେକଙ୍କ ଘର ମାଟିରେ ମିଶିଛି ଏବେ ଭାଗ୍ୟକୁ ଆଦରି ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରୁଛନ୍ତି ଲୋକେ।

ଜମ୍ଭୀରା ନଦୀର ପ୍ରଳୟଙ୍କାରୀ ବନ୍ୟା: କମୁଛି ପାଣି ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ପ୍ରଳୟଙ୍କରୀ ବନ୍ୟାରେ କେବଳ ଘର ନୁହେଁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇ ନଷ୍ଟ ହୋଇଛି ଧାନ ଚାଷ ଓ ପନିପରିବା ଚାଷ। ରାସଗୋବିନ୍ଦପୁର ବ୍ଲକ ରାଘବପୁର ପଞ୍ଚାୟତ ଏକତାଳି ନିକଟରେ ଜମ୍ଭୀରା ଆଡ଼ିବନ୍ଧ ଭାଙ୍ଗି ସୃଷ୍ଟି ହୋଇଛି ପ୍ରାୟ ୩୦୦ ଶହ ଫୁଟର ଘାଇ । ଯାହାଫଳରେ ଏକତାଳି, ସୁମିତ୍ରା ଦେଇପୁର, ହାଣ୍ଡିଧୁଆ, ମୁରୁଡ଼ା, ସାତସଗଡ଼ିଆ ଗ୍ରାମବାସୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏବେ ବି ମୁରୁଡ଼ା ଗାଁ ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ ବନ୍ୟା ପୀଡିତଙ୍କୁ ସହାୟତା ଦେବାକୁ ଦାବି କରିଛନ୍ତି ମୋରଡ଼ା ବ୍ଲକ କଂଗ୍ରେସ ସଭାପତି।


ଜମ୍ଭୀରା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ବନ୍ୟା ପ୍ରଭାବିତ ଲୋକେ ନାହିଁ ନଥିବା ଦୁଃଖ ଦୁର୍ଦ୍ଦଶା ଭୋଗୁଥିବା ବେଳେ ସରକାରୀ ସହାୟତା ଅପେକ୍ଷା କରିଛନ୍ତି।



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details