ଓଡିଶା

odisha

ନୂଆ ଜିଲ୍ଲା ହେବ ରାଇରଙ୍ଗପୁର, ସବୁଜ ସଙ୍କେତ ଦେଲା ବିଜେଡି

By

Published : Nov 23, 2022, 9:11 AM IST

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ନେଇ ବିଜେଡିର ସବୁଜ ସଂକେତ

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ନେଇ ଦିନକୁ ଦିନ ଦାବି ଜୋର ଧରିଛି । ଦୀର୍ଘ ବର୍ଷରୁ ରାଇରଙ୍ଗପୁରକୁ ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ଦାବି କରି ଆସୁଥିବା ନୂତନ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଦାବିକୁ ମିଳିଛି ସମର୍ଥନ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ନେଇ ଦିନକୁ ଦିନ ଦାବି ଜୋର ଧରିଛି । ଦୀର୍ଘ ବର୍ଷରୁ ରାଇରଙ୍ଗପୁରକୁ ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ଦାବି କରି ଆସୁଥିବା ନୂତନ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଦାବିକୁ ମିଳିଛି ସମର୍ଥନ। ଏହି ଦାବିକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ବିଜେଡି । ଗତ ଦୁଇ ତିନି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ସମର୍ଥନ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ନେଇ ଗ୍ରୀନ ସିଗନାଲ ମିଳିଛି ।

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ନେଇ ବିଜେଡିର ସବୁଜ ସଂକେତ

ଏନେଇ ସ୍ଥାନୀୟ କଲ୍ୟାଣୀ ମଣ୍ଡପ ଠାରେ ବିଜେଡ଼ି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ରାଇରଙ୍ଗପୁର ନୂତନ ଜିଲ୍ଲାକୁ ବିଜେଡି ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ସଂକେତ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୋରଡା ବିଧାୟକ ରାଜକିଶୋର ଦାସ । ତେବେ ଓଡ଼ିଶାରେ ଥିବା ସମସ୍ତ ଜିଲ୍ଲା ଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ହେଉଛି ଏକ ବୃହତ୍ତମ ଜିଲ୍ଲା । ତେଣୁ ଓଡ଼ିଶାରେ ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟାରେ ୩୦ ରୁ ୩୧ ଜିଲ୍ଲା ହେଲେ ଅଗ୍ରାଧିକାର ଭିତ୍ତିରେ ରାଇରଙ୍ଗପୁର ଏକ ନୂତନ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି ବିଜେଡ଼ି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ମୟୂରଭଞ୍ଜ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ଜିଲ୍ଲା ଯୁବ ସଭାପତି ତଥା ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବରିଷ୍ଠ ନେତା ସ୍ୱରୂପ ବେହେରା ପ୍ରମୁଖଙ୍କ ସମେତ ବହୁ ନେତାକର୍ମୀ ଉପସ୍ଥିତ ଥିଲେ।

ଏହାମଧ୍ୟ ପଢ଼ନ୍ତୁ. ଜୋର ଧରିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details