ଓଡିଶା

odisha

କୋଲାକୁଣ୍ଡା ଆଶ୍ରମରେ ଛାତ୍ରମୃତ୍ୟୁ: ୨୦ ପିଲା ମେଡିକାଲରେ ଭର୍ତ୍ତି, ପହଞ୍ଚିଲା ଡାକ୍ତରୀ ଟିମ୍‌

By

Published : Sep 1, 2022, 9:49 AM IST

କୋଲାକୁଣ୍ଡା ଆଶ୍ରମରେ ଛାତ୍ରମୃତ୍ଯୁ: ୨୦ ପିଲା ମେଡିକାଲ୍‌ରେ ଭର୍ତ୍ତି, ପହଞ୍ଚିଲା ଡାକ୍ତରୀ ଟିମ୍‌

କୋଲାକୁଣ୍ଡା ସେବା ଆଶ୍ରମରେ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ । ୨୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲା କୋଲାକୁଣ୍ଡା ସେବା ଆଶ୍ରମରେ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ । ବୁଧବାର ଏହି ଆଶ୍ରମରେ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲା । ଏହାପରେ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଥିବାରୁ ସେମାନଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିଭଳି ଅନ୍ୟ ୯ ଜଣଙ୍କୁ ସ୍ଥାନୀୟ ପଡ଼ିଆ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

କୋଲାକୁଣ୍ଡା ଆଶ୍ରମରେ ଛାତ୍ରମୃତ୍ଯୁ: ୨୦ ପିଲା ମେଡିକାଲ୍‌ରେ ଭର୍ତ୍ତି, ପହଞ୍ଚିଲା ଡାକ୍ତରୀ ଟିମ୍‌

ଆଶ୍ରମରେ ଡାକ୍ତରୀ ଟିମ୍‌ ପହଞ୍ଚି ଆଶ୍ରମର ଖାଦ୍ୟ, ପାଣି ନମୂନା ସଂଗ୍ରହ କରିଛି । ସେହିଭଳି ଆଶ୍ରମର ଅନ୍ତେବାସୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆଶ୍ରମରେ କେଉଁ ରୋଗ ବ୍ୟାପିଛି ତାହାର ଯାଞ୍ଚ କରୁଛି ଡାକ୍ତରୀ ଟିମ୍‌ । ସେପଟେ ସ୍ବାସ୍ଥ୍ୟ ସମସ୍ୟା ପରେ ଆଶ୍ରମରୁ ଅଭିଭାବକ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇ ନେବାକୁ ବାହାରିଲେଣି ।

ରୋଗ ଭୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ରୁ ୫୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ସାରିଲେଣି । ଏକ ସପ୍ତାହ ପୂର୍ବେ ହଷ୍ଟେଲରେ ଛାତ୍ରଛାତ୍ରୀ ଅଜଣା ଜ୍ବରରେ ପୀଡ଼ିତ ହୋଇଥିଲେ । ଧୀରଧୀରେ ଏହା ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଲା । ଏହାପରେ ଗତ ୩ ଦିନ ମଧ୍ୟରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ହଷ୍ଟେଲ୍‌ରେ ଛାତ୍ରଛାତ୍ରୀ ରହି ପାଠ ପଢୁଥିବାବେଳେ ସେମାନଙ୍କ ପାଇଁ ଆବଶ୍ୟକୀୟ ଶୌଚାଳୟ ନଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ସମାଜ ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ କୌଣସି ଉତ୍ତର ଦେଇନଥିଲେ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ସୁଧାର ଆସୁଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର । ଜ୍ବରରୁ ପିଲାଙ୍କ ହାତଗୋଡ଼ ଫୁଲି ଯାଇଥିଲା । ଏହାସହ କେତେ ପେଟ ବ୍ୟଥାର ଶିକାର ହୋଇଥିଲେ । ସେହିଭଳି ହାତଗୋଡ଼ କୁଣ୍ଡାଇ ହେବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥିଲା । ପିଲାଙ୍କ ନମୁନା ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ଏହା କେଉଁ ରୋଗ ସ୍ପଷ୍ଟ ହେବ । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ବେଳେ ନଜର ରଖା ଯାଇଛି ବୋଲି କହିଛନ୍ତି ଡାକ୍ତର ।

ABOUT THE AUTHOR

...view details